Advertisment

ରାମ ମନ୍ଦିର ଉଦ୍‌ଘାଟନ ଉତ୍ସବ: ସୋନିଆଙ୍କୁ ନିମନ୍ତ୍ରଣ, ଯିବନି କଂଗ୍ରେସ!

ସେହିପରି ବିରୋଧୀ ଦଳ କଂଗ୍ରେସରୁ ସୋନିଆ ଗାନ୍ଧିଙ୍କ ସମେତ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

Sonia and Mallikarjun

Sonia and Mallikarjun

Advertisment

ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଉଠୁଛୁ ପଡୁଛି ଅଯୋଧ୍ୟା। ଏଠାରେ ଆରମ୍ଭ ହୋଇଯାଇଛି ଭବ୍ୟ ଆୟୋଜନ। ଆସନ୍ତା କାଲି ଅର୍ଥାତ୍‌ ଜାନୁୟାରୀ ୨୨ରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୮ ହଜାର ଅତିଥି ଉପସ୍ଥିତ ରହିବେ। ଏଥିରେ ବଡ ବଡ ବ୍ୟବସାୟୀ, ଶିଳ୍ପପତି, ନେତା, ସନ୍ଥ, ସେଲିବ୍ରେଟି ମଧ୍ୟ ସାମିଲ ହେବେ।

Advertisment

ସେହିପରି ବିରୋଧୀ ଦଳ କଂଗ୍ରେସରୁ ସୋନିଆ ଗାନ୍ଧି, ମଲ୍ଲିକାର୍ଜ୍ଜୁନ ଖାଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏଥିସହ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚଡି ଦେବଗୌଡାଙ୍କୁ ମଧ୍ୟ ଡକାଯାଇଛି।

ତେବେ ଏହାରି ଭିତରେ ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କଂଗ୍ରେସ ନେତା ଏହି ଆୟୋଜନରେ ଯୋଗ ଦେବେ ନାହିଁ। ଏଭଳି କିଛି ଅନୁମାନ କରାଯାଉଛି। କଂଗ୍ରେସ ନେତା ଏହି ସମାରୋହରେ ଯୋଗ ଦେବା ସମ୍ଭାବନା କମ୍‌ ରହିଛି।

Advertisment

ପିଟିଆଇର ରିପୋର୍ଟ ମୁତାବକ, ରାମ ମନ୍ଦିର ଟ୍ରଷ୍ଟର ଜଣେ ପ୍ରତିନିଧିମଣ୍ଡଳ ଅନେକ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଆଗକୁ ଆହୁରି ଅନେକ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯିବା ସମ୍ଭାବନା ରହିଛି। ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ରାଜନୈତିକ ଦଳର ମୁଖ୍ୟଙ୍କୁ ଆମନ୍ତ୍ରିତ କରାଯିବାର ସମ୍ଭାବନା ମଧ୍ୟ ରହିଛି। ଯେଉଁଥିରେ ଆମ୍ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ବିଏସପି ନେତା ମୁଖ୍ୟ ମାୟାବତୀ, ସିପିଏମ ନେତା ସୀତାରାମ ୟେଚୁରୀ ଏବଂ ସିପିଆଇର ଡି. ରାଜା ସାମିଲ ଅଛନ୍ତି।

ରାମ ମନ୍ଦିରର ଉଦଘାଟନୀ ସମାରୋହ ବେଶ୍‌ ଭବ୍ୟ ଭାବେ ଅନୁଷ୍ଠିତ ହେବାକୁ ଯାଉଛି। ୧୮୦୦ କୋଟି ଟଙ୍କା ବ୍ୟୟରେ ମନ୍ଦିର କମ୍ପ୍ଲେକ୍ସକୁ ନିର୍ମାଣ କରାଯାଉଛି।

Congress Ram Mandir Sonia Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe