Advertisment

ସମୀର ଦାସଙ୍କ ଅଡୁଆ ବଢ଼ିଲା, ମୈଦାନକୁ ଆସିଲେ ରୋଜାଲିନ୍‌

୨୦୦୯ ପ୍ରଥମ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସମୀର ରଞ୍ଜନ ଦାସ। ତା’ ପରେ ସେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଆସିଥିଲେ ସମୀର। ଏଥର ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଚେକ୍‌ ଦେବା ପାଇଁ ଆଗକୁ ଆସିଲେ ସମାଜସେବୀ ରୋଜାଲିନ ନାୟକ। ବିଜେଡିରୁ ଲଢ଼ିବା ପାଇଁ ଆଶାୟୀ ଥିବା ଗଣମାଧ୍ୟମରେ ଖୋଲାଖୋଲି ଭାବେ କହୁଛନ୍ତି। ଏଥିସହ ସମୀରଙ୍କ ନାଁ ନନେଇ ଖୋଲିଛନ୍ତି ତାଙ୍କର ଗୋଟିଏ ପରେ ଗୋଟିଏ ପେଡ଼ି। ଯାହା ସମୀରଙ୍କ ପ୍ରାର୍ଥୀ ହେବା ରାସ୍ତାର କଣ୍ଟା ବୋଲି ଆଲୋଚନା ହେଉଛି। ସେପଟେ ରାଜ୍ୟରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନିମାପଡ଼ା ପାଇଁ କାହିଁକି ହେଉନି ? ଯାହାକୁ ନେଇ କର୍ମୀ ଓ ନେତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏପରି ସ୍ଥିତିରେ ରୋଜାଲିନ୍‌ଙ୍କ ବାଣ ଏବେ ସମୀରଙ୍କ ନିଦ ହଜାଇ ଦେଇଛି।

Advertisment

୨୦୦୯ ପ୍ରଥମ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ସମୀର ରଞ୍ଜନ ଦାସ। ତା’ ପରେ ସେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ଆସିଥିଲେ ସମୀର। ଏଥର ମଧ୍ୟ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ନାଁ ଘୋଷଣା ହେଉନାହିଁ। ସମୀର ପ୍ରାର୍ଥୀ ହେବେ ନା ଆଉ କିଏ ହେବେ, ତାହା ସ୍ପଷ୍ଟ କରୁନି ବିଜେଡି। ଯେଉଁଥିପାଇଁ ସମୀରଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ କୁହୁଳୁଛି।

ସେପଟେ ଆଜି ମୈଦାନକୁ ଲମ୍ଫ ମାରିଛନ୍ତି ସମାଜସେବୀ ରୋଜାଲିନ ନାୟକ। ଗଣମାଧ୍ୟମକୁ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ମୋ ଛୁଆ ବେଳୁ ଦେଖି ଆସୁଛି। ମୁଁ ତାଙ୍କ ସହିତ ବହୁ ଜଡିତ। ମୁଁ ତାଙ୍କୁ ମୋ ଫାଦର ଫିଗର ବୋଲି ମନେ କରେ। ସିଏ ଓଡ଼ିଶା ପାଇଁ ବହୁ କିଛି କରିଛନ୍ତି। ନବୀନ ପଟ୍ଟନାୟକ ମହିଳାଙ୍କୁ ବହୁ ଆଗକୁ ନେଇଛନ୍ତି। ମହିଳାମାନେ ଆଜି ରୋଜଗାର କରି ନିଜ ଗୋଡ଼ରେ ଛିଡ଼ା ହୋଇପାରିଛନ୍ତି। ସେମାନେ ଆଉ କାହା ଉପରେ ନିର୍ଭର କରୁନାହାନ୍ତି ବୋଲି ସେ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ମୁଁ ଉଚ୍ଚ ଶିକ୍ଷିତା ହୋଇଥିବାରୁ ମୋତେ ଯବି ବିଜେଡି ସୁଯୋଗ ଦିଏ ବା ନବୀନ ପଟ୍ଟନାୟକ ମୋ ମୁଣ୍ଡ ଉପରେ ହାତ ରଖନ୍ତି, ତାହାହେଲେ ନିମାପଡ଼ାର ବହୁ ଉନ୍ନତିମୂଳକ କାମ କରିବି। କାରଣ ମୁଁ ନିମାପଡ଼ାବାସୀଙ୍କ ସହିତ ଜଡ଼ିତ ରହିଛି। ନିମାପଡ଼ାରେ ଏମିତି କିଛି ଗାଁ ରହିଛି, ଯେଉଁଠି ରାସ୍ତା ନାହିଁ। ଧନୁଆ ନଦୀ ପାଖରେ ଲୋକମାନେ ରିଲିଫ୍‌ ପାଇଁ ଅପେକ୍ଷା କରୁଛନ୍ତି। କୁପୋଷଣରେ ଲୋକମାନେ ରହୁଛନ୍ତି। ଲୋକଙ୍କ ରହିବା ପାଇଁ ଘର ନାହିଁ। ଲୋକମାନେ ଜରି ପାଲ ବାନ୍ଧି ରହୁଛନ୍ତି। ସେମାନଙ୍କ ପାଖରେ ଦୁଇ ଓଳି ଖାଇବା ପହଞ୍ଚି ପାରୁନାହିଁ। ମୁଁ ଯଦି ଏଠାରୁ ପ୍ରାର୍ଥୀ ହୁଏ ବା ବିଜେଡି ମୋତେ ସୁଯୋଗ ଦିଏ, ତାହାହେଲେ ନିଶ୍ଚିତ ବିଜୟୀ ହେବି। ବିକାଶର ଉଦାହରଣ ସୃଷ୍ଟି କରିବି ବୋଲି ରୋଜାଲିନ୍‌ କହିଛନ୍ତି।

ସମୀରଙ୍କ ନାଁ ନନେଇ ତୀର ମାରିଛନ୍ତି ରୋଜାଲିନ୍‌। ସେ କହିଛନ୍ତି, ୧୫ ବର୍ଷ ହେଲା ବିଜେଡି ଜିତୁଛି। ହେଲେ ସେହି ହିସାବରେ ବିକାଶ କାର୍ଯ୍ୟ ହେଉନାହିଁ। ମୁଁ ଚାହୁଁଛି ଏଥର ପ୍ରାର୍ଥୀ ହୋଇ ବିଜୟ ଲାଭ କରିବି। ନିମାପଡ଼ାର ଉନ୍ନତିମୂଳକ କାର୍ଯ୍ୟକୁ ଆଗକୁ ନେବି। ନିମାପଡ଼ାବାସୀ ଚାହୁଁଛନ୍ତି ପରିବର୍ତ୍ତନ ବୋଲି ରୋଜାଲିନ୍‌ କହିଛନ୍ତି।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

BjD Puri Loksabha Election 2024 General Election