Advertisment

ସ୍ନେହାଙ୍ଗିନୀ ଛୁରିଆ ପୁଣି ମହିଳା ବିଜେଡି ସଭାନେତ୍ରୀ, ୧୫ ନେତ୍ରୀଙ୍କୁ ମହିଳା ସାଂଗଠନିକ ବ୍ୟାପାର

ସ୍ନେହାଙ୍ଗିନୀ ଛୁରିଆ ପୁଣି ମହିଳା ବିଜେଡି ସଭାନେତ୍ରୀ, ୧୫ ନେତ୍ରୀଙ୍କୁ ମହିଳା ସାଂଗଠନିକ ବ୍ୟାପାର

ଅଦ୍ୟତନ ହୋଇଛି
BJD

BJD

Advertisment

ଯୁବ ଓ ଛାତ୍ର ୱିଙ୍ଗ୍ ସଭାପତିଙ୍କ ନାଁ ଘୋଷଣା ପରେ ବିଜେଡି ଆଜି ତା’ର ମହିଳା ୱିଙ୍ଗ୍ ସଭାନେତ୍ରୀ ଭାବେ ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦେଇଛି । ତାଙ୍କ ସହିତ ମହିଳା ସଂଗଠନ ବ୍ୟାପାର ବୁଝିବା ନିମନ୍ତେ ଦଳର ୧୫ଜଣ ଆଗଧାଡ଼ିର ନେତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ଛୁରିଆ ମଧ୍ୟ ଦଳର ମହିଳା ରାଜ୍ୟ ସଭାନେତ୍ରୀ ଭାବେ ୨୦୨୧ ଜାନୁୟାରୀରେ ଦାୟିତ୍ୱ ତୁଲାଇଥିଲେ ।

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପଶ୍ଚିମଓଡ଼ିଶାର ଆଗଧାଡ଼ିର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପୁଣିଥରେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଦଳର ସଭାନେତ୍ରୀ ଭାବେ ୨୦୨୧ ଜାନୁୟାରୀରୁ ୨୦୨୫ ଜାନୁୟାରୀ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ଗତ ଜାନୁୟାରୀ ମାସରେ ବିଜେଡିର ସମସ୍ତ ଛାମୁଆ ୱିଙ୍ଗକୁ ନବୀନ ଭାଙ୍ଗି ଦେଇଥିଲେ ।

ଗତ ସପ୍ତାହରେ ଦଳର ଯୁବ ଓ ଛାତ୍ର ସଭାପତିଙ୍କ ନାଁ ଘୋଷଣା ପରେ ସ୍ନେହାଙ୍ଗିନୀ ପୁଣିଥରେ ଦଳର ସଭାନେତ୍ରୀ ହେଉଥିବା ପ୍ରାୟତଃ ଏକରକମ ସ୍ପଷ୍ଟ ହୋଇଯାଇଥିଲା । ତେବେ ଦଳର ଯୁବ-ଛାତ୍ର ସଭାପତି ଘୋଷଣା ପୂର୍ବରୁ ବରିଷ୍ଠ ନେତାମାନଙ୍କ ମତାମତ ଲୋଡ଼ିନଥିବା ବିଜେଡି ନେତୃତ୍ୱ  କିନ୍ତୁ ମହିଳା ସଭାନେତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ମତାମତ ନେଇଥିଲେ ବୋଲି ସୂଚନା ମିଳିଛି ।

Advertisment

୧୫ଜଣ ଆଗଧାଡ଼ିର ନେତ୍ରୀଙ୍କୁ ମହିଳା ସଂଗଠନ ବ୍ୟାପାର

ଦଳର ୧୫ଜଣ ଆଗଧାଡ଼ିର ନେତ୍ରୀଙ୍କୁ ମହିଳା ସଂଗଠନ ବ୍ୟାପାର ଦାୟିତ୍ୱ ନ୍ୟସ୍ତ ହୋଇଛି । ବରିଷ୍ଠ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା, ରାଜଶ୍ରୀ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ସାଧାରଣ ସମ୍ପାଦିକା ସୁଲୋଚନା ଦାସ, ସାଂସଦ ସୁଲତା ଦେଓ, ବିଧାୟିକା ବର୍ଷା ସିଂ ବାରିହା, ଶର୍ମିଷ୍ଠା ସେଠୀ, ଶ୍ରୀମୟୀ ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ମିନତୀ ବେହେରା, କସ୍ତୁରୀ ମହାପାତ୍ର, ପଦ୍ମିନୀ ଦିଆନ, ଦୀପାଳୀ ଦାସ, ରଞ୍ଜିତା ସାହୁ ଓ ଗୀତାଞ୍ଜଳୀ ବସ୍ତିଆଙ୍କୁ ନିଯୁକ୍ତି ମିଳିଛି ।

ତେବେ ଦଳରେ ଦୀର୍ଘବର୍ଷ ଧରି ରହିଥିବା ଅନେକ ଆଗଧାଡ଼ିର ନେତ୍ରୀଙ୍କୁ ଅଣଦେଖା କରିବାକୁ ବିଜେଡି ପଛାଇ ନାହିଁ । 

ଲତିକା ପ୍ରଧାନଙ୍କୁ ତାଲିକାରେ ସ୍ଥାନ ମିଳିନଥିବାବେଳେ ତାଙ୍କ କଟ୍ଟରବିରୋଧୀ ରଞ୍ଜିତା ସାହୁଙ୍କ ଆଗକୁ ଆଣିଛି ବିଜେଡି । ଗଞ୍ଜାମ ରାଜନୀତିରେ ଲତିକାଙ୍କ ପରିବାରର ବେଶ୍ ପ୍ରଭାବ ରହିଛି ।

ମାତ୍ର ବିଜେଡି ଏବେ ଲତିକାଙ୍କୁ ପଛରେ ପକାଇ ରଞ୍ଜିତାଙ୍କୁ ଅଧିକ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଯେଉଁ ୧୫ଜଣ ନେତ୍ରୀଙ୍କୁ ଦଳର ମହିଳା ସଂଗଠନ ବ୍ୟାପାର ମିଳିଛି ସେମାନଙ୍କ ମଧ୍ୟରୁ ସୁମିତ୍ରା ଜେନା, ଶର୍ମିଷ୍ଠା ସେଠୀ ଓ ମିନତୀ ବେହେରା ଦୀର୍ଘଦିନ ଧରି ମହିଳା ସଭାନେତ୍ରୀ ପଦ ପାଇଁ ଲବି ଜୋରଦାର କରିଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe