Advertisment

ସଞ୍ଜୟ ସିଂହଙ୍କ ଦାବି: କେଜ୍ରିୱାଲଙ୍କ ସହ ବହୁତ ବଡ଼ କିଛି ଘଟିବ

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ସଞ୍ଜୟ ସିଂହଙ୍କୁ ଇଡି ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଇଥିଲା। ଏହି ସମୟରେ ଗଣମାଧ୍ୟମକୁ ସେ ସାଂଘାତିକ କଥା କହିଛନ୍ତି।

Kejriwal

Kejriwal

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ସାଂସଦ ସଞ୍ଜୟ ସିଂହ ଆଜି ବଡ଼ ଦାବି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଛି। କେବଳ ଗିରଫଦାରୀ ନୁହେଁ, କେଜ୍ରିୱାଲଙ୍କ ସହ ବହୁତ ବଡ଼ କିଛି ଘଟିବ ବୋଲି ସଞ୍ଜୟ ସିଂହ କହିଛନ୍ତି।

Advertisment

ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ସଞ୍ଜୟ ସିଂହଙ୍କୁ ଇଡି ଆଜି କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଇଥିଲା। ଏହି ସମୟରେ ଗଣମାଧ୍ୟମକୁ ସେ ସାଂଘାତିକ କଥା କହିଛନ୍ତି।

ସେ କହିଛନ୍ତି, “କେଜ୍ରିୱାଲଜୀଙ୍କୁ ଫସାଇବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଇଛି। କେବଳ ଗିରଫଦାରୀ ନୁହେଁ, ଏମାନେ କେଜ୍ରିୱାଲଙ୍କ ସହ ଆହୁରି କିଛି ବଡ଼ ଘଟଣା ଘଟାଇବେ।” ସଞ୍ଜୟ ସିଂହ ଏତିକି କହିଥିବା ବେଳେ ପୁଲିସ୍‌ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ସେ ଆଉ କିଛି କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପୁଲିସ୍‌ ସୁଯୋଗ ଦେଇ ନଥିଲା। 

Advertisment

ନିକଟରେ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କେଜ୍ରିୱାଲଙ୍କୁ ସମନ କରିଥିଲା। ତେବେ ଏହାକୁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କେଜ୍ରିୱାଲ କହିବା ସହ ଇଡି ନିକଟରେ ହାଜର ହୋଇ ନାହାନ୍ତି। ତାଙ୍କୁ ପୁଣି ହାଜର ହେବାକୁ ସମନ କରାଯିବାର ସମ୍ଭାବନା ଥିବା ବେଳେ ସଞ୍ଜୟ ସିଂହ ଷଡ଼ଯନ୍ତ୍ର ସମ୍ପର୍କରେ ଅଭିଯୋଗ ଆଣିଛନ୍ତି।

Delhi Arvind Kejriwal AAP Liquor Scam Delhi Liquor Policy Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe