Advertisment

ଖଣ୍ଡପଡ଼ା ପାଇଁ ମହାମେଣ୍ଟ! ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର!!

ଅନୁଭବ ଓ ଗୟାଧର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଉଭୟ ଏଥର ଖଣ୍ଡପଡ଼ା ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ। ସେହିପରି ଗତ ୫ ବର୍ଷ ଧରି ସୌମ୍ୟ ଓ ଅନୁଭବଙ୍କ ସଂପର୍କ କେମିତି ଥିଲା, ତାହା ସମସ୍ତେ ଜାଣନ୍ତି।

ଅଦ୍ୟତନ ହୋଇଛି
Soumya Patnaik

Soumya Patnaik

Advertisment

ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି। ଗୋଟିଏ ଛାତ ତଳେ ଦେଖିବାକୁ ମିଳିଛି ବିଜେଡିରୁ ବହିଷ୍କୃତ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କୁ।

Advertisment

ସୋଶାଲ ମିଡିଆ ପ୍ଲାଟଫର୍ମ X’ ରେ ଏକ ଫଟୋ ଶେଆର କରିଛନ୍ତି ଅନୁଭବ ପଟ୍ଟନାୟକ। ଏଥିରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କ ସହିତ ସେ ଅଛନ୍ତି। ଏହି ଫଟୋରେ ଲେଖା ହୋଇଛି- ଖଣ୍ଡପଡ଼ା ପାଇଁ ସ୍ୱାଭିମାନର ଲଢ଼େଇ। ମହାମେଣ୍ଟ ବୋଲି ମଧ୍ୟ ସେ ଏଥିରେ ଲେଖିଛନ୍ତି।

ଏହା ସହିତ ଅନୁଭବ ଲେଖିଛନ୍ତି- ଆସନ୍ତୁ ଲଢ଼ିବା। ଶ୍ରେଷ୍ଠ ଖଣ୍ଡପଡ଼ା ଗଢ଼ିବା। ଆସନ୍ତୁ ଆମେ ସମସ୍ତେ ଏକାଠି ହେବା। ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତଙ୍କ ଧର୍ମପତ୍ନୀଙ୍କୁ ଖଣ୍ଡପଡ଼ାରେ ହରେଇ ଖଣ୍ଡପଡ଼ା ମାଟିର ଶିକ୍ଷିତ, ଯୋଗ୍ୟ ଯୁବକକୁ ଭୋଟ ଦେଇ ଖଣ୍ଡପଡ଼ା ମାଟିରେ ସୁଶାସନ ପ୍ରତିଷ୍ଠା କରିବା।

Advertisment

ଅନୁଭବଙ୍କ ଏହି ସୋଶାଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଅନୁଭବ ଓ ଗୟାଧର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଉଭୟ ଏଥର ଖଣ୍ଡପଡ଼ା ପାଇଁ ବିଜେଡିରୁ ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ସେ ୨୦୧୪ରେ ଖଣ୍ଡପଡ଼ାରୁ ବିଧାୟକ ଥିଲେ। ୨୦୧୯ରେ ତାଙ୍କ ବଦଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଏହା ପରେ ସେ ପାଲଟି ଯାଇଥିଲେ ସୌମ୍ୟଙ୍କର ବିରୋଧୀ। ଗତ ୫ ବର୍ଷରେ ବିଭିନ୍ନ ସମୟରେ ସେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆଉ ଏବେ ତାଙ୍କୁ ସୌମ୍ୟଙ୍କ ସହିତ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ତୃଣମୂଳସ୍ତରରେ ଜଣେ ସଂଗଠକ ହେଉଛନ୍ତି ଗୟାଧର ପରିଡ଼ା। ପୂର୍ବରୁ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ସେ। ଭାପୁର ବ୍ଳକ୍ ବିଜେଡି ସଭାପତି ଦାୟିତ୍ୱ ନିର୍ବାହ କରିଛନ୍ତି ସେ। ଏଭଳ ସ୍ଥିତିରେ ସୌମ୍ୟ, ଅନୁଭବ ଓ ଗୟାଧରଙ୍କ ଭେଟଘାଟ ଖଣ୍ଡପଡ଼ା ରାଜନୀତିକୁ ଉଷ୍ମ କରିଛି। ଖଣ୍ଡପଡ଼ାରେ ଅନୁଭବଙ୍କୁ ସୌମ୍ୟରଞ୍ଜନ ଓ ଗୟାଧରଙ୍କ ସମର୍ଥନ ମିଳୁଛି ନା ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ। ଦୁଇ ଦିନ ତଳେ ସେ ଏନେଇ ଘୋଷଣା କରିଥିଲେ। ସମର୍ଥକଙ୍କ ପରାମର୍ଶରେ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ।

BjD Soumya Ranjan Patnaik Anubhav Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe