Advertisment

ବିଜେପିରେ ଯୋଗଦେବାକୁ ମନାଉଛନ୍ତି ଶୁଭେଚ୍ଛୁ: ଶରଦ ପାୱାର

ବିଜେପିରେ ଯୋଗଦେବାକୁ ଚେଷ୍ଟା କରାଯାଉଛି। କିଛି ଶୁଭେଚ୍ଛୁ ଏଥିପାଇଁ ମୋତେ ମନାଇବାକୁ ଚେଷ୍ଟା କରୁଥିବା କହିଲେ ଏନସିପି ମୁଖ୍ୟ ଶରଦ ପାୱାର୍।

Shrad Pawar

Shrad Pawar

Advertisment

ବିଜେପିରେ ଯୋଗଦେବାକୁ ଚେଷ୍ଟା କରାଯାଉଛି। କିଛି ଶୁଭେଚ୍ଛୁ ଏଥିପାଇଁ ମୋତେ ମନାଇବାକୁ ଚେଷ୍ଟା କରୁଥିବା କହିଲେ ଏନସିପି ମୁଖ୍ୟ ଶରଦ ପାୱାର୍। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆଜି ଏପରି କହିଛନ୍ତି ପାୱାର।

Advertisment

ସେ କହିଛନ୍ତି ଯେ, ଏନସିପିର ଜାତୀୟ ସଭାପତି ଭାବେ ମୁଁ ସ୍ପଷ୍ଟ କରୁଛି ଯେ ମୋ ଦଳ (ଏନସିପି) ବିଜେପି ସହିତ କଦାପି ମିଶିବ ନାହିଁ। ଭାରତୀୟ ଜନତା ପାର୍ଟିର କୌଣସି ନୀତି ସହ ଏନସିପି ନୀତି ମେଳ ଖାଉ ନାହିଁ ବୋଲି ସେ କହିଛନ୍ତି। ତଥାପି ଶୁଭେଚ୍ଛୁମାନେ ମୋତେ ବିଜେପିରେ ମିଶିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଭାରତୀୟ ଜନତା ପାର୍ଟି ସହ କଦାପି ସମନ୍ୱୟ ରକ୍ଷା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶରଦ ପାୱାରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହେବାର କାରଣ କହିଥିଲେ। ସେ କହିଥିଲେ ଶରଦ ପାୱାର ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। କିନ୍ତୁ ବଂଶଗତ ରାଜନୀତି କାରଣରୁ ସେ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିଲେନି ବୋଲି ମୋଦୀ କହିଥିଲେ। 

Advertisment
Bjp Sharad Pawar Political News NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe