Advertisment

ସୋଫିଆ ଓ ସୁବାସ ମୁହାଁମୁହିଁ, ଉଭୟ କହିଲେ କଡ଼ା କଥା

ଉଭୟ ବିଧାୟିକା ଓ ମେୟର ପରସ୍ପରକୁ ତୀବ୍ର ସମାଲୋଚନା କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Sofia Firdous and Subash Singh

Sofia Firdous and Subash Singh

କଟକ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ ଆଜି ଥିଲା ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋସଙ୍କ ସମୀକ୍ଷା ବୈଠକ। ହେଲେ ଏହି ବୈଠକକୁ ମେୟର ସୁବାସ ସିଂହଙ୍କୁ ଡାକି ନଥିଲେ ବିଧାୟିକା। ସିଏମ୍‌ସି କମିଶନର ଓ ଅନ୍ୟ ଅଧିକାରୀଙ୍କ ସହିତ ବସି ସମୀକ୍ଷା କରିଥିଲେ ବିଧାୟିକା।

Advertisment

ବୈଠକ ପରେ ଏନେଇ ବିଧାୟିକା ସୋଫିଆ ଫିର୍ଦୋସଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ସେ କହିଥିଲେ, ପ୍ରତ୍ୟେକ ମାସରେ ସମୀକ୍ଷା କରୁଛନ୍ତି ମେୟର। ସେ କ’ଣ ସମୀକ୍ଷା କରୁଛନ୍ତି କେଜାଣି କଟକ ସହରଟାକୁ ବୁଡ଼େଇ ଦେଲେଣି। ସମୀକ୍ଷା କରିବା ତାଙ୍କର କାମ। ଯେହେତୁ ସେ ଠିକ୍ ଭାବେ ସମୀକ୍ଷା କରୁ ନାହାନ୍ତି ଓ କାମ ହୋଇପାରୁ ନାହିଁ, ତେଣୁ ଆମେ ବିଧାୟିକା ଭାବେ ଆସି ଏଠାରେ ସମୀକ୍ଷା କରୁଛୁ।

ସେ କହିଛନ୍ତି, ମେୟର ସବୁ ଜିନିଷ ଜାଣିଛନ୍ତି। ବୈଠକଗୁଡ଼ିକରେ ସେ ଶେଷ ପର୍ଯ୍ୟନ୍ତ ରହୁ ନାହାନ୍ତି। ଗଣେଶ ପୂଜା ପ୍ରସ୍ତୁତି ବୈଠକରୁ ମଧ୍ୟ ଜଲଦି ପଳାଇଥିଲେ। ସେ ଲୋକଙ୍କ ସମସ୍ୟା ବୁଝୁନାହାନ୍ତି କି ସମାଧାନ କରୁ ନାହାନ୍ତି। ସେଥିପାଇଁ ଆମେ ବିଧାନସଭାରେ ଲୋକଙ୍କର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା କରୁ। ତା’ ସହିତ ଏଠାରେ ସମୀକ୍ଷା ମଧ୍ୟ କରୁଛୁ। ବିଧାୟିକା ଭାବେ ଆମେ ଅଫିସରଙ୍କ ସହିତ ବସି ସମୀକ୍ଷା କରିପାରିବୁ। ଅଫିସରମାନେ ଠିକ୍‌ ଭାବେ କାମ କରୁଛନ୍ତି ନା ନାହିଁ ଓ କାମଗୁଡ଼ିକ କେଉଁଠି ଅଟକିଛି, ତାହା ଜାଣିବା ପାଇଁ ଆମେ ସେମାନଙ୍କ ସହିତ ସିଧାସଳଖ ବୈଠକ କରୁ।

Advertisment

ଅନ୍ୟପକ୍ଷରେ ବିଧାୟିକା ସୋଫିଆ ଫିର୍ଦୋସଙ୍କୁ କଡ଼ା ସମାଲୋଚନା କରିଛନ୍ତି ମେୟର ସୁବାସ ସିଂହ। ମେୟର କହିଛନ୍ତି, ସେ କି ବିଧାୟକ? ସେ ଜଣେ ଆକ୍ସିଡେଣ୍ଟାଲ ଏମ୍‌ଏଲ୍‌ଏ। ଆମେ ତାଙ୍କୁ ବିଧାୟକ ଭାବେ ଗ୍ରହଣ କରୁନା। ସେ କଟକ ପାଇଁ ଇଟା ଖଣ୍ଡେ ଯୋଡ଼ିଛନ୍ତି କି? କଟକକୁ ତାଙ୍କ ପରିବାର ଲୋକେ ବିପର୍ଯ୍ୟସ୍ତ ଅବସ୍ଥାକୁ ଠେଲି ଦେଇଛନ୍ତି।

ସେ କହିଛନ୍ତି, କଟକରେ କିଏ ପୋଖରୀ ପୋତିଛି? ୧୮୬୦ ପୋଖରୀ ଥିଲା। ଏବେ ଦେଢ଼ ଶହ ପୋଖରୀ ବି ନାହିଁ। ନିର୍ବାଚନ ପ୍ରଚାର ବେଳେ ବାପ-ଝିଅ (ବିଧାୟିକା ସୋଫିଆ ଫିର୍ଦୋସ ଓ ତାଙ୍କ ବାପା ମହମ୍ମଦ ମୋକିମ୍‌) କହିଥିଲେ ଯେ ସେମାନେ କଟକକୁ ଜଳମୁକ୍ତ କରିବେ। ସେମାନେ କିଏ କଟକୁ ଜଳମୁକ୍ତ କରିବାକୁ? ସେମାନେ କଟକକୁ ଦୁଃଖ-ଦୁର୍ଦ୍ଦିନକୁ ଠେଲି ଦେଇଛନ୍ତି। ସବୁ ପୋଖରୀ ପୋତି ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ସେମାନେ। ସେମାନେ କଟକ ପାଇଁ କ’ଣ କରିଛନ୍ତି? ମେୟରଙ୍କୁ ସେ ସାର୍ଟିଫିକେଟ ଦେବାର ଆବଶ୍ୟକତା ନାହିଁ। ସେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଦେଖନ୍ତୁ। ବିଧାୟକ ପାଣ୍ଠିରୁ ସେ ଟଙ୍କାଟିଏ କଟକ ମହାନଗର ନିଗମକୁ ଦେଇଛନ୍ତି କି? ସେ ବ୍ଳକକୁ ଟଙ୍କା ଦେଉଛନ୍ତି, ଅନ୍ୟ ସ୍ଥାନରେ ଟଙ୍କା ଦେଉଛନ୍ତି, କିନ୍ତୁ କଟକ ସହରକୁ କେତେ ଦେଇଛନ୍ତି। ସେ ସମୀକ୍ଷା କରିପାରିବେ ନାହିଁ। ସେ କେବଳ ପ୍ରସ୍ତାବ ଦେଇପାରିବେ ବୋଲି କହିଛନ୍ତି ମେୟର। 

Cmc sofia-firdous mayor-subash-singh