Advertisment

ବିଜେଡି ଉପରେ ବର୍ଷିଲେ ସୌମ୍ୟ; କହିଲେ- ଯାହାର ଦେଖା ମିଳୁ ନଥିଲା, ସେ ଏବେ ନିନ୍ଦୁକ ପାଲଟିଛନ୍ତି

ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ।

ଅଦ୍ୟତନ ହୋଇଛି
somya pattnaik

somya pattnaik

Advertisment

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି। ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ସେ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି କହି ହେବନାହିଁ। ଏହି ସରକାରକୁ ଅଧିକ ସମୟ ଦେବାକୁ ପଡ଼ିବ। ୨୫ ବର୍ଷର ସରକାରର ଅବସାନ ପରେ ୧୦୦ଦିନର ସରକାର ସହିତ ତୁଳନା କରିବା ଠିକ ନୁହେଁ।

ସୌମ୍ୟ କହିଛନ୍ତି, ଯାହାକୁ ଆଗରୁ ଖୋଜିଲେ ମିଳୁ ନ ଥିଲେ, ସେମାନେ ଗାତରୁ ବାହାରି ସମ୍ବାଦିକ ସମ୍ମିଳନୀ କରୁଛନ୍ତି ଓ ସରକାରଙ୍କୁ ନିନ୍ଦା କରୁଛନ୍ତି। ସେମାନେ ବୋଧେ ହୁଏ ନିଜ ଅମଳ କଥା ଭୁଲି ଯାଉଛନ୍ତି। ମୁଁ ଭାବୁଛି ସରକାରଙ୍କୁ ଟିକିଏ ଅଧିକ ସମୟ ଦେବା ଦରକାର।

Advertisment

ସରକାରଙ୍କୁ ୨୦୦ ଦିନ ସମୟ ଦେବା  ଦରକାର। ଯଦି ଡିସେମ୍ବର ମାସ ସୁଦ୍ଧା ସରକାରଙ୍କର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ  ତାହାହେଲେ ଆମେ କହିବା। ସୌମ୍ୟଙ୍କ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଗତକାଲି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ।

ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ୱିଟ୍‌ କରି ଓଡ଼ିଶାରେ ଆଇନବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିସହ ରାହୁଲ ଟ୍ୱିଟ୍‌ ଉଲ୍ଲେଖ କରିଥିଲେ ଯେ, ବିଜେପି ସରକାରରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ ସମ୍ପୂର୍ଣ୍ଣ ଭାବେ ବେନିୟନ୍ତ୍ରଣ ଓ ନିରଙ୍କୁଶ ହୋଇଯାଇଛି । ଯେତେବେଳେ ସରକାରୀ ବ୍ୟବସ୍ଥା ଭିତରେ ଅନ୍ୟାୟ ହେଉଛି ଓ ଛତ୍ରଛାୟା ମିଳୁଛି ସେଠି ସାଧାରଣ ନାଗରିକ କାହାଠୁ ସହାୟତା ପାଇଁ ଆଶା କରିବ? ଏହି ଘଟଣାରେ ସମସ୍ତ ଦୋଷୀ କଠୋର କାର୍ଯ୍ୟାନୁଷ୍ଠାନର ପାତ୍ର। ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଜନତା ବିଶେଷକରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଓ ସୁରକ୍ଷାର ଉଦାହରଣ ଉପସ୍ଥାପନ କରିବା ଦରକାର ବୋଲି ଶ୍ରୀ ଗାନ୍ଧି କହିଥିଲେ।

BjD Bjp Somya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe