Advertisment

ମହିଳା ସଂରକ୍ଷଣ ବିଲ୍‌କୁ ସୋନିଆ ଗାନ୍ଧିଙ୍କ ସମର୍ଥନ, କିନ୍ତୁ ରଖିଲେ ଏମିତି ଦାବି

କଂଗ୍ରେସ ପକ୍ଷରୁ ପ୍ରଥମ ଭକ୍ତା ଭାବେ ସୋନିଆ ଗାନ୍ଧି ନିଜର ପକ୍ଷ ରଖିବା ସହ ଅନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଓ ବିଲ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ରଖିଛନ୍ତି।

Sonia Gandhi

Sonia Gandhi

Advertisment

ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି। ବିତର୍କ ବେଳେ ଶ୍ରେୟ ନେବାକୁ ବିଜେପି ଓ କଂଗ୍ରେସ ମଧ୍ୟରେ ବାକଯୁଦ୍ଧ ଦେଖିବାକୁ ମିଳିଛି।

Advertisment

କଂଗ୍ରେସ ପକ୍ଷରୁ ପ୍ରଥମ ଭକ୍ତା ଭାବେ ସୋନିଆ ଗାନ୍ଧି ନିଜର ପକ୍ଷ ରଖିବା ସହ ଅନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଓ ବିଲ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ରଖିଛନ୍ତି। ସେ ବିଲ୍‌କୁ କଂଗ୍ରେସ ପକ୍ଷରୁ ପୂରା ସମର୍ଥନ ଦେଇଛନ୍ତି। କିନ୍ତୁ ତାଙ୍କ ଦାବି ମଧ୍ୟ ବିଲ୍‌ରେ ସାମିଲ କରିବାକୁ ସେ କହିଛନ୍ତି।

ତେବେ ବିଜେପି ପକ୍ଷରୁ ନିଶିକାନ୍ତ ଦୁବେ ଏହାକୁ କାଉଣ୍ଟର କରିବା ସହ କଂଗ୍ରେସ ରାଜନୀତିକ ଦୃଷ୍ଟିକୋଣକୁ ଅଧିକ ଫୋକସ କରୁଛି ଓ ମହିଳା ସଂରକ୍ଷଣ ବିଲ୍‌ରେ ଓବିସି କୋଟା ସମ୍ପର୍କରେ ଦଳ କେବେ ହେଲେ କହି ନଥିଲା ବୋଲି ଦୁବେ ଅଭିଯୋଗ କରିଛନ୍ତି। 

Advertisment

ବିରୋଧୀଙ୍କ ପକ୍ଷରୁ ସୋନିଆ ପ୍ରଥମେ ପକ୍ଷ ରଖି କହିଥିଲେ ଯେ ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରୁଛି। କିନ୍ତୁ ୩୩% ସଂରକ୍ଷଣ ଭିତରେ ଓବିସି ବର୍ଗର ମହିଳାଙ୍କ ପାଇଁ ମଧ୍ୟ କୋଟା ବ୍ୟବସ୍ଥା ହେବା ଉଚିତ। ପୌର ନିର୍ବାଚନରେ ସୋନିଆଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହିଁ ପ୍ରଥମେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିଥିଲେ ବୋଲି ସେ କହିଛନ୍ତି।

ହିନ୍ଦୀରେ ନିଜର ଯୁକ୍ତି ଉପସ୍ଥାପନ କରି ସୋନିଆ ଗାନ୍ଧି କହିଛନ୍ତି, “ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ମୁଁ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରୁଛି। ଧୂଆଁ ଭର୍ତ୍ତି ରୋଷେଇ ଘର ଠାରୁ ଆରମ୍ଭ କରି ଫ୍ଲଡ ଲାଇଟ ଷ୍ଟାଡିୟମ ଯାଏ ଭାରତୀୟ ମହିଳାଙ୍କ ଯାତ୍ରା ବେଶ ଲମ୍ବା। କିନ୍ତୁ ମହିଳାମାନେ ଶେଷରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ସ୍ୱାଧୀନତା ପାଇଁ ମହିଳାମାନେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଲଢ଼ିଛନ୍ତି। ସେମାନେ ନୂଆ ଇଣ୍ଡିଆ ଗଠନ କରିଛନ୍ତି।

ଏହି ବିଲ୍‌ ସମ୍ପର୍କରେ କହିବା ମୋ ପାଇଁ ଗୋଟିଏ ଭାବପ୍ରବଣର ବିଷୟ। କାରଣ ମୋ ସ୍ୱାମୀ ରାଜୀବ ଗାନ୍ଧି ପ୍ରଥମେ ପୌର ଓ ପଞ୍ଚାୟତ ନିର୍ବାଚନରେ ମହିଳା ସଂରକ୍ଷଣ ପାଇଁ ବିଲ୍‌ ଆଗତ କରିଥିଲେ। ପିଭି ନରସୀମା ରାଓଙ୍କ କଂଗ୍ରେସ ସରକାର ଏହି ବିଲ୍‌କୁ ପାସ୍‌ କରାଇଥିଲେ। ଏଯାଏ ରାଜୀବ ଗାନ୍ଧିଙ୍କ ସ୍ୱପ୍ନ ଅଧା ପୂରଣ ହୋଇଥିଲା। ଏବେ ବିଲ୍‌ ପାସ୍‌ ହେବା ସହ ତାଙ୍କ ସ୍ୱପ୍ନ ପୂରଣ ହେବ।

ଆମ ଦଳ ବିଲ୍‌କୁ ସମର୍ଥନ କରୁଥିଲେ ହେଁ ଏଥିରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ପାଇଁ ଅପେକ୍ଷା କରିବାକୁ କୁହାଯାଇଛି। ସେମାନଙ୍କୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ? ୨, ୪ ନା ୮ ବର୍ଷ? ଏହା କ’ଣ ଠିକ? ବିଲ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରୁଛି। ଏସସି,ଏସ୍‌ଟି ଓ ଓବିସି ବର୍ଗର ମହିଳାଙ୍କ ସଂରକ୍ଷଣ ପାଇଁ ଗୋଟିଏ ଜାତି ଭିତ୍ତିକ ଜନ ଗଣନା କରାଯାଉ। ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ଏଥିରେ ବିଳମ୍ବ ହେବା ଅର୍ଥ ମହିଳାଙ୍କ ପ୍ରତି ଅନ୍ୟାୟ କରିବା ସହ ସମାନ।”

ସୋନିଆକୁ କାଉଣ୍ଟର କରି ବିଜେପି ପକ୍ଷରୁ ସାଂସଦ ଦୁବେ କହିଛନ୍ତି ଯେ କଂଗ୍ରେସ ଓ ବିରୋଧୀ ଦଳ ଗୁଡ଼ିକ ଏଯାଏ ବିଲ୍‌କୁ ଆଣୁ ନଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସାହାସ କରି ବିଲ୍‌ ଆଣିଥିବାରୁ ସେମାନେ ବିବ୍ରତ ହୋଇ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଉପଯୁକ୍ତ ସମୟ। ସ୍ୱତନ୍ତ୍ର ଅଧିବେଶନ ଡାକି ଏପରି ଏକ ବିଲ୍‌କୁ ଆଗତ କରିଥିବାରୁ ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ। ଦେଶର ମହିଳାମାନଙ୍କୁ ସମ୍ମାନ ଓ ସଂରକ୍ଷଣ ଦେବାକୁ ସେ ପଦକ୍ଷେପ ନେଇଛନ୍ତି ବୋଲି ଦୁବେ କହିଛନ୍ତି।

କଂଗ୍ରେସକୁ ଟାର୍ଗଟ କରି ସେ କହିଛନ୍ତି, “ଏହି ଦେଶ ସମ୍ବିଧାନ ଅନୁସାରେ ଚାଲେ। ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷିତ ବ୍ୟବସ୍ଥା ଲାଗୁ କରିବା ପଛରେ ସେମାନେ ନିଜକୁ ଶ୍ରେୟ ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ସେମାନେ କେବେ ହେଲେ ଓବିସିମାନଙ୍କୁ ସଂରକ୍ଷଣ ଦେବା କଥା କହି ନଥିଲେ। ଏବେ ସେମାନେ ରାଜନୀତିକ ଦୃଷ୍ଟି କୋଣରୁ ଏପରି ନୂଆ ନୂଆ କଥା ସବୁ କହୁଛନ୍ତି।

ଅପାଣମେନେ ଏବେ କହୁଛନ୍ତି ଯେ ୨୦୨୪ରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ। ଆପଣମାନେ ଚାହୁଁଛନ୍ତି କି ସଂରକ୍ଷଣ ବ୍ୟବସ୍ଥା ରଦ୍ଦ ହୋଇଯାଉ? ଆପଣମାନଙ୍କ ଭଳି ଆମେ ମଧ୍ୟ ମହିଳା ସଂରକ୍ଷଣକୁ ଲଲିପପ୍‌ ଭଳି ବ୍ୟବହାର କରିବାକୁ ଚାହୁଁଛନ୍ତି କି? ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଯାହା ଆରମ୍ଭ କରନ୍ତି, ତା’କୁ ଶେଷ କରନ୍ତି। ଏବେ ବିଲ୍‌ ଆଗତ ହୋଇଛି। ମହିଳାମାନେ ସେମାନଙ୍କ ଅଧିକାର ପାଇବେ। କେହି ବି ଏହାକୁ ଅଟକାଇ ପାରିବେ ନାହିଁ।”

Sonia Gandhi Women Empowerment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe