Advertisment

ସ୍ମୃତି ଇରାନୀଙ୍କ ବଡ଼ ଦାବି: ନିର୍ବାଚନ ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଛନ୍ତି ରାହୁଲ ଗାନ୍ଧି

ସ୍ମୃତି ଇରାନୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧି ଆମେଠିବାସୀଙ୍କୁ ଉପେକ୍ଷା କରିଛନ୍ତି।

Rahul Gandhi

Rahul Gandhi

Advertisment

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କଂଗ୍ରେସର ୱାୟନାଡ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଥିବା ସେ ଦାବି କରିଛନ୍ତି। କେରଳର ୱାୟନାଡରେ ନିର୍ବାଚନ ଲଢ଼ିବା ପାଇଁ ସେ ବ୍ୟାନ ହୋଇଥିବା ଆତଙ୍କୀ ସଂଗଠନ ପିଏଫଆଇର ସହଯୋଗ ନେଇଛନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି।

Advertisment

ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ମୃତି ଇରାନୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧି ଆମେଠିବାସୀଙ୍କୁ ଉପେକ୍ଷା କରିଛନ୍ତି। ସେ କହିଛନ୍ତି, “ୱାୟନାଡରେ ନିର୍ବାଚନ ଲଢ଼ିବା ପାଇଁ ରାହୁଲ ଗାନ୍ଧି ପିଏଫଆଇର ସହାୟତା ନେଇଥିବେ ଆମେ ଖବର ପାଇଛୁ।

ଯେତେବେଳେ ଆପଣମାନେ ପିଏ‍ଫଆଇ ସମ୍ପର୍କରେ ଦାଖଲ ହୋଇଥିବା ଚାର୍ଜଶିଟ ପଢ଼ିବେ ସେତେବେଳେ ଉକ୍ତ ସଂଗଠନ ପ୍ରତିଟି ଜିଲ୍ଲାରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ଜାଣିବାକୁ ପାବେ।

Advertisment

ହିନ୍ଦୁମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ପିଏଫଆଇର ସମର୍ଥନ ରାହୁଲ ଗାନ୍ଧି କାହିଁକି ନେଇଛନ୍ତି, ସେକଥା ଆମେଠିର ଲୋକମାନଙ୍କୁ ଜଣାନ୍ତୁ। ସେ ଆମେଠିକୁ ଅପମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେଠିକୁ ବିକଶିତ କରିଛନ୍ତି ଓ ଆମେଠିର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଶୀର୍ବାଦ ଦେବେ।”

ସ୍ମୃତି ଇରାନୀ ପୁଣି ଆମେଠିରୁ ଲଢ଼ିବାକୁ ଯାଉଥିବା ବେଳେ କଂଗ୍ରେସ ଏଯାଏ ସେଠାରେ ପ୍ରାର୍ଥୀ ଦେଇ ନାହିଁ। ୨୦୧୯ରେ ସେ କଂଗ୍ରେସର ଗଡ଼ ଆମେଠିରେ ରାହୁଲ ଗାନ୍ଧିଙ୍କୁ ପରାସ୍ତ କରିଥିଲେ। ୨୦୧୯ରେ ରାହୁଲ ଆମେଠି ସହ କେରଳର ୱାୟନାଡରୁ ପ୍ରାର୍ଥୀ ହୋଇଥିଲେ। ଏଥର ରାହୁଲ ୱାୟନାଡରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ଆମେଠିରୁ ସେ ଲଢ଼ିବେ କି ନାହିଁ, ସେକଥା ଜଣାପଡ଼ିନି।

ସ୍ମୃତି ଇରାନୀ ଆଜି ଆହୁରି କହିଛନ୍ତି, “ବିଜେପି କର୍ମକର୍ତ୍ତାମାନେ ଜାଣିଛନ୍ତି ଯେ ଗାନ୍ଧି ପରିବାର ନିର୍ବାଚନ ଲଢ଼ିବାକୁ ଆମେଠି ଆସିବେ। ପ୍ରଧାନମନ୍ତ୍ରୀ ଆମେଠି ଲୋକସଭାର ୧୯% ଲୋକଙ୍କ ପାଖକୁ ରାସନ ପଠାଉଛନ୍ତି। ଯଦି ଗାନ୍ଧି ପରିବାର ନରେନ୍ଦ୍ର ମୋଦି ବିରୋଧୀ, ତା’ହେଲେ ଏହି ୧୯ ଲକ୍ଷ ଲୋକ କରିବେ କ’ଣ?

ମୁଁ କିଛି ଦିନ ତଳେ ୱାୟନାଡ ଯାଇଥିଲି। ଜାଣିବାକୁ ପାଇଲି ଯେ ରାହୁଲ ଗାନ୍ଧି ୱାୟନାଡକୁ ନିଜର ପରିବାର ଘୋଷଣା କରିଛନ୍ତି। ଗତକାଲି ଜଣେ କଂଗ୍ରେସ ନେତା କହିଛନ୍ତି ଯେ ୱାୟନାଡର ଲୋକମାନେ ବେଶି ବିଶ୍ୱସ୍ତ ହୋଇଥିବାରୁ ରାହୁଲ ଗାନ୍ଧି ଉକ୍ତ ସ୍ଥାନକୁ ବାଛିଛନ୍ତି। କିନ୍ତୁ ଆମେଠିର ବିଶ୍ୱାସ କୁଆଡ଼େ ଗଲା?”

ୱାୟନାଡରେ ରାହୁଲଙ୍କ ଆଗରେ ଦୁଇ ଜଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି। ସିପିଆଇ ଏ ରାଜାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କୁ ଟିକେଟ ଦେଇଛି।

Rahul Gandhi Smriti Irani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe