Advertisment

ଆମେଠିରେ ହାରିଲେ ସ୍ମୃତି ଇରାନୀ!

ଆମେଠିରେ ଆଉ ମାତ୍ର କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ଶ୍ରୀ ଶର୍ମା ୧.୬୦ ଲକ୍ଷରୁ ଅଧିକ ଭୋଟରେ ଆଗରେ ରହିଛନ୍ତି।

Smriti Irani

Smriti Irani

Advertisment

ପୁଣିଥରେ ଉତ୍ତର ପ୍ରଦେଶର ଆମେଠିକୁ ବିଜେପି ଠାରୁ ଛଡ଼ାଇ ଆଣିଛି କଂଗ୍ରେସ। ୨୦୧୯ରେ ଏଠାରେ ବିଜେପିର ସ୍ମୃତି ଇରାନୀ କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ହରାଇ ଥିଲେ। ୨୦୨୪ରେ ରାହୁଲ ଏଠାରୁ ଆଉ ପ୍ରାର୍ଥୀ ହୋଇ ନଥିଲେ।

Advertisment

ଏହାକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା। କିନ୍ତୁ କଂଗ୍ରେସ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ସେ ସମସ୍ତଙ୍କୁ ଚିକତି କରି ସ୍ମୃତି ଇରାନୀଙ୍କୁ ଏକ ପ୍ରକାରର ହରାଇ ଦେଇଛନ୍ତି।

ଆମେଠିରେ ଆଉ ମାତ୍ର କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ଶ୍ରୀ ଶର୍ମା ୧.୬୦ ଲକ୍ଷରୁ ଅଧିକ ଭୋଟରେ ଆଗରେ ରହିଛନ୍ତି। ଏଯାଏ କିଶୋରୀଙ୍କୁ ୫,୨୪,୮୯୨ ଖଣ୍ଡ ଭୋଟ ପାଇଥିବା ବେଳେ ଇରାନୀଙ୍କୁ କେବଳ ୩,୬୩,୬୨୬ ଖଣ୍ଡ ଭୋଟ ମିଳିଛି।

Advertisment

ସେହିପରି ଶର୍ମାଙ୍କ ଭୋଟ ହାର ୫୪.୮୭% ଓ ଇରାନୀଙ୍କ ଭୋଟ ହାର ୩୮.୦୧% ରହିଛି। ତେଣୁ ଏଠାରେ ସ୍ମୃତି ଇରାନୀ ପରାସ୍ତ ହେବା ଏକପ୍ରକାରର ନିଶ୍ଚିତ।

ବଡ଼ ବିଜୟ ଅଭୁମୁଖେ ଯାଉଥିବା କିଶୋରୀ ଲାଲ କହିଛନ୍ତି, “ଏହା ଗାନ୍ଧି ପରିବାର ଓ ଆମେଠିବାସୀଙ୍କ ବିଜୟ। ଗଣତି ଏବେ ଜାରି ରହିଛି। ତେଣୁ ଏବେଠାରୁ ଏହା ବିଜୟ କହିବା ମଧ୍ୟ ଭୁଲ ହେବ। ମୁଁ ଏହି ନିର୍ବାଚନ ଲଢ଼ିନାହିଁ। ଆମେଠିର ଲୋକମାନେ ଲଢ଼ିଛନ୍ତି। ଗାନ୍ଧି ପରିବାର ମୋତେ ଟିକେଟ ଦେଇଥିଲା ଓ ମୋତେ ଲଢ଼ିବା ପାଇଁ ଦାୟିତ୍ୱ ପ୍ରଦାନ କରିଥିଲା। ମୁଁ ଭାବୁଛି ସେମାନଙ୍କ ଆଶା ଅନୁସାରେ କାମ କରିଛି।”

ବିଧିବଦ୍ଧ ରେଜଲ୍ଟ ବାହାରି ନଥିଲେ ହେଁ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ କିଶୋରୀ ଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ସହ ପ୍ରିୟଙ୍କା ବହୁ ବର୍ଷେ ଉଠାଇଥିବା ଗୋଟିଏ ଫଟୋକୁ ମଧ୍ୟ ସେ ଶେୟାର କରିଛନ୍ତି।

Election Smriti Irani Election Results Lok Sabha Election LokSabhaElectionResults2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe