Advertisment

ସମ୍ବାଦ ବାର୍ଷିକ ଉତ୍ସବରୁ ଦୂରେଇ ରହିଲେ ସୌମ୍ୟ, ଇସାରାରେ ସନ୍ଦେଶ ଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଇସାରା ଇସାରାରେ ସରକାରୀ ଆକ୍ରୋଶର ମୁକାବିଲା ପାଇଁ ସନ୍ଦେଶ ଦେଇଥିବା ଚର୍ଚ୍ଚା ।

ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

Advertisment

ଦୈନିକ ଖବରକାଗଜ ‘ସମ୍ବାଦ’ର ବାର୍ଷିକ ଉତ୍ସବକୁ ବିଜେଡିରୁ ବହିଷ୍କୃତ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ଆସିଲେନି । ଦଳୀୟ ଓ ସରକାରୀ କାର୍ଯ୍ୟାନୁଷ୍ଠାନ ଯୋଗୁ ଚାପରେ ଥିବା ସୌମ୍ୟ ନିଜ ହାତଗଢ଼ା ‘ସମ୍ବାଦ’ର ଦୀର୍ଘ ୪୦ବର୍ଷ ଇତିହାସରେ ପ୍ରଥମଥର ପାଇଁ ବାର୍ଷିକ ଉତ୍ସବରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମିଲ ହୋଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର ଇସାରା ଇସାରାରେ ସରକାରୀ ଆକ୍ରୋଶର ମୁକାବିଲା ପାଇଁ ସନ୍ଦେଶ ଦେଇଥିବା ଚର୍ଚ୍ଚା ।

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବାଦର ନବନିଯୁକ୍ତ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାଙ୍କ ଦ୍ୱାରା ପ୍ରଯୋଜିତ ‘ନୀଳଶୈଳ’ ନାଟକର ଉଦାହରଣ ଦେଇ କହିଥିଲେ ଯେ, ମଙ୍ଗରାଜ କେତେବେଳେ ଲଢ଼ୁଥିଲା ତ, ମଙ୍ଗରାଜ କେତେବେଳେ ଷଡ଼ଯନ୍ତ୍ର କରୁଥିଲା । କେବଳ ଏତିକି କଥା ହିଁ କହିବି। ଅଧିକ କହି ଅସୁବିଧାରେ ପକାଇବାକୁ ଆସନି।

ତେବେ ଗଣତନ୍ତ୍ରରେ ବିଚାର ଓ ମତରେ ପାର୍ଥକ୍ୟ ରହିବ । ଆଲୋଚନା ଓ ସମାଲୋଚନା ବି ହେବ, ଅବଶ୍ୟ ମର୍ଯ୍ୟାଦା ଭିତରେ ରହିବା କଥା। ଲକ୍ଷ୍ମଣରେଖାକୁ କେହି ଉଲ୍ଲଘଂନ କରିବାର ପ୍ରଚେଷ୍ଟା ନକରିବା ଦରକାର । ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର । ଏହା ଗଣତନ୍ତ୍ରର ବଡ଼ ମନ୍ତ୍ର। ଖବର କେବେ ଲୁଚି ରହେନି । ସତ ଖବର ନିଶ୍ଚିତ ଦିନେନା ଦିନେ ପଦାକୁ ଆସିବ। ଖବର ପ୍ରକାଶ କରିବା ସାମ୍ବାଦିକର କାର୍ଯ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Advertisment

ଭାରତ ସରକାର ‘ପ୍ରଧାନମନ୍ତ୍ରୀ ରୁସା’ ଯୋଜନାରେ ୫ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ପରିଚାଳିତ କଲେଜଗୁଡ଼ିକୁ ଏହି ଅର୍ଥ ଦେବା ପାଇଁ ପ୍ରଧାନମନ୍ତ୍ରୀ ବଜେଟ ବରାଦ କରିଛନ୍ତି। କିନ୍ତୁ ଓଡ଼ିଶା ଏଥିରେ ସାମିଲ ହୋଇନାହିଁ ବୋଲି ସେ କହିଛନ୍ତି। 

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଠିକ୍ ସମୟରେ ଠିକ୍ ଖବର ଲୋକଙ୍କ ପାଖକୁ ଯିବା ଦରକାର । ଜରୁରୀକାଳୀନ ପରିସ୍ଥିତିବେଳେ ଇନ୍ଦିରା ଗାନ୍ଧି ବି ଖବରକୁ ଚପାଇ ପାରିନଥିଲେ । ଆଉ ଏବେ କିଏ କ’ଣ କରିପାରିବ?

ସେହିପରି ସମ୍ବାଦର ଫିଚର ସମ୍ପାଦକ ଗୌରହରି ଦାସ ସ୍ୱାଗତ ଭାଷଣ ଦେଇ ସମ୍ବାଦ ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ ବ୍ୟକ୍ତିଗତ କାରଣରୁ ଏଠାରେ ଅନୁପସ୍ଥିତ ଥିବା ସୂଚନା ଦେଇଥିଲେ । ନୂଆ ସମ୍ପାଦକ ଭାବେ ତନୟାଙ୍କ ଏହା ପ୍ରଥମ ସଭା ବୋଲି କହିଥିଲେ । ଏହି ଅବସରରେ ସମ୍ବାଦର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଓ ସମ୍ପାଦକ ତନୟା ପଟ୍ଟନାୟକ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ ।

ସୂଚନାଯୋଗ୍ୟ, ବିଜେଡିରୁ ବହିଷ୍କୃତ ହେବାପରେ ଓ ସମ୍ବାଦର ଲୋନ୍ ସ୍କାମ ଅଭିଯୋଗରେ ଅର୍ଥନୀତିକ ଅପରାଧ ଶାଖା ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏହି ମାମଲା ରୁଜୁ ହେବାପରଠୁ ସୌମ୍ୟ ନିଜକୁ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି । ନିଜ ସମ୍ପାଦକୀୟ ମାଧ୍ୟମରେ ଫାଇଭ-ଟି ସଚିବଙ୍କୁ ସମାଲୋଚନା କରି ସୌମ୍ୟ ଉଭୟ ଦଳୀୟ ଓ ସରକାରୀ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।

Dharmendra Pradhan Soumya Ranjan Patnaik Anurag Thakur Sambad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe