ବିଜେଡିକୁ ନବୀନ ନୁହେଁ, ପାଣ୍ଡିଆନ ଚଳାଉଛନ୍ତି: ଚର୍ଚ୍ଚାକୁ ସତ ପ୍ରମାଣିତ କରାଇଲେ ସୌମ୍ୟ, ଅରୁଣ ଓ ୨ ମନ୍ତ୍ରୀ

ସୌମ୍ୟଙ୍କ ସମ୍ପାଦକୀୟ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଆଲେଖ୍ୟର ପ୍ରାୟ ୧୫ଦିନ ପରେ ବିଜେଡି ନିଜର ଜଣେ ପରେ ଜଣେ ବରିଷ୍ଠ ନେତାଙ୍କୁ ଆଗକୁ ଆଣି ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି।

Soumya Patnaik PhotoOR

ସୌମ୍ୟ ରଞ୍ଜନ ପଟ୍ଟନାୟକ

Ordigital Desk
  • Published: Saturday, 09 September 2023
  • Updated: 09 September 2023, 07:04 PM IST

Sports

Latest News

“ଓଡ଼ିଶାବାସୀଙ୍କ ବଳ ବିଜେଡି, କୋଟିଏ ସଦସ୍ୟଙ୍କ ଦଳ ବିଜେଡି”। ଏତେ ବଡ଼ ଦଳକୁ ଚଳାଉଛନ୍ତି କିଏ, ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସଂଗଠନ କଥା ବୁଝୁଛନ୍ତି ତ, ଦଳୀୟ ଫୋରମ୍ ବୋଲି କିଛି ଅଛି ତ, ଦଳ କଥା କହିବା ପାଇଁ କର୍ମୀ ଓ ନେତାଙ୍କ ପାଖରେ ଫୋରମ୍ ଅଛି ତ? ଦୀର୍ଘ ୫-୬ବର୍ଷ ଧରି  ଲାଗି ରହିଥିବା ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦଳର ୨ଜଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବଙ୍କ ସମେତ ସାଧାରଣ ସମ୍ପାଦକ ଅରୁଣ ସାହୁ ଓ ଶ୍ରୀମୟୀ ମିଶ୍ର ଯେଭଳି ଢଙ୍ଗରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ସପକ୍ଷରେ ଗଣମାଧ୍ୟମକୁ ଆସି ଯୁକ୍ତି ବାଢ଼ିଛନ୍ତି ଓ ଦଳର ବରିଷ୍ଠ ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି, ସେଥିରୁ ଦଳ ଏବେ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ ନିୟନ୍ତ୍ରଣରେ ବୋଲି ସନ୍ଦେଶ ମିଳିଛି । ଆଉ ବିଜେଡି ଉପସଭାପତି ସୌମ୍ୟରଞ୍ଜନ ଆଜି ଦୁଇପାଦ ଆଗକୁ ଯାଇ ସିଧାସଳଖ ବିଜେଡିରେ ଦଳୀୟ ଫୋରମ୍ କ’ଣ ତୃତୀୟ ମହଲା କି ପ୍ରଶ୍ନ କରିବା ସହ ପାଣ୍ଡିଆନ ଯଦି ଦଳକୁ ଚଳାଇବାକୁ ଚାହୁଁଛନ୍ତି, ତା’ହେଲେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଦିଅନ୍ତୁ ବୋଲି କହିଛନ୍ତି । ବିଜେଡିର ଏହି ୫ଜଣ ଆଗଧାଡ଼ିର ନେତାଙ୍କ କଥାରୁ ହିଁ କୋଟିଏ ସଦସ୍ୟଙ୍କ ଦଳ ବିଜେଡିର ସର୍ବେସର୍ବା ଏବେ ଭିକେ ପାଣ୍ଡିଆନ ବୋଲି ପ୍ରମାଣିତ ହୋଇଛି।

ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ୩ଦିନ ଧରି କ୍ରମାଗତ ଭାବେ ବିଜେଡି ପକ୍ଷରୁ ବ୍ୟକ୍ତିଗତ ସମାଲୋଚନା ସହ ‘ବ୍ଲାକମେଲର’ ଭାବେ ଅଭିହିତ କରାଯିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟ ବିଜେଡି ସଂଗଠନର ଆଭ୍ୟନ୍ତରୀଣ କଥାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ଡକାଇ ନିଜ ଦଳର ଉପସଭାପତି ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି । ସୌମ୍ୟ ବିଜେଡିରେ ରହି ନିଜ ସମ୍ବାଦପତ୍ର ମାଧ୍ୟମରେ ଦଳକୁ ସମାଲୋଚନା କରିପାରିବେ ନାହିଁ ଓ ସେ ବିଜେଡିରୁ ଇସ୍ତଫା ଦେଇଦିଅନ୍ତୁ ବୋଲି ପ୍ରତାପ କେଶରୀ ଦେବ କହିଥିଲେ । ଦଳର ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର ମଧ୍ୟ ଆଜି ସୌମ୍ୟଙ୍କୁ ସମାଲୋଚନା କରି ପରୋକ୍ଷରେ ବିଜେଡି ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି । ତୃତୀୟ ମହଲାର ନିକଟତମ ଏହି ନେତାମାନଙ୍କ ବୟାନବାଜି ପରେ ସୌମ୍ୟ ଆଜି ବେଶ୍ ପ୍ରତିକ୍ରିୟାଶୀଳ ହୋଇ ଯେଉଁସବୁ ତଥ୍ୟ ରଖିଛନ୍ତି ତାହା ବିଜେଡିର ଆଭ୍ୟନ୍ତରୀଣ ପରିଚାଳନାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚା ଉପରେ ମୋହର ମାରିଛି ।

ସୌମ୍ୟଙ୍କ ସମ୍ପାଦକୀୟ ‘ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକ ଆଲେଖ୍ୟର ପ୍ରାୟ ୧୫ଦିନ ପରେ ବିଜେଡି ନିଜର ଜଣେ ପରେ ଜଣେ ବରିଷ୍ଠ ନେତାଙ୍କୁ ଆଗକୁ ଆଣି ସୌମ୍ୟଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି। ନିର୍ବାଚନୀ ବର୍ଷରେ ସୌମ୍ୟଙ୍କ ବିରୁଦ୍ଧରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହାସ ଜୁଟାଇ ପାରୁନଥିବା ବିଜେଡି ଏବେ ସୁଚିନ୍ତିତ ଢଙ୍ଗରେ ତାଙ୍କୁ ନିଜ ଦଳୀୟ ନେତାମାନଙ୍କ ମୁହଁରେ ‘ବ୍ଲାକମେଲର’ ସଜାଇବାର ପ୍ରୟାସ ଆରମ୍ଭ କରିଛି। ତେବେ ଦଳରେ କିଭଳି ଗଣତାନ୍ତ୍ରିକ ମୂଲ୍ୟବୋଧ ରହିବ ଓ ଦଳୀୟ ନେତା ହିଁ ଦଳକୁ ପରିଚାଳନା କରିବା ନିମନ୍ତେ ସୌମ୍ୟ ନିଜ ଆଲେଖ୍ୟ ମାଧ୍ୟମରେ ପରାମର୍ଶ ଦେବା ସହ ଫାଇଭ-ଟି ସଚିବଙ୍କ ଭବ୍ୟ ଜିଲ୍ଲା ଗସ୍ତର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଉ ବିଜେଡିର ଆଗଧାଡ଼ିର ନେତା ଅରୁଣ, ଅତନୁ,ପ୍ରତାପ ଦେବ ଓ ଶ୍ରୀମୟୀ ଦଳୀୟ ସାଂଗଠନିକ ପରିଚାଳନା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ନିରବ ରହ ଫାଇଭ-ଟି ସଚିବଙ୍କୁ ଖୁସି କରାଇବା ଭଳି ବୟାନ ଦେବାରେ ଲାଗିଛନ୍ତି, ଆଉ ନିଜ ଦଳର ବରିଷ୍ଠ ଉପସଭାପତିଙ୍କୁ ସୌମ୍ୟରଞ୍ଜନଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବାକୁ ପଛାଇ ନାହାନ୍ତି । 

Also Read

ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି ଯେ, ଭିଡିଓ ବାର୍ତ୍ତା ମାଧ୍ୟମରେ କହିବେ ମୁଁ ପଠାଉଛି ସୁଖଦୁଃଖ ବୁଝିବା ପାଇଁ, ଏଭଳି ଶାସନରେ କ’ଣ ଆମେ ବିଶ୍ୱାସ କରିବା କି ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ଜଣେ ସଚିବ ସିଏମଓ କଥା ବୁଝୁଛି, ସରକାର କଥା ବୁଝୁଛି, ଲୋକଙ୍କ ସୁଖଦୁଃଖ ବୁଝୁଛି ଏସବୁ କ’ଣ ସାଧାରଣ ନେତା ପାଇଁ ଅପମାନଜନକ କଥା ନୁହେଁ କି? ନେତାମାନେ ନିର୍ବାଚିତ ହୋଇ ଆସିଥିଲେ ମଧ୍ୟ ସେମାନେ କ’ଣ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଏତେ ଅଯୋଗ୍ୟ ଓ ଅସହାୟ କି ବୋଲିି ସୌମ୍ୟ କଟାକ୍ଷ କରିବା ସହ ଏସବୁର ଉତ୍ତର କାହିଁକି ଦେଉନାହାନ୍ତି ବୋଲି କହିଛନ୍ତି । ପ୍ରୋଟୋକଲ ଓ ପଦମର୍ଯ୍ୟାଦାକୁ ଭୁଲି ଫାଇଭ-ଟି ସଚିବଙ୍କୁ ସୁହାଇବା ଓ ତାଙ୍କ ସମର୍ଥନରେ ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ଯେଭଳି ଗଣମାଧ୍ୟମ ଆଗରେ ଯେଭଳି ବୟାନବାଜି କରୁଛନ୍ତି ତାହା ପରୋକ୍ଷରେ ସେମାନଙ୍କର ଅସହାୟତାକୁ ପଦାରେ ପକାଇଛି । ସୌମ୍ୟରଞ୍ଜନ ଦଳ ଓ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯେଉଁ ସବୁ ପ୍ରସଙ୍ଗ ନିଜ ଆଲେଖ୍ୟ ମାଧ୍ୟମରେ ଉଠାଇଛନ୍ତି ସେହି ପ୍ରସଙ୍ଗରେ ବିଜେଡି ନେତାମାନେ ନିରବ ରହୁଥିବାବେଳେ ଫାଇଭ-ଟି ସଚିବଙ୍କୁ ‘ହିରୋ’ କରିବା ଲକ୍ଷ୍ୟରେ କ୍ରମାଗତ ବୟାନବାଜି କରି ନିଜର ଚାଟୁକାରିତାର ପ୍ରମାଣ ଦେଉଥିବା ଚର୍ଚ୍ଚା ।

ସୌମ୍ୟଙ୍କ ପ୍ରଶ୍ନ, ଖୋଲିଲେ ବିଜେଡି ଗୁମର

୧- ତୃତୀୟ ମହଲାରୁ ବିଜେଡି ଅଫିସକୁ କାହିଁକି ଚଳାଯାଉଛି?

୨- ଦଳରେ ମତ ଓ ନିଜ କଥା କହିବାର ଫୋରମ୍ କେଉଁଠି ଅଛି ?

୩- ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାରମ୍ବାର ସମୟ ମାଗିଲେ ବି କାହିଁକି ସୁଯୋଗ ମିଳୁନି?

୪-ବିଜେଡିରେ କ’ଣ ଦଳୀୟ ସଂଗଠନ କଥା ବୁଝିବା ପାଇଁ କେହି ନେତା ନାହାନ୍ତି?

୫- ସରକାରଙ୍କଠୁ ଦରମା ପାଉଥିବା ସଚିବମାନେ ଦଳୀୟ କଥାରେ ମୁଣ୍ଡ ପୁରାଇବା ଉଚିତ୍ କି?

୬- ଜଣେ-ଦୁଇଜଣ ଆଇଏଏସ କାହିଁକି ଦଳକୁ ସମ୍ଭାଳୁଛନ୍ତି?

ଏସବୁ ପ୍ରଶ୍ନ ମାଧ୍ୟମରେ ବିଜେଡି ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଦଳର ଆଭ୍ୟନ୍ତରୀଣ ସାଂଗଠନିକ ବ୍ୟାପାରର ନଗ୍ନ ଚିତ୍ରକୁ ସର୍ବସାଧାରଣରେ ରଖିଛନ୍ତି । ଆଉ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରି କହି କହିଛନ୍ତି ଯେ, ଦଳୀୟ କାର୍ଯ୍ୟ କରିବାକୁ ଏତେ ଇଚ୍ଛା ତା’ହେଲେ ସରକାରୀ ଚାକିରିିରୁ ଇସ୍ତଫା ଦେଇ ଦଳ ସମ୍ଭାଳନ୍ତୁ । କେହି ଆପତ୍ତି କରିବେ ନାହିଁ । ଅବଶ୍ୟ ସୌମ୍ୟଙ୍କ ଏହି ପ୍ରଶ୍ନର ଉତ୍ତର ରଖିବାର ସତସାହାସ ବିଜେଡି ନେତାଙ୍କ ପକ୍ଷେ କ୍ଷୀଣ ।

ସୂଚନାଯୋଗ୍ୟ, କୋଟିଏ ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡିର ଅଫିସ ଭାବେ ତୃତୀୟ ମହଲା(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) କାର୍ଯ୍ୟ କରୁଥିବାବେଳେ ନିର୍ଦ୍ଦିଷ୍ଟ ଜଣେ ଆଇଏଏସଙ୍କ ଦ୍ୱାରା ଦଳ ନିୟନ୍ତ୍ରିତ ଓ ପରିଚାଳିତ ହେଉଛି ବୋଲି ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଉପରେ ବିଜେଡିର ଏହି ନେତାମାନେ ସୌମ୍ୟଙ୍କୁ ସମାଲୋଚନା କରିବା ଆଳରେ ପରୋକ୍ଷରେ ମୋହର ମାରିଛନ୍ତି । ଆଉ ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଦଳର ସୁପ୍ରିମୋ କାହାକୁ ଭେଟୁନାହାନ୍ତି ଓ ପାଣ୍ଡିଆନ ହିଁ ଦଳକୁ ନିୟନ୍ତ୍ରଣ କରୁଛନ୍ତି ବୋଲି କହି ବିଜେଡିର ଆଭ୍ୟନ୍ତରୀଣ ଗୁମର ଖୋଲିଛନ୍ତି । ପାଣ୍ଡିଆନଙ୍କ ସପକ୍ଷରେ ବିଜେଡି ନେତାମାନଙ୍କ ବୟାନବାଜି ଓ ସୌମ୍ୟଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ବିଜେଡି ଭଳି ଏକ ଆଚଂଳିକ ଦଳ ରାଜନେତାଙ୍କ ପରିବର୍ତ୍ତେ ଆଇଏଏସଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସାଧାରଣରେ ସ୍ପଷ୍ଟ ପ୍ରମାଣିତ ହୋଇଛି । ସୌମ୍ୟଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତୃତୀୟ ମହଲାର ନିର୍ଦ୍ଦେଶରେ ବିଜେଡି ନେତାମାନେ ଏଭଳି ବୟାନବାଜି କରୁଥିବା ବି ସାଧାରଣରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story