Advertisment

ବେଳେବେଳେ ସରକାର ଗୋଟିଏ ଦିନ ରହିଥାଏ: କାହିଁକି ଏମିତି କଥା କହିଲେ ମମତା?

ସେ ଆଜି କଥା ଛଳରେ ବିରୋଧୀ ମେଣ୍ଟ ଇଣ୍ଡିଆ ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରେ ସରକାର ଗଠନ କରିପାରେ ବୋଲି ସଙ୍କେତ ଦେଇଛନ୍ତି।

author-image
Hemant Lenka
Mamata

Mamata

ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଥିବା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏବେ ବେଶ ଉତ୍ସାହିତ। ସେ ଆଜି କଥା ଛଳରେ ବିରୋଧୀ ମେଣ୍ଟ ଇଣ୍ଡିଆ ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରେ ସରକାର ଗଠନ କରିପାରେ ବୋଲି ସଙ୍କେତ ଦେଇଛନ୍ତି। ଏଥିସହ ବେଳେବେଳେ ସରକାର କେବଳ ଗୋଟିଏ ଦିନ ରହିବାର ନଜିର ରହିଥିବା କଥା ବି କହିଛନ୍ତି। 

Advertisment

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପୂର୍ବରୁ ଆଜି ଦିଦି ବେଙ୍ଗଲରେ ଟିଏମସିର ସଂସଦୀୟ ଦଳ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହାପରେ ସେ କହିଛନ୍ତି ଯେ ତାଙ୍କ ଦଳ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବ ନାହିଁ। କାରଣ ବେଆଇନ ଓ ଅଗଣତାନ୍ତ୍ରିକ ଭାବେ ସରକାର ଗଠନ ହେଉଥିବା ଦିଦି ଦାବି କରିଛନ୍ତି।

ବିଜେପି ଏକାକୀ ୨୪୦ଟି ଲୋକସଭା ଆସନ ଜିତିଥିବାରୁ ମୋଦି-ଶାହଙ୍କୁ ସରକାର ଗଠନ ପାଇଁ ସହଯୋଗୀ ଦଳଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ୁଛି। ବିଶେଷ କରି ଟିଡିପି ଓ ଜେଡିୟୁ ଉପରେ ମୋଦି ୩.୦ ସରକାର ନିର୍ଭର କରୁଛି।

Advertisment

ଏହାକୁ ନେଇ ଦିଦି ଆଜି ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯେଉଁମାନେ ୪୦୦ ପାର ନାରା ଦେଉଥିଲେ ଏବେ ସେମାନେ ଏକାକୀ ସରକାର ଗଠନ କରିବାକୁ ସଂଖ୍ୟା ହାସଲ କରିପାରି ନାହାନ୍ତି। ଇଣ୍ଡିଆ ମେଣ୍ଟ ସରକାର ଗଠନ ପାଇଁ ଦାବି କରିନି ବୋଲି କିଛି ହେବନି ବୋଲି ଭାବନ୍ତୁ ନାହିଁ।

ଆମେ ଅପେକ୍ଷା କରିଛୁ ଓ ସବୁ କିଛି ଦେଖୁଛୁ। କାରଣ ସ୍ଥିତି ବଦଳି ଥାଏ। ସବୁକିଛି ପରେ ଗୋଟିଏ ନୂଆ ଇଣ୍ଡିଆ ସରକାର ଗଠନ ହେବ। କିନ୍ତୁ ସେମାନଙ୍କୁ କିଛି ଦିନ ଦିଆଯାଉ। ବେଳେବେଳେ ସରକାର କେବଳ ଗୋଟିଏ ଦିନ ରହିଥାଏ। କିଛି ବି ଘଟିପାରେ। କିଏ ଜାଣେ ଏ ସରକାର ୧୫ ଦିନ କାମ କରିବ?”

ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୨୩୨ଟି ଆସନ ଜିତିଛି। କଂଗ୍ରେସର ଆସନ ସଂଖ୍ୟା ବଢ଼ିଥିବା ବେଳେ ସମାଜବାଦୀ ପାର୍ଟି, ଟିଏମସି ଓ ଡିଏମକେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି।

Bjp Mamata Banerjee TMC Nda