Advertisment

‘ବିଜୟଶଙ୍କରଙ୍କୁ ପୁଲିସ ଡାକୁନାହିଁ,ମୋତେ ଡାକି ହାରାସ କରୁଛି; ମୁଁ ଡିପ୍ରେସନକୁ ଆସିଗଲିଣି’

ବିଜୟଙ୍କ ବୟସକୁ ନେଇ କଟାକ୍ଷ କରିଛନ୍ତି ପ୍ରେମିକା ସୋମାଲିକା।

ଅଦ୍ୟତନ ହୋଇଛି
Somalika Dash

Somalika Dash

Advertisment

ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସଙ୍କ ପାଇଁ ବଢ଼ିଛି ଅଡୁଆ। ଆଜି କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ନାଁରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା। ତାଙ୍କ ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ସେ ଏହି ଅଭିଯୋଗ କରିଛନ୍ତି। ଗତ ୨୧ତାରିଖରେ ବିଜୟ ଅନ୍ୟ ଯୁବତୀଙ୍କୁ ବିବାହ କରିବେ ବୋଲି କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। 

Advertisment

ଗଣମାଧ୍ୟମ ଆଗରେ ସୋମାଲିକା କହିଛନ୍ତି,  ବିଜୟ ମୋତେ ବିବାହର ପ୍ରତିଶ୍ରୁତି ଦେଇଥିଲେ।  ଉଭୟ ପରିବାର ଏନେଇ କଥା ହୋଇଥିଲେ। ଜଗତସିଂହପୁର ସବରେଜିଷ୍ଟ୍ରାରଙ୍କ ପାଖରେ ବିବାହ ପାଇଁ ଆବେଦନ ହୋଇଥିଲା।  ହେଲେ ତାରିଖ ଦିନ ବିଜୟ ଯାଇନଥିଲେ। ମୁଁ ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲି। ତାଙ୍କ ନାଁରେ ସଙ୍ଗୀନ ଦଫା ମଧ୍ୟ ଲାଗିଥିଲା। ଏହି ସବୁ ଘଟଣା ପରେ ସେ କିପରି କଟକସ୍ଥିତ ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରିପାରିଲେ? ସବରେଜିଷ୍ଟ୍ରାର ଅଫିସ ପକ୍ଷରୁ କିପରି ତାଙ୍କୁ ଅନୁମତି ମିଳିଲା?

ସେ ଆହୁରି କହିଛନ୍ତି, ବିଜୟଙ୍କ ବିବାହ ଆବେଦନ ଉପରେ ମୁଁ  ଲିଖିତ ଅଭିଯୋଗ କରିଛି। ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା। ମୋତେ ନ୍ୟାୟ ଦରକାର। ଲୁଚିଛପି ବିଜୟ ଏଭଳି କରିଛନ୍ତି । ବିଜୟ ବିବାହ ପାଇଁ ସବ୍‌ରେଜିଷ୍ଟ୍ରୀ ଅଫିସ୍‌ରେ ଆବେଦନ କରିବା କଥା ମୁଁ ଗଣମାଧ୍ୟମରୁ ଜାଣିଥିଲି, ନ ହେଲେ ମୁଁ ଜାଣିପାରି ନଥାନ୍ତି। ବିଜୟଶଙ୍କର ବିବାହ କରି ଘର ସଂସାର କରିଥାନ୍ତେ, ମୁଁ ଥାନା ଓ କୋର୍ଟକୁ ଦୌଡ଼ିଥାନ୍ତି ଓ ଲୋକଙ୍କଠାରୁ ବଦନାମ ଶୁଣିଥାନ୍ତି। ମୋ ଜୀବନର ରହିଲା କ’ଣ? ମୋତେ ନ୍ୟାୟ ଦରକାର।

Advertisment

ବିଧାୟକଙ୍କ ନାଁରେ କେସ ଚାଲିଛି। ଏପର୍ଯ୍ୟନ୍ତ ରଫାଦଫା ହୋଇ ନାହିଁ। ହେଲେ ବିଧାୟକ ଲୁଚିଛପି ସବରେଜିଷ୍ଟ୍ରାର ଅଫିସରେ ବିବାହ ପାଇଁ ଆବେଦନ କରୁଛନ୍ତି। ସେ କ’ଣ ମୋ ଜୀବନକୁ ନଷ୍ଟ କରି ତାଙ୍କ ସଂସାର ବସାଇବେ?

ସେ କହିଛନ୍ତି, ବିଧାୟକ ଯାହାକୁ ବାହାହେବେ ସେ ହେଉଛନ୍ତି ତାଙ୍କ ଟ୍ୟୁସନ ସାରଙ୍କ ସ୍ତ୍ରୀ। ସେ ମହିଳା ଜଣଙ୍କ ବିଧାୟକଙ୍କ ପ୍ରେମରେ ଏତେ ପାଗଳ ହୋଇଗଲେ ସେ ତାଙ୍କ ୬ବର୍ଷର ଶିଶୁକୁ ଛାଡ଼ି ଦେଲେ ଓ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଦେଲେ। 

ବିଜୟ ଜଣେ ବିଧାୟକ। ସେ ଯେଉଁ ପାର୍ଟିରେ ଅଛନ୍ତି ସେ ପାର୍ଟି ପାୱାରରେ ଅଛି। ସେଥିପାଇଁ ତାଙ୍କ ଉପରେ କୌଣସି ଆକ୍ସନ ହେଉନାହିଁ। ପାର୍ଟି ପାୱାର ପାଇଁ ପୁଲିସ ତାଙ୍କୁ ଡାକୁନି କି ଗିରଫ କରୁନି। ପୁଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ଡାକୁନାହିଁ। ପୁଲିସ ମୋତେ ବହୁତ ହାରାସ୍‌ କରୁଛି। ମୁଁ ଡିପ୍ରେସନକୁ ଆସିଗଲିଣି।ମୋତେ ଏଯାଏ ନ୍ୟାୟ ମିଳିନି। ସେ କିଭଳି ବିବାହ କରିବେ ବୋଲି ସୋମାଲିକା କହିଛନ୍ତି। 

ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ଦେଉଛନ୍ତି ବୋଲି ନାରା ଦେଉଛନ୍ତି। ମୁଁ ତ ଜଣେ ନାରୀ। ହେଲେ ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, ବିଜୟ ଶଙ୍କର ଦଣ୍ଡିତ ନ ହେବା ଯାଏ ଚୁପ୍‌ ବସିବିନି। ବିଜୟ ଶଙ୍କରଙ୍କ ନାଁରେ ମୋ ପାଖରେ ସବୁ ପ୍ରକାର ପ୍ରମାଣ ଅଛି। ବିଜୟ ଶଙ୍କର ସେକ୍ସ ରାକେଟ ସହ ତାଙ୍କର ସଂପୃକ୍ତି ରହିଛି। କେହି ଧମକାଇଲେ କି ଡରାଇଲେ ମୁଁ ଡରିବି ନାହିଁ।

ବିଜୟଙ୍କ ବୟସକୁ ନେଇ କଟାକ୍ଷ କରି ସୋମାଲିକା କହିଛନ୍ତି ବିଜୟଙ୍କ ବୟସ କ’ଣ ବଢ଼ୁନି। ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା। ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି।

Cuttack MLA Bijay Shankar's
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe