‘ନୂଆ ସରକାର ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା କରୁ, ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଟ୍ ପ୍ରକ୍ରିୟାକୁ ବନ୍ଦ କରୁ’

ଗ୍ରାମସଭାର ବିନା ଅନୁମତିରେ ନିଲାମ କରାଯାଇଥିବା ସମସ୍ତ ଖଣି ଲିଜକୁ ପ୍ରତ୍ୟାହାର କରାଯାଇ ସେହି ଅଞ୍ଚଳରେ ପ୍ରଥମେ ଜଙ୍ଗଲ ଅଧିକାର ଆଇନ (୨୦୦୬)କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଗଲା ପରେ ବିଧିବଦ୍ଧ ଭାବେ ଗ୍ରାମସଭା କରି ଜନତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଉ। ବିଗତ ୨୪ ବର୍ଷ ମଧ୍ୟରେ ଆଦିବାସୀଙ୍କ ସମେତ ଜଙ୍ଗଲ ଓ ଜମି ଉପରେ ନିର୍ଭରଶୀଳ ପ୍ରକଳ୍ପ ଅଞ୍ଚଳର ଗ୍ରାମବାସୀମାନଙ୍କୁ ଜବରଦସ୍ତ ବିସ୍ଥାପିତ କରାଯାଇଛି, ମିଥ୍ୟା ମାମଲାରେ ଲାଠି ଓ ଗୁଳିରେ ଦମନ କରାଯାଇଛି। ବିଗତ ସତୁରୀ ବର୍ଷର ବିସ୍ଥାପିତମାନଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟରେ ଏକ ସ୍ଥାୟୀ କମିଶନ ଗଠନ କରାଯାଉ।

Social Movement Leaders

Social Movement Leaders

Debendra Prusty
  • Published: Monday, 24 June 2024
  • Updated: 24 June 2024, 04:58 PM IST

ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ଵୟର ନେତା ପ୍ରଫୁଲ ସାମନ୍ତରା ଓ ଲିଙ୍ଗରାଜ ଆଜାଦ ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନ ପ୍ରତିନିଧିମାନଙ୍କ ଉପସ୍ଥିତିରେ ନିର୍ବାଚିତ ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ନିବେଦନ କରିଛନ୍ତି ଯେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ନୂଆ ସରକାର ପ୍ରଥମେ ରାଜ୍ୟର ପ୍ରାକୃତିକ ସମ୍ପଦର ଶୋଷଣ ତଥା ଲୁଟ୍ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ କମ୍ପାନୀଗୁଡ଼ିକୁ ବେଆଇନ ଭାବେ ଦିଆଯାଇଥିବା ଖଣି, ଜମି ଲିଜକୁ ବାତିଲ କରନ୍ତୁ। ଗ୍ରାମସଭାର ବିନା ଅନୁମତିରେ ନିଲାମ କରାଯାଇଥିବା ସମସ୍ତ ଖଣି ଲିଜକୁ ପ୍ରତ୍ୟାହାର କରାଯାଇ ସେହି ଅଞ୍ଚଳରେ ପ୍ରଥମେ ଜଙ୍ଗଲ ଅଧିକାର ଆଇନ (୨୦୦୬)କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଗଲା ପରେ ବିଧିବଦ୍ଧ ଭାବେ ଗ୍ରାମସଭା କରି ଜନତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଆଯାଉ। ବିଗତ ୨୪ ବର୍ଷ ମଧ୍ୟରେ ଆଦିବାସୀଙ୍କ ସମେତ ଜଙ୍ଗଲ ଓ ଜମି ଉପରେ ନିର୍ଭରଶୀଳ ପ୍ରକଳ୍ପ ଅଞ୍ଚଳର ଗ୍ରାମବାସୀମାନଙ୍କୁ ଜବରଦସ୍ତ ବିସ୍ଥାପିତ କରାଯାଇଛି, ମିଥ୍ୟା ମାମଲାରେ ଲାଠି ଓ ଗୁଳିରେ ଦମନ କରାଯାଇଛି। ବିଗତ ସତୁରୀ ବର୍ଷର ବିସ୍ଥାପିତମାନଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟରେ ଏକ ସ୍ଥାୟୀ କମିଶନ ଗଠନ କରାଯାଉ।

ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପୂର୍ବ ବିଜେଡ଼ି ସରକାର ଦ୍ୱାରା ୨୦୨୦ରୁ ଖଣି ଲିଜ ପାଇଁ କରାଯାଇଥିବା ନିଲାମ ପ୍ରକ୍ରିୟାରେ ସାମ୍ବିଧାନିକ ଆଇନ ଓ ନିୟମକୁ ଉଲଂଘନ କରାଯାଇଛି। The Mineral (Auction) Rules 2015, ସମ୍ବିଧାନର ଧାରା ୨୪୪ ଓ ପଞ୍ଚମ ଅନୁଛେଦ, ପେସା, ଜଙ୍ଗଲ ଅଧିକାର ଆଇନ ୨୦୦୬, ଜମି ଅଧିଗ୍ରହଣ ଆଇନ ୨୦୨୩ର ଧାରା ୪୧ ଅନୁଯାୟୀ ଆଦିବାସୀ ଅଞ୍ଚଳର ଗ୍ରାମସଭାର ବିନା ସମ୍ମତିରେ ଜମି ଓ ଜଙ୍ଗଲ, ଖଣି ଓ ପାଣି ହସ୍ତାନ୍ତର ହୋଇପାରିବ ନାହିଁ। ଏସବୁ ଆଇନ ଓ ନିୟମକୁ ଉଲଂଘନ କରାଯାଇଥିବା ଯୋଗୁଁ ଅବିଭକ୍ତ କୋରାପୁଟ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ମାଳି ପର୍ବତ, ବଳଦା, ସିଜିମାଳି, କୁଟୁରମାଳି, କେଟାମେଟା, ଉସ୍କଲଭାଗ, କର୍ଲାପାଟ ଓ ଗନ୍ଧଲପଦା ଜଙ୍ଗଲରେ ଦିଆଯାଇଥିବା ଖଣି ଲିଜ ଗୁଡିକୁ ପ୍ରତ୍ୟାହାର କରାଯାଉ।

ବକ୍ସାଇଟ, ଲୁହାପଥର, ମାଙ୍ଗାନିଜ, କ୍ରୋମ, କୋଇଲା ପରି ସୀମିତ ଖଣିଜ ସମ୍ପଦର ସୁରକ୍ଷା ସହ ଭବିଷ୍ୟତ ପାଇଁ ସରଂକ୍ଷଣ ନୀତି ନିର୍ଦ୍ଧାରଣ କରାଯାଉ। ନୂତନ ଭାବେ ନିର୍ମାଣ ହେବାକୁ ଥିବା ଅତି ଉତ୍କଟ ପ୍ରଦୂଷଣକାରୀ ଇସ୍ପାତ, ଆଲୁମିନା, ପାୱାର ପ୍ଲାଣ୍ଟ ଗୁଡ଼ିକର ସମୀକ୍ଷା କରାଯାଇ ପରିବେଶ ସୁରକ୍ଷା ସହ ଜୀବନ - ଜୀବିକାର ନିରାପତ୍ତା ପାଇଁ ସେଗୁଡ଼ିକୁ ଫେରିଯିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ। ପୂର୍ବ ସରକାରଙ୍କ ଖଣିଜ ସମ୍ପଦର ହସ୍ତାନ୍ତର ଜରିଆରେ ଅଧିକ ରାଜସ୍ୱ ସଂଗ୍ରହ ନିଷ୍ପତ୍ତି ପ୍ରକୃତି ବିରୋଧୀ ଓ ରାଜ୍ୟକୁ ସମ୍ବଳହୀନ କରିବ। ତେଣୁ ନୂଆ ସରକାର ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ଆଦିବାସୀ - ଜଙ୍ଗଲବାସୀଙ୍କ ଜୀବିକା ସାମାଜିକ ଓ ସାଂସ୍କୃତିକ ଅସ୍ମିତାର ସୁରକ୍ଷା ପାଇଁ ଅବିଚାରିତ ଖଣି ଖନନ ଉପରେ କଟକଣା ଲାଗୁ କରନ୍ତୁ।

ଲ୍ୟାଣ୍ଡ ବ୍ୟାଙ୍କ ଜରିଆରେ କମ୍ପାନୀ ପାଇଁ ଜମି ବଣ୍ଟନ ନକରି ଦଳିତ ସମେତ ସମସ୍ତ ଜମିହୀନ କୃଷକଙ୍କୁ ଜମି ପ୍ରଦାନ କରାଯାଉ। ରାଜ୍ୟର ସମୁଦ୍ର ଉପକୂଳ (ଚିଲିକା ସମେତ)ର ସୁରକ୍ଷା ପାଇଁ ସାଗରମାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରା ନ ଯାଉ ଓ ଚଉମୁଖ – ଅସ୍ତରଙ୍ଗ ପ୍ରସ୍ତାବିତ ବନ୍ଦର ପେଟ୍ରୋକେମିକାଲ ପ୍ରକଳ୍ପକୁ ପ୍ରତ୍ୟାହାର କରାଯାଉ। ରାଉରକେଲା ଇସ୍ପାତ କାରଖାନାଠାରୁ ନାଲକୋ ଓ କଳିଙ୍ଗ ନଗର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଯେତେସବୁ ଖଣି ଭିତ୍ତିକ ଶିଳ୍ପ ଗଢ଼ିଉଠିଛି ସେଗୁଡ଼ିକର ଉତ୍ପାଦିତ ଅସମାପ୍ତ ଦ୍ରବ୍ୟରୁ ଫିନିଶ୍‌ଡ ଉତ୍ପାଦ ବା ଶେଷ ଦ୍ରବ୍ୟ ଉତ୍ପାଦନ ପାଇଁ ଶିଳ୍ପ ପ୍ରତିଷ୍ଠା ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦିଅନ୍ତୁ।

ରାଜ୍ୟରେ ବନ୍ଦ ହୋଇଯାଇ ଥିବା ଝୋଟ, ଲୁଗା, ସୂତା, ଚିନି କଳ ଗୁଡ଼ିକର ପୁନରୁଦ୍ଧାର କରାଯାଇ କୃଷି ଓ ଜଙ୍ଗଲଜାତ ପଦାର୍ଥ ଭିତ୍ତିକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅଗ୍ରାଧିକାର ଦେବାକୁ ଆମର ଦାବୀ। ଢିଙ୍କିଆରୁ ଆରମ୍ଭ କରି ସିଜିମାଳି ତଥା ରାଜ୍ୟର ସମସ୍ତ ଖଣି ଅଞ୍ଚଳ ଓ କମ୍ପାନୀ ଗୁଡିକ ପାଇଁ ହୋଇଥିବା ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସ୍ଥାନୀୟ ଜନତାଙ୍କ ଉପରେ ଥିବା ସମସ୍ତ ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ ଓ ୨୦୧୩ ଜମି ଅଧିଗ୍ରହଣ ଆଇନକୁ ସଠିକ ପ୍ରୟୋଗ କରି ଲୋକଙ୍କ ସମ୍ମତିରେ ସୀମିତ ଜମି ବା ଜଙ୍ଗଲ ହସ୍ତାନ୍ତର ପାଇଁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ।

ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ସମେତ ସମସ୍ତ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲଜମି ପଟ୍ଟା ଦିଆଯାଉ ଓ ଗୋଷ୍ଠୀଗତ ଅଧିକାରକୁ ସ୍ୱୀକାର କରାଯାଉ। ରାୟଗଡ଼ା - କଳାହାଣ୍ଡି ଜିଲ୍ଲାର ନିୟମଗିରି, ସିଜିମାଳି, କୁଟୁରମାଳି, କୋରାପୁଟ ଜିଲ୍ଲାର ମାଳି ପର୍ବତ ପଟାଙ୍ଗିର ସେରୁବନ୍ଧ, ବଳଦା ସୁରକ୍ଷା ଆନ୍ଦୋଳନ, ମାଲକାନଗିରି ଜିଲ୍ଲାର କେଟାମେଟା ଓ ଉସ୍ମାଲ ଭାଗ ଜଙ୍ଗଲ ଓ ଖଣି ବିରୋଧୀ ଆନ୍ଦୋଳନର ନେତୃମଣ୍ଡଳୀ ସମେତ ଢିଙ୍କିଆ ଜିନ୍ଦଲ କମ୍ପାନୀ,ସୁନାବେଡ଼ା, କଳିଙ୍ଗ ନଗରର, ଡ୍ୟାମ ବିସ୍ଥାପିତଙ୍କ ଅଧିକାର ଆନ୍ଦୋଳନ କର୍ମକର୍ତ୍ତା ଓ ବାଲିଆପାଳ ବନ୍ଦର ବିରୋଧୀ ଆନ୍ଦୋଳନ କର୍ମକର୍ତ୍ତା ଯୋଗଦେଇ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ଅରୁଣ ଜେନା ଓ ଅନନ୍ତ, ନିୟମଗିରି ସୁରକ୍ଷା ସମିତିର ଲଦ ସିକକା, କୃଷ୍ଣ ସିକକା, ମା’ ମାଟି ମାଳି ସୁରକ୍ଷା ମଞ୍ଚର କୀର୍ତ୍ତନ ନାୟକ, କ୍ରାନ୍ତିଲାଲ ମାଝୀ, ମାଳି ପର୍ବତ ସୁରକ୍ଷା ସମିତିର ଦାସି ନନ୍ଦିବାଲି, କର୍ଲାପାଟ ସୁରକ୍ଷା ଆନ୍ଦୋଳନର କାର୍ତ୍ତିକ ମାଝୀ, ମାଲକାନାଗିରି ଜିଲ୍ଲା ଆଦିବାସୀ ସଂଘର ଆକାଶ କୋତି, ଜିନ୍ଦଲ ପ୍ରତିରୋଧ ଆନ୍ଦୋଳନ ନେତା ଦେବେନ୍ଦ୍ର ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଦାବୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story