Advertisment

ରାଏବରେଲୀକୁ ଗାନ୍ଧି ପରିବାର ନିଜ ସମ୍ପତ୍ତି ଭଳି ଭାବିନେଇଚନ୍ତି: ପ୍ରଧାନମନ୍ତ୍ରୀ ମୋଦି

ସୋନିଆ ଗାନ୍ଧି ଏଥର ରାଏବରେଲୀ ଆସନରୁ ନ ଲଢି ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏଥର ରାଏବରେଲୀ ଆସନରୁ ନ ଲଢି ରାହୁଲ ଗାନ୍ଧିଙ୍କୁ ପ୍ରାର୍ଥୀ କରିବାକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ରାଲିରେ ଏହି ପ୍ରସଙ୍ଗ ଉଠାଇ ରାଏବରେଲୀ ଆସନକୁ ସୋମାନେ ନିଜ ପରିବାରର ସମ୍ପତ୍ତି ବୋଲି ଭାବୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଜାମସେଦପୁରରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏପରି କହିଛନ୍ତି। ସେ କହିଛନ୍ତି, "ସୋନିଆ ଗାନ୍ଧି ରାଏବରେଲୀରେ ପ୍ରଚାର ସମୟରେ କହିଛନ୍ତି, ରାଏବରେଲୀକୁ ପୁଅକୁ ସମର୍ପିତ କରୁଛନ୍ତି । କଣ ସେମାନେ ଦୀର୍ଘଦିନ ଧରି ସେଠାରେ କାମ କରୁଥିବା ଜଣେ ହେଲେ ଦଳୀୟ କର୍ମୀଙ୍କୁ ପାଇଲେନି?"

ସେ ଆହୁରି କହିଛନ୍ତି, "କୋଭିଡ ପରେ ବି ସୋନିଆ ଗାନ୍ଧି ଥରେ ହେଲେ ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିନଥିଲେ, ବର୍ତ୍ତମାନ ପୁଅ ପାଇଁ ଭୋଟ୍ ମାଗୁଛନ୍ତି। ସେମାନେ ଏହି ଆସନକୁ ତାଙ୍କ ପରିବାରର ସମ୍ପତ୍ତି ବୋଲି ଭାବୁଛନ୍ତି।"

Advertisment

ପ୍ରକାଶ ଥାଉକି, ସୋନିଆ ଗାନ୍ଧି ନିର୍ବାଚନ ଲଢି ଆସୁଥିବା ଉତ୍ତର ପ୍ରଦେଶର ରାଏବରେଲୀ ନିର୍ବାଚନମଣ୍ଡଳୀରୁ ଏଥର ରାହୁଲ ଗାନ୍ଧି ପ୍ରାର୍ଥି ହୋଇଛନ୍ତି। ସୋନିଆ ଗାନ୍ଧି ଶନିବାର ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ରାଏବରେଲୀରେ ପ୍ରଚାର କରିଥିଲେ।

ପ୍ରଚାର ସମୟରେ ସେ କହିଥିଲେ, "ମୁଁ ଆପଣମାନଙ୍କୁ ମୋ ପୁଅକୁ ସମର୍ପିତ କରୁଛି। ଯେମିତି ଆପଣମାନେ ମୋତେ ଆପଣାଇଥିଲେ, ଠିକ ସେହିପରି ରାହୁଲକୁ ନିଜର ଭାବି ରଖିବେ। ରାହୁଲ ଆପଣମାନଙ୍କୁ ନିରାଶ କରିବ ନାହିଁ।"

Congress Narendra Modi PM Modi Rahul Gandhi Sonia Gandhi Modi Target Gandhi Family
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe