Advertisment

ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱରେ ସୋନିଆ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଥିବା ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱରେ ସୋନିଆ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପଚାରିଲେ...

author-image
Debibandita Barick
ଅଦ୍ୟତନ ହୋଇଛି
Sonia Gandhi

Sonia Gandhi

ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ। କେଉଁ କାରଣରୁ ଏପରି ହଠାତ୍ ଅଧିବେଶନ ବସାଇବାର ଆବଶ୍ୟକତା ପଡ଼ିଲା ବୋଲି ଜାଣିବାକୁ ଚାହିଁଛନ୍ତି ସୋନିଆ।

Advertisment

ସେ ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେଥିରେ ଉଲ୍ଲେଖ କରି କହିଛନ୍ତି, "ଆପଣ ୧୮ ସେପ୍ଟେମ୍ବର ୨୦୨୩ରୁ ସଂସଦର ଏକ ସ୍ୱତନ୍ତ୍ର ପାଞ୍ଚ ଦିନିଆ ଅଧିବେଶନ ଡକାଇଛନ୍ତି। ମୁଁ ସୂଚାଇ ଦେବି ଯେ ଅନ୍ୟ ରାଜନୈତିକ ଦଳମାନଙ୍କ ସହିତ କୌଣସି ପରାମର୍ଶ ନକରି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ପଛର ଏଜେଣ୍ଡା ବାବଦରେ ଆମର କୌଣସି ଧାରଣା ନାହିଁ।" 

Advertisment

ଏପରି ହଠାତ୍ ଅଧିବେଶନ ଡାକିବାର କାରଣ କଣ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ସୋନିଆ। ଏଥିସହ ସେ ଆହୁରି କହିଛନ୍ତି ଯେ, ବିରୋଧୀଙ୍କୁ ମିଳିଥିବା ସୂଚନା ଅନୁସାରେ ଏହି ବିଶେଷ ଅଧିବେଶନ କେବଳ 'ସରକାରୀ କାର୍ଯ୍ୟକ୍ରମ' ପାଇଁ ଡକାଯାଇଛି।

ସୂଚନା ଅନୁସାରେ, ଅଗଷ୍ଟ ୩୧ରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ବିଶେଷ ଅଧିବେଶନ ନେଇ ହଠାତ୍ ଘୋଷଣା କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ ଦିନ ଧରି ଅଧିବେଶନ ବସିବ ବୋଲି କହିଥିଲେ। 

Political News PM Modi Sonia Gandhi Parliament Special Session Of Parliament