ଲେଖାଶ୍ରୀଙ୍କୁ ‘ଟେପବାଲୀ ଦିଦି’ ସମ୍ବୋଧନ କଲେ, ୩ ପ୍ରଶ୍ନ ପଚାରିଲେ ସ୍ମୃତି ଇରାନୀ

ବାଲେଶ୍ୱର କୁରୁଡା ହାଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ମୃତି ଇରାନୀ କହିଛନ୍ତି, ନବୀନବାବୁ ୩୨ ହଜାର କୋଟି ଚିଟ୍‌ଫଣ୍ଡ ଦୁର୍ନୀତି କରିଛନ୍ତି। ଟେପବାଲୀ ଦିଦି ସେ ଟଙ୍କା କୁଆଡ଼େ ଗଲା?

Smriti Irani PhotoOR

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

Manoranjan Sial
  • Published: Saturday, 25 May 2024
  • Updated: 28 May 2024, 09:52 PM IST

Sports

Latest News

ପ୍ରଥମେ ବିଜେଡିର ବାଲେଶ୍ୱର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଧଜିଆ ଉଡାଇଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ସେ ଲେଖାଶ୍ରୀଙ୍କ ଗୋଟିଏ ପୁରୁଣା ଅଡିଓ ଟେପ୍‌ ବଜାଇଲେ। ତା’ପରେ ଷ୍ଟେଜକୁ ଉଠିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ ଥଟାରେ ଲେଖାଶ୍ରୀଙ୍କୁ ‘ଟେପବାଲୀ ଦିଦି’ ବୋଲି କଟାକ୍ଷ କରିଥିଲେ। ଆଉ ତାଙ୍କୁ ୩ଟି ପ୍ରଶ୍ନ ପଚାରିଥିଲେ।

ବାଲେଶ୍ୱର କୁରୁଡା ହାଟ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ସ୍ମୃତି ଇରାନୀ କହିଛନ୍ତି, ନବୀନବାବୁ ୩୨ ହଜାର କୋଟି ଚିଟ୍‌ଫଣ୍ଡ ଦୁର୍ନୀତି କରିଛନ୍ତି। ଟେପବାଲୀ ଦିଦି ସେ ଟଙ୍କା କୁଆଡ଼େ ଗଲା? ଟେପବାଲୀ ଦିଦିଙ୍କୁ ମୋର ପ୍ରଶ୍ନ, ନବୀନବାବୁ ୬୦ ହଜାର କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଦୁର୍ନୀତି କରିଛନ୍ତି। ଦିଦି ସେହି ଟଙ୍କା କୁଆଡ଼େ ଗଲା?

Also Read

ଟେପବାଲୀ ଦିଦିଙ୍କ ପାଖରେ ଯଦି ମୋ କଥା ପହଞ୍ଚୁଛି, ତାହାହେଲେ କୁହନ୍ତୁ ରତ୍ନଭଣ୍ଡାର ଚାବି କେଉଁଠି? ମହାପ୍ରଭୁଙ୍କ ଚାବି ହଜିଲା। ଚାବି ପାଇଁ ବସିଥିବା କମଶିନ ରିପୋର୍ଟ ମଧ୍ୟ ହଜିଗଲା। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି, ୧ ତାରିଖରେ ବିଜେପିକୁ ଭୋଟ୍‌ ଦିଅନ୍ତୁ। ଚାବି କେଉଁଠି ଗଲା, ତାହାର ରାଜ ଖୋଲନ୍ତୁ। ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ଖୋଜାଯିବ। ତଦନ୍ତ ହେବ। ରତ୍ନଭଣ୍ଡାର ମାମଲାରେ ଯିଏ ସଂପୃକ୍ତି ଥିବ, କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ମୃତି କହିଛନ୍ତି।

ସେ ଆହୁରି କହିଛନ୍ତି, ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଲକ୍ଷେ ୭ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ନରେନ୍ଦ୍ର ମୋଦି ସରକାରଙ୍କ କିସାନ୍‌ ନିଧି ସମ୍ମାନ ଯୋଜନାରେ ପ୍ରତିବର୍ଷ ୬ ହଜାର ଟଙ୍କା ଲେଖାଏଁ ଜମା କରୁଛନ୍ତି। ହେଲେ ବିଜେଡି ସରକାର ଏତେ ନିକମ୍ମା ସରକାର ଚାଷୀଙ୍କୁ ସରଞ୍ଜାମ ଦେଇପାରୁନି। ଆଜି ଏଠାରେ ମୁଁ କାହିଁକି ବିଜେଡିର ପୋଲ୍‌ ଖୋଲିବି? ଲେଖା ଦିଦି ଖୋଦ୍‌ ବିଜେଡି ପୋଲ୍‌ ଖୋଲୁଛନ୍ତି। ପ୍ରତାପ ଭାଇ ଟେପ ବଜାଇଲେ। ସେ(ଲେଖାଶ୍ରୀ) ବିଜେଡିରେ ଥିଲେ। ବିଜେପିକୁ ଆସିଲେ, ଏବେ ପୁଣି ବିଜେଡିକୁ ଗଲେ। ଯାହାର ନିଜର ଠିକଣା ନାହିଁ, ସିଏ ଆପଣଙ୍କ ପାଇଁ କ’ଣ ବୁଝିବେ ବୋଲି ସ୍ମୃତି ଇରାନୀ କହିଛନ୍ତି।

ସ୍ମୃତି ଇରାନୀ କହିଛନ୍ତି, ଦୁଇ କୋଟିରୁ ଅଧିକ ନାଗରୀକଙ୍କ ଜନଧନ ଆକାଉଣ୍ଟ ଖୋଲିବା ବ୍ୟକ୍ତିଙ୍କ ନାଁ ହେଉଛି ନରେନ୍ଦ୍ର ଦାମୋଦର ଦାସ ମୋଦି। ବାଲେଶ୍ୱର-ବାରିପଦା-ଝାରପୋଖରୀଆ ଏନ୍‌ଏଚ୍‌ ୧୮ର ଚାରି ଲେନ୍‌, ବନ୍ଦେ ଭାରତର ଏକ୍ସପ୍ରେସ୍‌ ସହିତ ଯୋଡ଼ି ହେବା, ଅମୃତ ଭାରତ ଷ୍ଟେସନ୍‌ ଯୋଜନାରେ ବାଲେଶ୍ୱର ରେଳ ଷ୍ଟେସନ୍‌ର ବିକାଶ କାମ କରିଥିବା ବ୍ୟକ୍ତି ହେଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଆଜି ମୁଁ ପଚାରିବାକୁ ଚାହୁଁଛି, କେତେ ଲୋକ କରୋନା ଇଞ୍ଜେକ୍‌ସନ୍‌ ନେଇଛନ୍ତି?

ଯଦି ମୋଦି କରୋନା ଟିକା ମାଗଣା କରିନଥାଆନ୍ତେ, ତାହା ହେଲେ କ’ଣ ଗରିବଙ୍କ ଜୀବନ ବଞ୍ଚି ପାରିଥାଆନ୍ତା? କରୋନା ସମୟଠାରୁ ଆଜି ପର୍ଯ୍ୟନ୍ତ ମୋଦି ସରକାର ଗରିବଙ୍କୁ ଚାଉଳ ଦେଉଛନ୍ତି। ହେଲେ ଲେଖାଦିଦି କହୁଛନ୍ତି, ନବୀନବାବୁ ଗରିବଙ୍କୁ ଧୋକ୍କା ଦେଇଛନ୍ତି। ରାସନ୍‌ ଦେବେ ମୋଦି ଓ ଫଟୋ ଲଗାଇବେ ନବୀନ। ରାସନ୍ ଦେବେ ମୋଦି ଓ ବ୍ୟାଗ ଦେବେ ତାମିଲନାଡୁର ଠିକାଦାର ବୋଲି ସ୍ମୃତି ଇରାନୀ କହିଛନ୍ତି।

ରିପୋର୍ଟ- ବାଲେଶ୍ୱରରୁ ପ୍ରକାଶ ମହାନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story