Advertisment

ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କୁ ଟିଭି ବିତର୍କ ପାଇଁ ଚ୍ୟାଲେଞ୍ଜ ଦେଲେ ସ୍ମୃତି ଇରାନୀ

ରାଏବରେଲୀ ଓ ଆମେଠିରେ କଂଗ୍ରେସର ପ୍ରଚାର ମଙ୍ଗ ପ୍ରିୟଙ୍କା ଗାନ୍ଧି ଭଦ୍ରା ଧରିଛନ୍ତି। ସୋମବାର ଠାରୁ ସେ ରାଏବରେଲୀରେ ରହି ଦଳର ରଣନୀତି ପ୍ରସ୍ତୁତ କରୁଛନ୍ତି।

Smriti Irani

Smriti Irani

Advertisment

ଆମେଠିର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ରାହୁଲ ଗାନ୍ଧିଙ୍କୁ ଟିଭି ବତର୍କକୁ ଆସିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଦେଶର ଯେକୌସି ଚ୍ୟାନେଲ, ଇଚ୍ଛା ଅନୁସାରେ ଆଙ୍କର, ସମୟ, ସ୍ଥାନ ଓ ପ୍ରସଙ୍ଗ ଚୟନ କରି ଉଭୟ ବିତର୍କକୁ ଆସନ୍ତୁ ବୋଲି ସ୍ମୃତି ଇରାନୀ ଆହ୍ୱାନ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଦୁଇ ଭାଇ-ଭଉଣୀ ଗୋଟିଏ ପଟେ ଓ ବିଜେପି ପ୍ରବକ୍ତା ଗୋଟିଏ ପଟେ ରହିବେ। ଏହାପରେ କ୍ଷୀର ଓ ପାଣି ସବୁ କିଛି ଅଲଗା ହୋଇଯିବ। ସବୁ କିଛି ସ୍ପଷ୍ଟ ହୋଇଯିବ। ବିଜେପି ପକ୍ଷରୁ ସୁଧାଂଶୁ ତ୍ରିବେଦୀ ଦୁଇ ଜଣଙ୍କୁ ସବୁ କିଛିର ଉତ୍ତର ଏକୁଟିଆ ଦେବାକୁ ସକ୍ଷମ।”

୨୦୧୯ ଲୋକସଭା ନିର୍ବାଚନରେ ସ୍ମୃତି ଇରାନୀ ଆମେଠିରେ ରାହୁଲ ଗାନ୍ଧିଙ୍କୁ ପ୍ରାୟ ୫୫ ହଜାର ଖଣ୍ଡ ଭୋଟରେ ହରାଇଥିଲେ। ଏହି ବିଜୟ ସହ ଆମେଠିରେ ଗାନ୍ଧି ପରିବାରର ପ୍ରଭାବ ହ୍ରାସ ପାଇଥିଲା। ୨୦୨୪ରେ ରାହୁଲ ଗାନ୍ଧି ଆମେଠି ବଦଳରେ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି। ସ୍ମୃତି ଇରାନୀଙ୍କ ବିରୋଧରେ କିଶୋରୀ ଲାଲ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Advertisment

ରାଏବରେଲୀ ଓ ଆମେଠିରେ କଂଗ୍ରେସର ପ୍ରଚାର ମଙ୍ଗ ପ୍ରିୟଙ୍କା ଗାନ୍ଧି ଭଦ୍ରା ଧରିଛନ୍ତି। ସୋମବାର ଠାରୁ ସେ ରାଏବରେଲୀରେ ରହି ଦଳର ରଣନୀତି ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ସୋନିଆ ଗାନ୍ଧି ରାଏବରେଲୀରେ ବିଜୟୀ ହୋଇଥିଲେ। ସେ ବିଜେପିର ଦୀନେଶ ପ୍ରତାପ ସିଂହଙ୍କୁ ପ୍ରାୟ ୧.୬ ଲକ୍ଷ ଭୋଟ ବ୍ୟବଧାନରେ ହରାଇଥିଲେ।

ତେବେ ୨୦୧୪ ତୁଳନାରେ ୨୦୧୯ରେ ସୋନିଆଙ୍କ ବିଜୟ ବ୍ୟବଧାନ ୧୩% ହ୍ରାସ ପାଇଥିଲା। ୨୦୧୪ରେ କଂଗ୍ରେସ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ କେବଳ ଆମେଠି ଓ ରାଏବରେଲୀରେ ଜିତିଥିଲା। ୨୦୧୯ରେ ଦଳ କେବଳ ରାଏବରେଲୀରୁ ଜିତିବାକୁ ସକ୍ଷମ ହୋଇଥିଲା।

Rahul Gandhi Smriti Irani Priyanka Gandhi Vadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe