Advertisment

ଆସନ୍ତାକାଲି ଓଡ଼ିଶା ଆସିବେ ସ୍ମୃତି ଇରାନୀ

ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Smriti irani

Smriti irani

ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଘନ ଘନ ଓଡ଼ିଶା ଆସୁଛନ୍ତି ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଏହି କ୍ରମରେ ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟର ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗଦେବେ ସ୍ମୃତି। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। 

Advertisment

ଆସନ୍ତାକାଲି ସ୍ମୃତି ଇରାନୀ ପ୍ରଥମେ ପାରାଦୀପର କୁଜଙ୍ଗଠାରେ ଜନସଭାରେ ଯୋଗ ଦେବେ। ସେଠାରୁ ସଭା ସାରି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଆଳିରେ ନିର୍ବାଚନୀ ସଭାରେ ଯୋଗଦେବେ। ଏହାପରେ ରେମୁଣାର ଥିବା କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସ୍ମୃତି ଇରାନୀ ନିର୍ବାଚନୀ ସଭାରେ ଶୁଭଦ୍ରା ଯୋଜନା କ’ଣ ଓ ରାଜ୍ୟ ବିଜେପି ସରକାରକୁ ଆସିଲେ ମହିଳାମାନେ କିପରି ଶୁଭଦ୍ରା ଯୋଜନା ପାଇପାରିବେ ସେନେଇ ରାଜ୍ୟବାସୀଙ୍କୁ  ଅବଗତ କରାଇବେ। ଏହାସହ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।   

Advertisment
Bjp 2024 General Election Odisha Assembly Election 2024