Advertisment

ଗର୍ଜିଲେ ସ୍ମୃତି, କହିଲେ- ଓଡ଼ିଶାକୁ ୨୪X୭ ଲୁଟି ଚାଲିଛନ୍ତି ତାମିଲ ବାବୁ

‘ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ କାହାର ସାମର୍ଥ୍ୟ ନାହିଁ।’

ଅଦ୍ୟତନ ହୋଇଛି
smriti-irani-

smriti-irani-

Advertisment

‘ଓଡ଼ିଶାକୁ ୨୪X୭ ଲୁଟି ଚାଲିଛନ୍ତି ତାମିଲ ବାବୁ। ବିଜେଡି ନେତୃତ୍ୱ ଏଠାରେ କଏଦ ହୋଇ ଯାଇଛନ୍ତି। ତାମିଲ ବାବୁଙ୍କ ରିମୋଟରେ ଚାଲିଛନ୍ତି ନବୀନ ବାବୁ । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବାକୁ କାହାର ସାମର୍ଥ୍ୟ ନାହିଁ।’ ଓଡ଼ିଶା ଗସ୍ତରେ ଆସି ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗଠାରେ ଏପରି ଭାବେ ଗର୍ଜିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।

Advertisment

କୁଜଙ୍ଗଠାରେ ବିଶାଳ ଜନସଭାକୁ ସମ୍ବୋଧନ କରି ମନ୍ତ୍ରୀ ଇରାନୀ କହିଛନ୍ତି, ବିଜେଡି କେବଳ ଓଡ଼ିଶାକୁ ଲ୍ୟାଣ୍ଡ ମାଫିଆ, କୋଇଲା ମାଫିଆ, ବାଲି ମାଫିଆ ଦେଇଛି। ବିଜେଡି ନେତା, ମନ୍ତ୍ରୀ ତଥା ରିମୋଟ କଣ୍ଟ୍ରୋଲରେ ଶାସନ ଚଳାଉଥିବା ତାମିଲ ବାବୁ ୨୪X୭ ଓଡ଼ିଶାକୁ ଲୁଟିବାର କାମ କରିଛନ୍ତି । ତେଣୁ ଆପଣମାନେ ଲୋକତନ୍ତ୍ରର ହନୁମାନ ହୋଇ ଯାଇ ଅଧର୍ମୀଙ୍କ ଲଙ୍କାରେ ନିଆଁ ଲଗାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। 

ଏଥିସହ ସେ କହିଛନ୍ତି, ନବୀନ ବାବୁଙ୍କୁ କଏଦ୍‌ କରି ରଖାଯାଇଛି, ରିମୋଟ୍‌ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ୱାଧୀନତା ନଥିବା କୁହାଯାଉଛି । ରିମୋଟ୍‌ କଣ୍ଟ୍ରୋଲ ତାମିଲ ବାବୁଙ୍କ ପାଖରେ ରହିଛି।

Advertisment

ତାମିଲ ବାବୁ ୨୪X୭ ଓଡ଼ିଶାକୁ ଲୁଟି ଚାଲିଛନ୍ତି। କିନ୍ତୁ ମୋଦି ୨୪X୭ ଭାରତକୁ ବିକଶିତ କରିବାକୁ କାମ କରି ଚାଲିଛନ୍ତି। ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା । ‘ଓଡ଼ିଶାରେ କାହିଁକି ପାଣି ଟ୍ୟାପ୍ ଲାଗି ପାରୁନି ବୋଲି ପଚାରିଛନ୍ତି ସ୍ମୃତି ଇରାନୀ ।

ଏଥିସହ ସେ କହିଛନ୍ତି, ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଲା। ତାକୁ ଖୋଜିବା ପାଇଁ କମିଟି ଗଠିତ ହୋଇଥିବା ବେଳେ ତାହାର ରିପୋର୍ଟକୁ କାହିଁକି ଚାପି ଦିଆଗଲା ବୋଲି ପଚାରିଛନ୍ତି ସ୍ମୃତି ଇରାନୀ ।

ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିସହ ‘ଆମେଠିରୁ ରାହୁଲଙ୍କୁ ହଟାଇଛୁ, ଏଠୁ ବିଜେଡିକୁ ହଟାଇବୁ ବୋଲି ବି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Bjp Odisha Assembly Election 2024 2024 General Election Smriti Irani Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe