/odisha-reporter/media/post_attachments/uploadimage/library/16_9/16_9_0/sonia_1715955851.jpg)
sonia
ଉତ୍ତର ପ୍ରଦେଶର ରାଏବରେଲୀରେ ଆଜି ପ୍ରଚାର କରିଛନ୍ତି କଂଗ୍ରେସ ଭେଟରାନ ସୋନିଆ ଗାନ୍ଧି। ଏଠାରେ ପୁଅ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଥିବାରୁ ସୋନିଆ ବେଶ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ସେ ରାଏବେରଲୀ ଜନତାଙ୍କୁ ରାହୁଲ ଗାନ୍ଧିଙ୍କୁ ସମର୍ପିବା ସହ ପୁଅ କେବେ ନିରାଶ କରିବ ନାହିଁ ବୋଲି କହିଛନ୍ତି।
୭୭ ବର୍ଷୀୟ ସୋନିଆ ୨୦୦୪ରୁ ରାଏବରେଲୀରୁ ଜିତି ଆସୁଥିଲେ। କିନ୍ତୁ ସେ ଚଳିତ ବର୍ଷ ରାଜ୍ୟସଭାକୁ ଯାଇଥିବାରୁ ରାହୁଲ ଏଠାରେ ପ୍ରାର୍ଥୀ ହୋଇଛନ୍ତି।
ରାହୁଲଙ୍କ ପାଇଁ ରାଏବରେଲୀରେ ସୋନିଆ ପ୍ରଚାର କରି କହିଛନ୍ତି, “ମୁଁ ଆପଣମାନଙ୍କୁ ମୋ ପୁଅକୁ ସମର୍ପିତ କରୁଛି। ଯେମିତି ଆପଣମାନେ ମୋତେ ଆପଣାଇଥିଲେ, ଠିକ ସେହିପରି ରାହୁଲକୁ ନିଜର ଭାବି ରଖିବେ।
ଏ ରାହୁଲ ଆପଣମାନଙ୍କୁ ନିରାଶ କରିବ ନାହିଁ। ଇନ୍ଦିରା ଗାନ୍ଧି ଓ ରାଏବରେଲୀର ଲୋକମାନେ ମୋତେ ଯାହା ଶିଖାଇଥିଲେ, ଠିକ ସେଇଆ ମୁଁ ରାହୁଲ ଓ ପ୍ରିୟଙ୍କାଙ୍କୁ ଶିଖାଇଛି। ସମସ୍ତଙ୍କୁ ସମ୍ମାନ, ଦୁର୍ବଳକୁ ସୁରକ୍ଷା, ଲୋକଙ୍କ ଅଧିକାର ପାଇଁ ଅନ୍ୟାୟ ବିରୋଧରେ ଲଢ଼େଇ କରିବାକୁ ମୁଁ ସେମାନଙ୍କୁ ଶିଖାଇଛି। ଆଦୌ ଡରନ୍ତୁ ନାହିଁ। କାରଣ ଆପଣଙ୍କ ସଂଘର୍ଷର ମୂଳ ଓ ପରମ୍ପରା ଅତ୍ୟନ୍ତ ମଜବୁତ।”
ସୋନିଆ ଗାନ୍ଧି ରାଏବରେଲୀବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ କହିଛନ୍ତି, “ଦୀର୍ଘ ସମୟ ପରେ ଆପଣମାନଙ୍କ ପାଖକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। ମୁଁ ହୃଦୟରୁ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି।
ଆପଣମାନଙ୍କ ଆଗରେ ମୁଣ୍ଡ ନୁଆଁଉଛି। ୨୦ ବର୍ଷ ଧରି ଆପଣମାନେ ମୋତେ ସାଂସଦ ଭାବେ ଆପଣମାନଙ୍କ ସେବା କରିବାର ସୁଯୋଗ ଦେଇଥିଲେ। ଏହା ମୋ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି।”
मैं आपको अपना बेटा सौंप रही हूं।
: श्रीमती सोनिया गांधी जी
📍 रायबरेली, यूपी pic.twitter.com/5kwxLtM8nt
— Congress (@INCIndia) May 17, 2024
୫୩ ବର୍ଷୀୟ ରାହୁଲ ଗାନ୍ଧିଙ୍କୁ ରାଏବରେଲୀରେ ବିଜେପିର ଦୀନେଶ ପ୍ରତାପ ସିଂହ ଟକ୍କର ଦେବେ। ସେ ସୋନିଆଙ୍କ ବିରୋଧରେ ମଧ୍ୟ ଲଢ଼େଇ କରିଥିଲେ।
ସୋନିଆ ଆହୁରି କହିଛନ୍ତି, “ରାଏବେରଲୀ ମୋ ପରିବାର। ସମାନ ଭାବେ ଆମେଠି ମଧ୍ୟ ମୋ ଘର। ଏହି ସ୍ଥାନଗୁଡ଼ିକ ସହ ମୋର କେବଳ ସ୍ମୃତି ଜଡ଼ିତ ହୋଇନାହିଁ। ବରଂ ୧୦୦ ବର୍ଷ ଧରି ଆମ ପରିବାର ସହ ଏହି ମାଟି ଜଡ଼ିତ। ଏହି ସମ୍ପର୍କ ମା’ ଗଙ୍ଗାଙ୍କ ଭଳି ପବିତ୍ର।”
ରାଏବରେଲୀରୁ ଇନ୍ଦିରା ଗାନ୍ଧି ଓ ଫିରୋଜ ଗାନ୍ଧି ମଧ୍ୟ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏବେ ରାହୁଲ ତାଙ୍କର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।
ରାଏବରେଲୀ ଓ ଆମେଠିରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଆମେଠିରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ତାଙ୍କର ଲଢ଼େଇ ରାହୁଲ ଗାନ୍ଧିଙ୍କୁ ୨୦୧୯ରେ ହରାଇଥିବା ବିଜେପିର ସ୍ମୃତି ଇରାନୀଙ୍କ ସହ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
