Advertisment

‘ଭୋଟ ଚୋରି’କୁ କାଉଣ୍ଟର, ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଅନୁରାଗ ଠାକୁର ଦାବି କରିଛନ୍ତି ଯେ ସୋନିଆ ଗାନ୍ଧି ୧୯୪୬ରେ ଇଟାଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନାଁ ସୋନିଆ ମାଇନୋ ଥିଲା। ତାଙ୍କ ନାଁକୁ ୧୯୮୦ରୁ ୧୯୮୨ ଯାଏ ଭୋଟର ତାଲିକାରେ ସାମିଲ କରାଯାଇଥିଲା। କିନ୍ତୁ ସେ ଏହାର ବର୍ଷକ ପରେ ଭାରତର ନାଗରିକତା ଗ୍ରହଣ କରିଥିଲେ।

Sonia

Sonia

Advertisment

କଂଗ୍ରେସ କାଗଜପତ୍ର ଦେଖାଇ ନିର୍ବାଚନ କମିଶନ ଓ ବିଜେପି ବିରୋଧରେ ଆଣିଥିବା ଭୋଟ ଚୋରି ଅଭିଯୋଗ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏପରି ଏକ ସ୍ଥିତିରେ ବ୍ୟାକଫୁଟରେ ଥିବା ବିଜେପି ଆଜି କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ନାଗରିକତା ଓ ଭୋଟର ଲିଷ୍ଟ ଉପରେ ପ୍ରଶ୍ନ ଉଠାଇଛି।

Advertisment

ଭାରତର ନାଗରିକ ହେବା ପୂର୍ବରୁ ସୋନିଆ ଗାନ୍ଧିଙ୍କ ନାଁ ଦେଶର ଭୋଟର ତାଲିକାରେ ସାମିଲ କରାଯାଇଥିବା ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର ଆଜି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି। ୪୫ ବର୍ଷ ତଳେ ସୋନିଆ ଗାନ୍ଧିଙ୍କ ନାଁ ଭାରତୀୟ ଭୋଟର ଭାବେ ପଞ୍ଜିକୃତ ହୋଇଥିଲା। ଏବେ ବିଜେପି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିବାକୁ ଚେଷ୍ଟା କରିଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି ଯେ ସୋନିଆ ଗାନ୍ଧି ୧୯୪୬ରେ ଇଟାଲୀରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନାଁ ସୋନିଆ ମାଇନୋ ଥିଲା। ତାଙ୍କ ନାଁକୁ ୧୯୮୦ରୁ ୧୯୮୨ ଯାଏ ଭୋଟର ତାଲିକାରେ ସାମିଲ କରାଯାଇଥିଲା। କିନ୍ତୁ ସେ ଏହାର ବର୍ଷକ ପରେ ଭାରତର ନାଗରିକତା ଗ୍ରହଣ କରିଥିଲେ।

Advertisment

ଏହାର କିଛି ଘଣ୍ଟା ପୂର୍ବରୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ସମାନ କଥା କହିଥିଲେ। ସେ ଗୋଟିଏ ଫଟୋ ପୋଷ୍ଟ କରି ଏହା ୧୯୮୦ ମସିହାର ଭୋଟର ତାଲିକା ବୋଲି ଦାବି କରିଥିଲେ। ଏହା ଜରିଆରେ ସୋନିଆ ଗାନ୍ଧି ଭାରତର ନାଗରିକତା ଗ୍ରହଣ କରି ନଥିବା ବେଳେ ଦେଶର ଭୋଟର ବନିଥିଲେ ବୋଲି ଶ୍ରୀ ମାଲବ୍ୟ ଦେଖାଇବାକୁ ଚେଷ୍ଟା କରିଥିଲେ।

ସେ ଦାବି କରିଥିଲେ ଯେ ୧୯୬୮ରେ ରାଜୀବ ଗାନ୍ଧିଙ୍କୁ ବିବାହ କରିଥିବା ସୋନିଆଙ୍କ ନାଁକୁ ଭୋଟର ତାଲିକାରେ ଯୋଡ଼ା ଯିବା ବେଳେ ଗାନ୍ଧି ପରିବାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସରକାରୀ ବାସଭବନରେ ରହୁଥିଲେ। ୧୯୮୦ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀ ସଂସଦୀୟ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାର ସଂଶୋଧନ କରାଯାଇଥିଲା। ଏହି ସମୟରେ ସୋନିଆ ଗାନ୍ଧିଙ୍କ ନାଁକୁ ଏଥିରେ ସାମିଲ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା ଯେ ଏହା ପ୍ରଚଳିତ ଆଇନର ଉଲ୍ଲଙ୍ଘନ। ଭୋଟର ତାଲିକାରେ ଜଣେ ସାମିଲ ହେବା ପୂର୍ବରୁ ତାଙ୍କ ପାଖରେ ଭାରତର ନାଗରିକତା ରହିଥିବା ଦରକାର। ୧୯୮୨ରେ ଏହାକୁ ନେଇ ବିବାଦ ହେବାରୁ ତାଙ୍କ ନାଁକୁ ଭୋଟର ତାଲିକାରୁ ହଟା ଯାଇଥିଲା।

୧୯୮୩ରେ ସୋନିଆ ଭାରତର ନାଗରିକତା ପାଇବା ପରେ ତାଙ୍କ ନାଁକୁ ପୁଣିଥରେ ବେଆଇନ ଭାବେ ଭୋଟର ତାଲିକାରେ ସାମିଲ କରାଯାଇଥିଲା। କଟ ଅଫ ତାରିଖ ଜାନୁଆରୀ ୧ ରହିଥିବା ବେଳେ ସୋନିଆ ଗାନ୍ଧି ଏପ୍ରିଲ ମାସରେ ନାଗରିକତା ଗ୍ରହଣ କରି ଭୋଟର ତାଲିକାରେ ନିଜକୁ ସାମିଲ କରିଥିଲେ ବୋଲି ମାଲବ୍ୟ କହିଛନ୍ତି।

ମାଲବ୍ୟଙ୍କ ଏକ୍ସ ପୋଷ୍ଟ ପରେ ସାମ୍ବାଦିକ ସମ୍ମିଳନୀ କରି ଅନୁରାଗ ଠାକୁର କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି ମହାରାଷ୍ଟ୍ର ଓ କର୍ଣ୍ଣାଟକାରେ ଭୋଟ ଚୋରିର ଅଭିଯୋଗ ଆଣିଥିଲେ। ହେଲେ ଅନୁରାଗ ଠାକୁର ଆଜି ରାହୁଲଙ୍କୁ ମିଛୁଆ ବୋଲି କହିଛନ୍ତି। ସେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଠାକୁର ଦାବି କରିଛନ୍ତି।

ଅମିତ ମାଲବ୍ୟ ଓ ଅନୁରାଗ ଠାକୁରଙ୍କ ଅଭିଯୋଗ ଉପରେ କଂଗ୍ରେସ କହିଛି ଯେ ଭୋଟ ଚୋରି ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଛି। ପ୍ରକୃତ ପ୍ରଶ୍ନର ଉତ୍ତର ଦେବା ବଦଳରେ ବିଜେପି ୪୫ ବର୍ଷ ପୁରୁଣା କଥା ଉଠାଉଛି। ଏହା ସଂପୂର୍ଣ୍ଣ ଭାବେ ଅନାବଶ୍ୟକ ବୋଲି କଂଗ୍ରେସ କହିଛି। 

Bjp Congress Sonia Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe