Advertisment

'ଦଳ ଛାଡ଼ିବିନି, ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ'

ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ଡକାଇ ନିଜ ଦଳର ଉପସଭାପତି ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି ।

Advertisment

ଶନିବାର ସାମ୍ବାଦିକମାନଙ୍କ ଆଗରେ ସୌମ୍ୟ ଦଳ ଏବଂ ପାଣ୍ଡିଆନଙ୍କୁ କଲେ ବଡ଼ ଆକ୍ରମଣ। ସିଧା ଚ୍ୟାଲେଞ୍ଜ କଲେ ଦଳ ଛାଡିବିନି ବାହାର କରିବ ତ କର। ଦଳ କାହା ବାପାର ସଂପତ୍ତି ନୁହଁ। ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ କାଉଣ୍ଟର କରିବାକୁ ଯାଇ ସୌମ୍ୟ କହିଛନ୍ତି। ପ୍ରତାପ ଦେବଙ୍କୁ ଧନ୍ୟବାଦ ଦେବି ମୋ ଆଲେଖ୍ୟକୁ ନେଇ ସେ ଗଭୀର ଭାବେ ଚିନ୍ତା କରୁଛନ୍ତି। ସେ ମୋତେ ନିର୍ଦ୍ଦେଶ ଦେଇ ପାରିବେନି ଯେ ମୁଁ ସମ୍ପାଦକୀୟ ଲେଖିବି କି ଦଳରେ ରହିବି। ଖଣ୍ଡପଡ଼ା ବିଜେଡି ବିଧାୟକ ତଥା ଦଳର ଉପସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ୩ଦିନ ଧରି କ୍ରମାଗତ ଭାବେ ବିଜେଡି ପକ୍ଷରୁ ବ୍ୟକ୍ତିଗତ ସମାଲୋଚନା ସହ ‘ବ୍ଲାକମେଲର’ ଭାବେ ଅଭିହିତ କରାଯିବା ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟ ବିଜେଡି ସଂଗଠନର ଆଭ୍ୟନ୍ତରୀଣ କଥାକୁ ସର୍ବସମ୍ମୁଖକୁ ଆଣିଛନ୍ତି । ଦଳର ସାଧାରଣ ସମ୍ପାଦକ ଅରୁଣ ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ଡକାଇ ନିଜ ଦଳର ଉପସଭାପତି ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି । 

Advertisment
BjD Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe