Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କହିଲେ- ନୀତୀଶ କୁମାରଙ୍କ ଖାଇବାରେ କେହି ବିଷାକ୍ତ ଜିନିଷ ମିଶାଇ ଦେଇଛି

ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ୬୫%କୁ ବୃଦ୍ଧି କରିବାକୁ ବିଧାନସଭାରେ ଗୁରୁବାର ଆଲୋଚନା ହେଉଥିଲା। ଏହି ସମୟରେ ନୀତୀଶ କୁମାର ଜୋରଦାର ଢଙ୍ଗରେ ମାଞ୍ଝୀଙ୍କୁ ସମାଲୋଚନା କରିଥିଲେ। ନୀତୀଶ କୁମାରଙ୍କ ଏପରି ଆଭିମୁଖ୍ୟ ପରେ ମାଞ୍ଝୀଙ୍କ ବୟାନ ସାମ୍ନାକୁ ଆସିଛି।

author-image
Hemant Lenka
Bihar

Bihar

ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା(ହାମ) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ ଶୁକ୍ରବାର ସାଂଘାତିକ ଦାବି କରିଛନ୍ତି। ଗୋଟିଏ ଭୟଙ୍କର ଷଡ଼ଯନ୍ତ୍ର ବଳରେ ବିବାହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାଇବାରେ କିଛି ବିଷାକ୍ତ ଜିନିଷ ମିଶାଇ ଦିଆଯାଇଛି। ଯେଉଁମାନେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଚାହୁଁଛନ୍ତି, ସେମାନେ ଏପରି କରିଥିବା ସେ କହିଛନ୍ତି।

Advertisment

ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥାକୁ ୬୫%କୁ ବୃଦ୍ଧି କରିବାକୁ ବିଧାନସଭାରେ ଗୁରୁବାର ଆଲୋଚନା ହେଉଥିଲା। ଏହି ସମୟରେ ନୀତୀଶ କୁମାର ଜୋରଦାର ଢଙ୍ଗରେ ମାଞ୍ଝୀଙ୍କୁ ସମାଲୋଚନା କରିଥିଲେ। ନୀତୀଶ କୁମାରଙ୍କ ଏପରି ଆଭିମୁଖ୍ୟ ପରେ ମାଞ୍ଝୀଙ୍କ ବୟାନ ସାମ୍ନାକୁ ଆସିଛି।

ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମତ ରଖିବା ବେଳେ ଅଭଦ୍ର ଟିପ୍ପଣୀ କରିବା ଓ ଗୃହରେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଅପଶବ୍ଦ ବ୍ୟବହାର କରିଥିବା ନୀତୀଶ କୁମାରଙ୍କ ମାନସିକ ସ୍ଥିତି ଠିକ ନାହିଁ। ତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ମାଞ୍ଝୀ କହିଛନ୍ତି।

Advertisment

ସେ କହିଛନ୍ତି, “ଯାହା ଜଣାପଡ଼ୁଛି ଗୋଟିଏ ଷଡ଼ଯନ୍ତ୍ର ବଳରେ କେହି ନୀତୀଶ କୁମାରଙ୍କ ଖାଇବାରେ କିଛି ବିଷାକ୍ତ ଜିନିଷ ମିଶାଇ ଦେଇଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ଆସନ ନେବାକୁ ଚାହୁଁଥିବା ଲୋକମାନେ ଏପରି କରିଛନ୍ତି। ଖାଦ୍ୟରେ ବିଷାକ୍ତ ଜିନିଷ ମିଶିଥିବାରୁ ସେ ମହିଳା ଓ ମୋ ବିରୋଧରେ ଗତକାଲି ଏପରି ଅପଶବ୍ଦ ସବୁ ପ୍ରୟୋଗ କରିଛନ୍ତି। ଏହାର ଗୋଟିଏ ଉଚ୍ଚସ୍ତରୀୟ ତଦନ୍ତ ହେବା ନିହାତି ଜରୁରୀ।

ନୀତୀଶ କୁମାର କିଛି ଦିନ ତଳେ ଅଭଦ୍ର ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କୁ ଉଭୟ ଗୃହରେ କ୍ଷମା ମାଗିବାକୁ ପଡ଼ିଥିଲା। ଗତକାଲି ସେ ପୁଣିଥରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ। ସେ ମୋତେ ଅପମାନ ଦେବା ଭଳି କଥା କହିଥିଲେ। ସେ ଭୁଲି ଯାଇଥିଲେ ଯେ ମୁଁ ତାଙ୍କ ଠାରୁ ବୟସ ଓ ରାଜନୀତିକ ଅଭିଜ୍ଞତାରେ ବହୁତ ବଡ଼। ଏସବୁ ଦର୍ଶାଉଛି ଯେ ତାଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି।”

ଗୁରୁବାର ନୀତୀଶ କୁମାର ବିଧାନସଭା ଭିତରେ ମାଞ୍ଝୀଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ “ମାଞ୍ଝୀ କହୁଛନ୍ତି ସେ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ସେ ମୋ ମୁର୍ଖତେ ଯୋଗୁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କର କୌଣସି ସେନ୍ସ ଅଛି? ସେ କ’ଣ କହୁଛନ୍ତି, ଥରେ ଚିନ୍ତା କରନ୍ତୁ।”

Bihar Nitish Kumar