Advertisment

ଆରମ୍ଭରୁ ଆଟାକ୍‌ କଲେ, ତାମିଲ ବାବୁଙ୍କୁ ନିଶାନା କଲେ ସ୍ମୃତି ଇରାନୀ

ଆଜି ଆଳିରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସ୍ମୃତି ଇରାନୀ କହିଛନ୍ତି, ସ୍ୱର ଏପରି ଉଚ୍ଚାରଣ କରନ୍ତୁ ଯେପରି ତାହା ସିଧା ତାମିଲନାଡୁ ରିମୋଟ୍‌ରେ ପହଞ୍ଚିଯିବ।

ଅଦ୍ୟତନ ହୋଇଛି
Smriti Irani

Smriti Irani

Advertisment

ଭାଷଣ ଆରମ୍ଭରୁ ଆଟାକ୍‌ କଲେ ଫାୟାରବ୍ରାଣ୍ଡ ସ୍ମୃତି ଇରାନୀ। ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କଲେ। କଂଗ୍ରେସ ଉପରେ ବର୍ଷିଥିଲେ ବି ଟାର୍ଗେଟରେ କିନ୍ତୁ ତାମିଲ ବାବୁଙ୍କୁ ରଖିଥିଲେ ସ୍ମୃତି ଇରାନୀ। ଆରମ୍ଭରୁ ଶେଷ ଯାଏ ତାମିଲ ବାବୁଙ୍କୁ ଟାର୍ଗେଟ କରିବା ସହ ବିଜେପି ସରକାର ଆସିଲେ ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରାଯିବ ବୋଲି ଗ୍ୟାରେଣ୍ଟି ବି ଦେଇଛନ୍ତି।

Advertisment

ଆଜି ଆଳିରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସ୍ମୃତି ଇରାନୀ କହିଛନ୍ତି, ଆମେଥିରୁ ଗାନ୍ଧି ପରିବାରର ବେଡିଂ ବିସ୍ତର ଆମେ ବାନ୍ଧି ଦେଇଛୁ। ତେଣୁ କେନ୍ଦ୍ରାପଡ଼ାରୁ ବି ତାମିଲନାଡୁ ରିମୋଟ୍‌ର ବେଡିଂ ବିସ୍ତର ବାନ୍ଧି ଦିଅନ୍ତୁ। ସ୍ୱର ଏପରି ଉଚ୍ଚାରଣ କରନ୍ତୁ ଯେପରି ତାହା ସିଧା ତାମିଲନାଡୁ ରିମୋଟ୍‌ରେ ପହଞ୍ଚିଯିବ।

କେନ୍ଦ୍ରାପଡ଼ା ବାସୀ ବର୍ଷ ବର୍ଷ ଧରି ମେଡିକାଲ କଲେଜ ଦାବି କରୁଥିବା ବେଳେ ତାହା କାହିଁକି ପୂରଣ ହେଉନି ବୋଲି ସେ ପ୍ରଶ୍ନ ପଚାରିଛନ୍ତି? ଏଥିସହ କହିଛନ୍ତି, ମୋଦି ଚାଷୀଙ୍କୁ ୬ ହଜାର ଦେଲେ, ହେଲେ ତାମିଲ ଠିକାଦାର ତାହାକୁ ଖାଇଗଲେ। ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ତାମିଲ ଠିକାଦାର ନେଇଗଲେ। ଆବାସ ପାଇଁ ମୋଦି ଟଙ୍କା ଦେଲେ, ଠିକା ନେଲେ ତାମିଲନାଡୁ ରିମୋଟ୍‌ କଣ୍ଟ୍ରୋଲ।

Advertisment

ରତ୍ନଭଣ୍ଡାର ଚାବି କାହିଁକି ହଜିଲା ସମସ୍ତେ ପ୍ରଶ୍ନ କରୁଛନ୍ତି। ଚାବି ରିପୋର୍ଟ କାହିଁକି ଚାପି ବସିଛନ୍ତି ତାମିଲ ଠିକାଦାର ବୋଲି ପ୍ରଶ୍ନ ପଚାରି ବର୍ଷିଛନ୍ତି ମନ୍ତ୍ରୀ ଇରାନୀ। ଏଥିସହ ସେ କହିଛନ୍ତି, ଆମ ସରକାର ଆସିଲେ ରିପୋର୍ଟ ସାର୍ବଜନୀନ ହେବ। ଅଧର୍ମୀଙ୍କୁ ଧୂଳି ଚଟାଯିବ ବୋଲି ବି ସେ ଚେତାବନୀ ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି, ମୋଦିଙ୍କ ଗ୍ୟାରେଣ୍ଟି। ବିଜେପି ଆସିଲେ ସୁଭଦ୍ରା ଯୋଜନାରେ ୫୦ ହଜାର ମିଳିବ । ବିକାଶର ଲକ୍ଷ୍ମୀଙ୍କୁ ଘରକୁ ଆଣିବାକୁ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି ସ୍ମୃତି ଇରାନୀ।

ଏହି ଅବସରରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବଦଳାଇ ସାରିଛନ୍ତି। ୨୫ କୋଟି ଲୋକଙ୍କୁ ଗରୀବ ସୀମାରେଖା ତଳୁ ଉଠାଇ ସାରିଛନ୍ତି। ତେଣୁ ଏଥର ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ। ଶାସକ ଦଳ ଯେଉଁପରି ନାରୀଙ୍କ ଉପରେ ନିର୍ଯାତନା କରିଛି, ଦୁଷ୍କର୍ମ, ହତ୍ୟା, ଅପହରଣ ମାମଲା ବଢ଼ି ଚାଲିଛି ତାହାକୁ ସମାପ୍ତ କରିବାର ସମୟ ଆସି ଯାଇଛି।

କେନ୍ଦ୍ରାପଡ଼ାକୁ ରେଳ ଲାଇନ୍‌ ବିଛା ଯାଇ ସରିଛି। ତେଣୁ ଧାମରା-ପାରାଦୀପ ପୋର୍ଟର କରିଡ଼ର ହେବ କେନ୍ଦ୍ରାପଡ଼ା। ଏଥର ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିବ। କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ହେବ। ଫଳରେ ଏହି ଜିଲ୍ଲାର ଯୁବକଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

Bjp Smriti Irani 2024 General Election Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe