ଶନିବାର ସାମ୍ବାଦିକମାନଙ୍କ ଆଗରେ ସୌମ୍ୟ ଦଳ ଏବଂ ପାଣ୍ଡିଆନଙ୍କୁ କଲେ ବଡ଼ ଆକ୍ରମଣ। ସିଧା ଚ୍ୟାଲେଞ୍ଜ କଲେ ଦଳ ଛାଡିବିନି ବାହାର କରିବ ତ କର। ଦଳ କାହା ବାପାର ସଂପତ୍ତି ନୁହଁ। ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ କାଉଣ୍ଟର କରିବାକୁ ଯାଇ ସୌମ୍ୟ କହିଛନ୍ତି। ପ୍ରତାପ ଦେବଙ୍କୁ ଧନ୍ୟବାଦ ଦେବି ମୋ ଆଲେଖ୍ୟକୁ ନେଇ ସେ ଗଭୀର ଭାବେ ଚିନ୍ତା କରୁଛନ୍ତି। ସେ ମୋତେ ନିର୍ଦ୍ଦେଶ ଦେଇ ପାରିବେନି ଯେ ମୁଁ ସମ୍ପାଦକୀୟ ଲେଖିବି କି ଦଳରେ ରହିବି। ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ୩ଦିନ ଧରି କ୍ରମାଗତ ଭାବେ ବିଜେଡି ପକ୍ଷରୁ ବ୍ୟକ୍ତିଗତ ସମାଲୋଚନା ସହ ‘ବ୍ଲାକମେଲର’ ଭାବେ ଅଭିହିତ କରାଯିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟ ବିଜେଡି ସଂଗଠନର ଆଭ୍ୟନ୍ତରୀଣ କଥାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ଡକାଇ ନିଜ ଦଳର ଉପସଭାପତି ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଆଦିବାସୀଙ୍କ ପାଇଁ ଖୁସି ଖବର; ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ଦଳ, କଲା କାଉଣ୍ଟର
ବିଜେଡି କହିଲା, ଆଇନ ସମସ୍ତଙ୍କ ପାଇଁ ସମାନ ନା ନାହିଁ ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ।
Politics
ଜୟନାରାୟଣଙ୍କ ସମର୍ଥନରେ ବାହାରିଲା ବିଜେପି: ବିଜେଡିକୁ ଦେଲା ତା’ରି ଭାଷାରେ ପାଲଟା ଜବାବ
୨୦୨୩ ମସିହାରେ ବିଜେଡି ଶାସନକାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗତକାଲି ଖାରଜ କରିଛନ୍ତି ।
Politics
ପ୍ରଶ୍ନ କରିଥିଲେ ଉଦ୍ଧବ ଠାକରେ, ଯାଞ୍ଚ ହେଲା ଅମିତ ଶାହଙ୍କ ହେଲିକପ୍ଟର
ଯାଞ୍ଚ ବେଳର ଭିଡିଓକୁ ଅମିତ ଶାହ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ଅଧିକାରୀମାନେ କେମିତି ଶାହଙ୍କ ହେଲିକପ୍ଟରରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରୁଛନ୍ତି, ତା’ର ଦୃଶ୍ୟ ରହିଛି।
Politics
ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା; ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ
ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି ଗୃହରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି।