ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ

ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।

JMM

ହେମନ୍ତ, କଳ୍ପନା ଓ ସୀତା ସୋରେନ

Hemant Lenka
  • Published: Saturday, 23 November 2024
  • Updated: 23 November 2024, 08:31 PM IST

Sports

Latest News

ଝାରଖଣ୍ଡ ବିଧାନସଭା ନିର୍ବାଚନରେ ସୋରେନ ପରିବାରର ଦବଦବା ଦେଖିବାକୁ ମିଳିଛି। ସୋରେନ ପରିବାରର ୩ ଜଣ ଜେଏମଏମ ଟିକେଟରୁ ବିଜୟୀ ହୋଇଛନ୍ତି। ହେମନ୍ତ ସୋରେନ, ତାଙ୍କ ପତ୍ନୀ କଳ୍ପନା ସୋରେନ ଓ ସାନ ଭାଇ ବସନ୍ତ ସୋରେନ ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି।

ହେଲେ ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେଟ ଆସନରୁ କ୍ରମାଗତ ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଛନ୍ତି। ହେମନ୍ତ ସୋରେନ ବିଜେପିର ଗାମଲିୟେଲ ହେମ୍ବ୍ରମଙ୍କୁ ୩୯,୭୯୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ହେମନ୍ତଙ୍କୁ ୯୫,୬୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ଗାମଲିୟେଲଙ୍କୁ ୫୫,୮୨୧ ଖଣ୍ଡ ଭୋଟ ମିଳିଛି। ହେମନ୍ତ ସୋରେନ ଐତିହାସିକ ବିଜୟ ପାଇଁ ଝାରଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Also Read

ହେମନ୍ତ ସୋରେନଙ୍କ ଭଳି ତାଙ୍କ ପତ୍ନୀ କଳ୍ପନା ସୋରେନ ମଧ୍ୟ ଗାଣ୍ଡେୟ ଆସନରୁ ବିଜୟୀ ହୋଇଛନ୍ତି। ସେ ୧୭,୧୪୨ ଖଣ୍ଡ ଭୋଟରେ ବିଜେପିର ମନ୍ନିୟା ଦେବୀଙ୍କୁ ହରାଇ ଦେଇଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ କଳ୍ପନା ସୋରେନ ପଛେଇ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ କମବ୍ୟାକ କରି ଜବରଦସ୍ତ ବିଜୟ ହାସଲ କରିଛନ୍ତି।

ହେମନ୍ତ ସୋରେନଙ୍କ ସାନ ଭାଇ ବସନ୍ତ ଡୁମକା ଆସନରୁ ପୁଣି ବିଜୟୀ ହୋଇଛନ୍ତି। ସେ ବିଜେପିର ସୁନୀଲ ସୋରେନଙ୍କୁ ୧୪,୫୮୮ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ବସ୍ତଙ୍କୁ ମୋଟ ୯୫,୬୮୫ ଖଣ୍ଡ ଭୋଟ ମିଳିଥିବା ବେଳେ ସୁନୀଲଙ୍କ ଖାତାକୁ ୮୧,୦୯୭ ଖଣ୍ଡ ଭୋଟ ଯାଇଛି। ଡୁମକା ଜେଏମଏମର ଗଡ଼ ଭାବେ ପରିଚିତ। 

ଅନ୍ୟପକ୍ଷରେ ସୋରେନ ପରିବାରର ସଦସ୍ୟ ତଥା ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ବିଧାନସଭା ନିର୍ବାଚନରେ ହାରିବାକୁ ପଡ଼ିଛି। ସେ ଜାମତାରା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ତାଙ୍କୁ କଂଗ୍ରେସର ଇରଫାନ ଅନସାରୀଙ୍କ ଠାରୁ ୪୩,୬୭୬ ଖଣ୍ଡ ଭୋଟରେ ହାରିବାକୁ ପଡ଼ିଛି। ଅନସାରୀ ହେଉଛନ୍ତି ଏଠାରୁ ଦୁଇ ଥର ବିଧାୟକ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଫୁରକାନ ଅନସାରୀଙ୍କ ପୁଅ।

ସୀତା ସୋରେନ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟ ଡୁମକାରୁ ଲଢ଼ିଥିଲେ। ଏଠାରେ ତାଙ୍କୁ ଜେଏମଏମର ନଳୀନ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଥିଲା। ଏଥର ବିଧାନସଭା ନିର୍ବାଚନରେ ମଧ୍ୟ ସେ ହାରିଛନ୍ତି।

ଝାରଖଣ୍ଡ ବିଧାନସଭାର ୮୧ଟି ଆସନରୁ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୫୬ଟିରେ ଜିଥିବା ବେଳେ ବିଜେପି ମେଣ୍ଟ ୨୪ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story