Advertisment

ପଞ୍ଚାୟତ ନିର୍ବାଚନରେ ବାପାଙ୍କ ଗଡ଼ ଜଗିଛନ୍ତି ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ମୈଦାନରେ ଭିଡ଼ ଜମିଲାଣି। ନେତାମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଆରମ୍ଭ କଲେଣି ପ୍ରଚାର। ଏଥର କିନ୍ତୁ ଗୋଟିଏ ନୂଆ କଥା ଦେଖିବାକୁ ମିଳିଛି। ଶାସକ ହୁଅନ୍ତୁ କି ବିରୋଧୀ ସବୁଠି ବୟସ୍କ ନେତାଙ୍କ ପୁଅମାନେ ଧରିଛନ୍ତି ନିର୍ବାଚନୀ ମଙ୍ଗ। ଗାଁକୁ ଗାଁ ବୁଲୁଛନ୍ତି ଓ ଭୋଟର ଏବଂ କର୍ମୀଙ୍କୁ ଭେଟି ରଣନୀତି କରୁଛନ୍ତି। ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କ […]

ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନରେ ବାପାଙ୍କ ଗଡ଼ ଜଗିଛନ୍ତି ପୁଅ

BJD

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ମୈଦାନରେ ଭିଡ଼ ଜମିଲାଣି। ନେତାମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଆରମ୍ଭ କଲେଣି ପ୍ରଚାର। ଏଥର କିନ୍ତୁ ଗୋଟିଏ ନୂଆ କଥା ଦେଖିବାକୁ ମିଳିଛି। ଶାସକ ହୁଅନ୍ତୁ କି ବିରୋଧୀ ସବୁଠି ବୟସ୍କ ନେତାଙ୍କ ପୁଅମାନେ ଧରିଛନ୍ତି ନିର୍ବାଚନୀ ମଙ୍ଗ। ଗାଁକୁ ଗାଁ ବୁଲୁଛନ୍ତି ଓ ଭୋଟର ଏବଂ କର୍ମୀଙ୍କୁ ଭେଟି ରଣନୀତି କରୁଛନ୍ତି।

Advertisment

ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କ ପୁଅ ବିପ୍ଲବ ପାତ୍ର। ସେ ଦିଗପହଣ୍ଡି ହେଉ କି ରଙ୍ଗେଇଲୁଣ୍ଡା ବ୍ଲକ ସବୁଠି ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଚଳାଇଛନ୍ତି ରଣକୌଶଳ। ଦମ୍ଭର ସହ କହୁଛନ୍ତି ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନରୁ ୬୭ଟିରେ ତାଙ୍କ ଦଳ ବିନା ବାଧାରେ ଜିତିବ।

ଠିକ୍‌ ସେମିତି ଆଉ ଜଣେ ହେଲେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ସାହୁ। ତାଙ୍କ ପୁଅ ଅସିତ ରାୟଚୌଧୁରୀ ବାପାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରଜଙ୍ଗ ଓ କଙ୍କଡାହାଡ଼ ବ୍ଲକ୍‌କୁ ସମ୍ଭାଳୁଛନ୍ତି। ସେ ନିର୍ବାଚନୀ ଶୋଭାଯାତ୍ରା କରି ବିରୋଧୀଙ୍କୁ ଦେଉଛନ୍ତି କଡ଼ା ଟକ୍କର। ଆଉ ଆଶା କରିଛନ୍ତି ଦୁଇ ବ୍ଲକରେ ଥିବା ସବୁ ଜିଲ୍ଲା ପରିଷଦ ଯୋନକୁ ହାତେଇବେ।

Advertisment

ସେହିପରି ବାପାଙ୍କ ଲମ୍ବା ରାଜନୀତିକୁ ପାଥେୟ କରି ପଞ୍ଚାୟତ ନିର୍ବାଚନ ମଙ୍ଗ ଧରିଛନ୍ତି ଦୁଇ ଯୁବ ନେତା। ସେମାନେ ହେଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଡ଼ ପୁଅ ପ୍ରୟାସକାନ୍ତି ଓ ସାନପୁଅ ପ୍ରଣିତକାନ୍ତି। ଗଲା ଥର ଅଙ୍କ ଟିକେ ଗଡ଼ବଡ଼ ହୋଇଥିଲା। ହେଲେ ଏଥର ଆଉ ସେମିତି ହେବାକୁ ଦେବେନି ବୋଲି କହୁଛନ୍ତି। ଯେହେତୁ ୧୮ରୁ ୪୦ ବର୍ଷୀୟ ଭୋଟରଙ୍କ ଅଧିକ ପସନ୍ଦ ଯୁବ ନେତୃତ୍ୱ, ତେଣୁ ବାପା ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ଅଧିକାଂଶ ପୁରୁଖା ନେତାଙ୍କ ପୁଅମାନେ ବାପାଙ୍କ ଗଡ଼ ଜଗିଛନ୍ତି। ସିଏ ବଲାଙ୍ଗିର ବିଜେଡିର ଟାଣୁଆ ନେତା ଅନଙ୍ଗ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ନାରାୟଣ ସିଂଦେଓ ହୁଅନ୍ତୁ କି ପୂର୍ବତନମନ୍ତ୍ରୀ ଯୋଗେନ୍ଦ୍ର ବେହେରା କିମ୍ବା ଆୟୁବ ଖାଁଙ୍କ ପୁଅ। ସମସ୍ତେ ନିଜ ପାରୁ ପର୍ଯ୍ୟନ୍ତ ସମ୍ଭାଳିଛନ୍ତି ବାପାଙ୍କ ଗଡ଼। ପଛରେ ପଡ଼ିନାହାନ୍ତି ବଲାଙ୍ଗିର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେଶ। ସିଏ ବାପାଙ୍କ ସମୟର ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe