ଭିକ ମାଗି ପ୍ରଚାର କରୁଛନ୍ତି ପ୍ରାର୍ଥୀ | Odisha Reporter
ଭୋଟ ଆସିଲେ ସାଧାରଣତଃ ନେତାମାନେ ଭୋଟରଙ୍କୁ ଟଙ୍କା ଦିଅନ୍ତୁ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ନିର୍ବାଚନ ବେଳେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରନ୍ତି। ହେଲେ ସବୁର୍ଣ୍ଣପୁରରେ କିଛି ଓଲଟା ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରାର୍ଥୀ ହୋଇଥିବା ଜଣେ ମହିଳା ରାଜନେତାଙ୍କ ଭଳି ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏଥିସହ ସେ ଲୋକଙ୍କୁ ଭୋଟ ସହ ଆର୍ଥିକ ସହାୟତା ମଧ୍ୟ ମାଗୁଛନ୍ତି। ଭୋଟରମାନେ ମଧ୍ୟ ନିଜ ସମ୍ବଳ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ସହ ଚାଉଳ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଦେଉଛନ୍ତି। ଏହି ମହିଳା ଜଣଙ୍କ ହେଲେ ସୋନପୁର ନିର୍ବାଚନ ମଣ୍ଡଳୀର ନବ ନିର୍ମାଣ କୃଷକ ସଂଗଠନର ବିଧାନସଭା ପ୍ରାର୍ଥୀ ସୋନାଲି ବିଶି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us