/odisha-reporter/media/post_attachments/uploadimage/library/16_9/16_9_0/IMAGE_1721795327.jpg)
Aparajita Sarang
ଏସିଆ ପାସିଫିକ୍ ଗ୍ରୁପ IPUର ଉପ ସଭାପତି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। IPU କାର୍ଯ୍ୟକାରୀ କମିଟି ଦ୍ୱାରା ସେ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ ସୂଚନା ପାଇଥିବା ସୋଶାଲ ମିଡିଆ ଏକ୍ସରେ ଜଣାଇଛନ୍ତି ଅପରାଜିତା।
ଗତ ମାର୍ଚ୍ଚ ମାସରେ ଜେନିଭାରେ IPU ଆସେମ୍ବଲୀରେ ଅପରାଜିତା ଭାଗ ନେଇଥିଲେ। ସେ IPU କାର୍ଯ୍ୟକାରୀ କମିଟିର ସଦସ୍ୟ ଅଛନ୍ତି। ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ IPU- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି।
କିଛି ଦିନ ତଳେ ହାଉସ୍ କମିଟିରେ ସ୍ଥାନ ପାଇଥିଲେ ଅପରାଜିତା । ୧୨ ଜଣିଆ ହାଉସ୍ କମିଟିରେ ତାଙ୍କୁ ସ୍ଥାନ ଦେଇଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି। ଏହି କମିଟିରେ କଲ୍ୟାଣ ବାନାର୍ଜୀ, ସୁଧୀର ଗୁପ୍ତା, କୃପାନାଥ ମଲ୍ଲାହ, ଡି. ପୁରନ୍ଦେଶ୍ୱରୀ, ସୁଖଜିନ୍ଦର ସିଂହ ରାନ୍ଧୱା, ଏମ୍ଏସ୍ ରେଡ୍ଡୀ, କୋଡିକୁନ୍ନିଲ ସୁରେଶ, ଡକ୍ଟର ଟି ସୁମତି, ଅକ୍ଷୟ ଯାଦବ ଓ ଦୀନେଶ ଚନ୍ଦ୍ର ଯାଦବ ଅଛନ୍ତି।
During the 148th IPU Assembly held in Geneva in March 2024, Smt. Aparajita Sarangi, Member of IPU Executive Committee was nominated as Inter Parliamentary Union Vice President representing Asia Pacific Group.
Got the intimation from our @LokSabhaSectt as above.
I am humbled.🙏 pic.twitter.com/5HevlRaDpg
— Aparajita Sarangi (@AprajitaSarangi) July 24, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
