Advertisment

କ୍ଷମତା ଯିବା ପରେ ବଦଳିଲା ନବୀନଙ୍କ ପ୍ରୋଫାଇଲ ଷ୍ଟାଟସ୍

କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍‌ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି।

author-image
Niharika Rout
Naveen Patnaik Social Media Status

Naveen Patnaik Social Media Status

କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍‌ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି। ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।

Advertisment

ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍‌କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।

Advertisment

ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍‌ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ। ସେଥିନିମନ୍ତେ ଭୁବନେଶ୍ୱରରେ ୬୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। 

BjD Naveen Patnaik