Advertisment

କ୍ଷମତାକୁ ଆସିଲେ ୫୦୦ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦେବ କଂଗ୍ରେସ

କଂଗ୍ରେସ କ୍ଷମତାକୁ ଆସିଲେ ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନାରେ ମାସିକ ୨୫ ଶହ ଲେଖାଏ ଭତ୍ତା ଦେବ। ଗ୍ୟାସ ସିଲଣ୍ଡର ୫୦୦ ଟଙ୍କାରେ ମିଳିବ। ରାଜ୍ୟ ସରକାରଙ୍କ ବସ୍‌ ଯାତ୍ରା ମହିଳାମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ହେବ।

ଅଦ୍ୟତନ ହୋଇଛି
Sonia Gandhi

Sonia Gandhi

Advertisment

କଂଗ୍ରେସର ପୂର୍ବତନ ମୁଖିଆ ସୋନିଆ ଗାନ୍ଧି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ ବଡ଼ ଘୋଷଣା କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲଣ୍ଡର ଯୋଗାଇ ଦେବ।

Advertisment

ସୋନିଆ କହିଛନ୍ତି, “ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବା ମୋର ସ୍ୱପ୍ନ। କଂଗ୍ରେସ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପାଇଁ କାମ କରିବ। ତେଣୁ ଲୋକମାନେ କଂଗ୍ରେସକୁ ସମର୍ଥନ କରନ୍ତୁ।”

ହାଇଦ୍ରାବାନଦ ଉପକଣ୍ଠ ଟୁକ୍କୁଗୁଡ଼ାରେ ସୋନିଆ କହିଛନ୍ତି, “ଆମେ ୬ଟି ଗ୍ୟାରେଣ୍ଟୀ ଦେଉଛୁ ଓ ପ୍ରତିଟି କଥାକୁ ପୂରଣ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ। ମୁଁ ଓ ମୋର ସହଯୋଗୀମାନେ ମହାନ ତେଲେଙ୍ଗାନ ଜନ୍ମ ହେବା ଘଟଣାରେ ସାମିଲ ହେବାର ସୁଯୋଗ ପାଇଥିଲୁ।

Advertisment

କଂଗ୍ରେସ ଏଠାରେ କ୍ଷମତାକୁ ଆସିଲେ ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନାରେ ମାସିକ ୨୫ ଶହ ଲେଖାଏ ଭତ୍ତା ଦେବ। ଗ୍ୟାସ ସିଲଣ୍ଡର ୫୦୦ ଟଙ୍କାରେ ମିଳିବ। ରାଜ୍ୟ ସରକାରଙ୍କ ବସ୍‌ ଯାତ୍ରା ମହିଳାମାନଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ହେବ। ତେଲେଙ୍ଗାନାବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ୬ଟି ଗ୍ୟାରେଣ୍ଟି ଦେଉଛୁ। ପ୍ରତଟି ଗ୍ୟାରେଣ୍ଟି ପୂରଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

Congress Sonia Gandhi Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe