Advertisment

ଟିକେଟ ନ ପାଇବାରୁ ବିଜେଡି ଛାଡ଼ିଲେ ବିଧାୟକ ପର୍ଶୁରାମ ଧଡ଼ା

ସୋର ପାଇଁ ଆଜି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଠାରେ ବିଜେଡିରୁ ମାଧବ ଧଡ଼ା ପ୍ରାର୍ଥୀ ହୋଇଛନ୍ତି।

ଅଦ୍ୟତନ ହୋଇଛି
Parshuram Dhada

Parshuram Dhada

Advertisment

ସୋର ବିଧାନସଭା ଆସନରୁ କ୍ରମାଗତ ୨ ଥର ଜିତିଥିବା ପର୍ଶୁରାମ ଧଡ଼ାଙ୍କ ଟିକେଟ ଏଥର କାଟି ଦେଇଛି ବିଜେଡି। ସୋର ପାଇଁ ଆଜି ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଠାରେ ବିଜେଡିରୁ ମାଧବ ଧଡ଼ା ପ୍ରାର୍ଥୀ ହୋଇଛନ୍ତି।

Advertisment

ଦଳର ଏପରି ଘୋଷଣା ପରେ ଅତ୍ୟନ୍ତ ରାଗି ଯାଇଛନ୍ତି ପର୍ଶୁରାମ। ଏଥିପାଇଁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କୁ ଦେବା ପରେ ଦଳକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ ନିଶ୍ଚିତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।

ନିଜର ଇସ୍ତଫାପତ୍ରରେ ପର୍ଶୁରାମ ଲେଖିଛନ୍ତି ଯେ “ମୁଁ ତତ୍କାଳ ଭାବେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଉଛି। ବିଗତ ୧୦ ବର୍ଷ ଧରି ମୁଁ ଲୋକଙ୍କ ସେବା କରିବାର ସୁଯୋଗ ପାଇଥିଲି। ମୁଁ ସମସ୍ତ ପ୍ରକାରର ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞ। କିନ୍ତୁ ବିଗତ ଗୋଟିଏ ବର୍ଷ ହେବ କିଛି କୁଚକ୍ରୀ ଗୋଷ୍ଠୀ ମୋ ବିଷୟରେ ଭୁଲ ତଥ୍ୟ ଉପସ୍ଥାପନ କରି ଚାଲିଥିଲେ।

Advertisment

ମୋତେ କୌଣସି ପ୍ରକାରର ସମର୍ଥନ ମିଳି ନଥିଲା। ତଥାପି ମୁଁ ବେଶ ବିନମ୍ର ସହ ମୋର କର୍ତ୍ତବ୍ୟ କରି ଚାଲିଥିଲି। ଏବେ ମୁଁ ଆପଣଙ୍କୁ ବେଶ ପରିତାପର ସହ ମୋ ଇସ୍ତଫାପତ୍ରକୁ ଗ୍ରହଣ କରି ନେବାକୁ ଅନୁରୋଧ କରୁଛି।”

ସେହିପରି ଇସ୍ତଫାପତ୍ର ବିଜେଡି ସୁପ୍ରିମୋଙ୍କୁ ପଠାଇବା ପରେ ପର୍ଶୁରାମ କହିଛନ୍ତି, “ମୁଁ ବିଜେଡି ସୁପ୍ରିମୋଙ୍କୁ ମୋତେ ଦୁଇଥର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ସୋରବାସୀଙ୍କ ପାଖରେ ମଧ୍ୟ ମୁଁ କୃତଜ୍ଞ। ସୋରକୁ ମୁଁ ବିଜେଡିର ଦୁର୍ଗରେ ପରିଣତ କରିଛି। କିନ୍ତୁ ବର୍ଷେ ହେବ କିଛି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି। ଏଠାରେ କେମିତି ବିଜୁ ଜନତା ଦଳକୁ ଖଣ୍ଡଖଣ୍ଡ ହେବ ସେ ଉଦ୍ୟମ ସେମାନେ ଆରମ୍ଭ କରିଥିଲେ। ସେମାନେ ଆଜି ସଫଳ ହୋଇଛନ୍ତି।

ମୁଁ ଏଠାରେ ଯେଉଁ ବିକାଶର ଧାରା ଆଗକୁ ନେଉଥିଲି,ସେଥିରେ ରୋକ ଲଗାଇବା ପାଇଁ ସେମାନେ କରିଥିବା ଉଦ୍ୟମରେ ସଫଳ ହୋଇଛନ୍ତି। ବିଜେଡି ସୁପ୍ରିମୋ ବୋଧେ ଜାଣି ପାରି ନାହାନ୍ତି। ଏବେ ସମୀକ୍ଷା କରିବାର ସମୟ ଆସିଛି। ଆଶା ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ପ୍ରାର୍ଥିପତ୍ରରୁ ମୁଁ ବଞ୍ଚିତ ହେବାରୁ ବିଜେଡିରୁ ଇସ୍ତଫା ଦେଇଛି। ମୋର ଶୁଭେଚ୍ଛୁ ମାନଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବି।

ମୁଁ ନିର୍ବାଚନ ନିଶ୍ଚିତ ଲଢ଼ିବି। କୌଣସି ଦଳରୁ ଲଢ଼ିବି ନା ସ୍ୱାଧୀନ ଭାବେ ପ୍ରାର୍ଥୀ ହେବି, ସେକଥା ଲୋକଙ୍କ ସହ ପରାମର୍ଶ କରିବା ପରେ ଘୋଷଣା କରିବି। ମୋତେ ଟିକେଟ ନଦେବା ବିଜେଡି ପାଇଁ ମହଙ୍ଗା ପଡ଼ିବ କି ନା, ସେକଥା ସମୟ ଆସିଲେ ଜଣାପଡ଼ିବ।”

BjD Parshuram Dhada Odisha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe