Advertisment

ପ୍ରଚାର ପାଇଁ ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧି

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣପୁର, ରାୟଗଡ଼ା, କୋରାପୁଟ ଓ ଜୟପୁରରେ ରୋଡ୍‌ ଶୋ କରି ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବେ।

author-image
Hemant Lenka
Rahul

Rahul

ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆସିବେ। ବିଶେଷ କରି କୋରାପୁଟ ଲୋକସଭା ନିର୍ବାଚନ ପାଇଁ ଉଭୟ ଆସିବେ। ଏନେଇ ଆଜି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି।

Advertisment

ଆଜି କୋରାପୁଟ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ଷ୍ଟାର ପ୍ରଚାରକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓଡ଼ିଶା ଗସ୍ତ କରିବେ।

ମେ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ। ତେଣୁ କୋରାପୁଟ ଗସ୍ତରେ ଆସି ପ୍ରଚାର କରିବେ ସୋନିଆ ଗାନ୍ଧି। ସେହିପରି ରାୟଗଡ଼ାରେ ପ୍ରଚାର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି।

Advertisment

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣପୁର, ରାୟଗଡ଼ା, କୋରାପୁଟ ଓ ଜୟପୁରରେ ରୋଡ୍‌ ଶୋ କରି ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବେ।

ମେ’ ୧୩ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ସମେତ ୨୮ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ।

Odisha Congress Rahul Gandhi Sonia Gandhi