Advertisment

BJP ଛାଡ଼ିଲେ ସୋନାଲି ସାହୁ

ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ।

author-image
Manoranjan Sial
ଅଦ୍ୟତନ ହୋଇଛି
Sonali Sahoo

Sonali Sahoo

ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ୍‌ଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନା ଅସୁନାରେ ସେ କଂଗ୍ରେସରେଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ଶ୍ରୀମତି ସାହୁ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଦିନରେ କଂଗ୍ରେସରେ ଫାୟାରବ୍ରାଣ୍ଡ ନେତ୍ରୀ ଥିଲେ ସୋନାଲି ସାହୁ। ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ। ସେ ଆଜି ବିଜେପିକୁ ବାଏ ବାଏ କରିଛନ୍ତି। ସେ କେଉଁ ଦଳରେ ମିଶିବେ, ତାହା ଗଣମାଧ୍ୟମକୁ ଜଣାଇ ନାହାନ୍ତି। ଚର୍ଚ୍ଚା ହେଉଛି, ସେ କଂଗ୍ରେସରେ ମିଶି ପାରନ୍ତି।

Advertisment
BjD Bjp Loksabha Election