Advertisment

ନବୀନଙ୍କ ଶାସନର ଅଂଶ ହୋଇ ଜାନକୀଙ୍କ ଶାସନକୁ ପ୍ରଶଂସା କଲେ ସୌମ୍ୟ

ସେ କହିଛନ୍ତି, ମନ୍ତ୍ରୀ ବଡ଼ କି ସଚିବ ବଡ଼, ତାକୁ ସମ୍ବିଧାନ ଖୋଲି ଦେଖିବା ଉଚିତ୍। ଗୋଟିଏ ଘରେ ଚାକିରିଆ ବୋହୂ ଥିଲେ, ଶାଶୁ ତା’ ଗୋଡ଼ ଘସିବା ଯାହା, ଏବେ ଅଫିସରଙ୍କ ପାଖରେ ମନ୍ତ୍ରୀମାନଙ୍କ ଅବସ୍ଥା ଠିକ ସେୟା।

BJD

BJD

Advertisment

ନବୀନ ପଟ୍ଟନାୟକଙ୍କ ଶାସନର ଅଂଶ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନକୁ ପ୍ରଶଂସା କରିଛନ୍ତି। ଭାଷଣ ଛଳରେ ପୁଣି ଥରେ ଅଫିସର ରାଜକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ଜାନକୀଙ୍କ ଶାସନରେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ। ହେଲେ ଏବେ ଚାକିରି ବଞ୍ଚାଇବା ପାଇଁ ସଚିବଙ୍କ ପାଖେ ଅଧିଆ ପଡୁଛନ୍ତି ମନ୍ତ୍ରୀ।

Advertisment

ଭୁବନେଶ୍ୱରରେ ଗଙ୍ଗାଧର ମହାପାତ୍ରଙ୍କ ଜୟନ୍ତୀ ସଭାରେ ଯୋଗଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିଜ ଭାଷଣ ଛଳରେ ସେ ସିଧା ବର୍ତ୍ତମାନ ସମୟରେ ଗଣତନ୍ତ୍ରର ସ୍ଥିତି ଓ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥା କଥା ଉଲ୍ଲେଖ କରି ତେରଛା ବାଣ ମାରିଛନ୍ତି। ସେ କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ। ଅଫିସରମାନଙ୍କୁ ଜଣେ ବିଧାୟକ କିମ୍ବା ମନ୍ତ୍ରୀ ଉଠବସ୍‌ କରାଇ ପାରୁଥିଲେ। ଏମିତିକି ସେହି ଅଫିସର ବଦଳି ନହେଲା ଯାଏଁ ଆସନରୁ ଉଠିକି ଯିବି ନାହିଁ ବୋଲି କହୁଥିଲେ। ହେଲେ ଏବେ କିନ୍ତୁ ନିଜ ଚାକିରି ରହିବ କି ନରହିବ ଭାବି ମନ୍ତ୍ରୀଟିଏ ସଚିବଙ୍କ ପାଖେ ଅଧିଆ ପଡୁଛି। ସେ ଭାବୁଛି ଏଇଟା ଗୋଟେ ସବୁଠୁ ଭଲ ବ୍ୟବସ୍ଥା ବୋଲି ସୌମ୍ୟ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ମନ୍ତ୍ରୀ ବଡ଼ କି ସଚିବ ବଡ଼, ତାକୁ ସମ୍ବିଧାନ ଖୋଲି ଦେଖିବା ଉଚିତ୍। ଗୋଟିଏ ଘରେ ଚାକିରିଆ ବୋହୂ ଥିଲେ, ଶାଶୁ ତା’ ଗୋଡ଼ ଘସିବା ଯାହା, ଏବେ ଅଫିସରଙ୍କ ପାଖରେ ମନ୍ତ୍ରୀମାନଙ୍କ ଅବସ୍ଥା ଠିକ ସେୟା।

Advertisment

ସେପଟେ ଏହି ପ୍ରସଙ୍ଗରେ ଟ୍ୱିଟ୍‌ କରି ସୌମ୍ୟ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା ଅନୁଭବ ପଟ୍ଟନାୟକ। ଅନୁଭବ ଲେଖିଛନ୍ତି, ନିଜ ଶ୍ୱଶୁର ମୁଖ୍ୟମନ୍ତ୍ରୀ ଥିବାବେଳେ ହିଁ ଏହି ବ୍ୟକ୍ତିଙ୍କୁ ପରିଚିତି ମିଳିଥିଲା। ଏମିତିକି ସେ ନିଜ ଶ୍ୱଶୁରଙ୍କୁ ପୂର୍ବରୁ ନିନ୍ଦା କରୁଥିଲେ। ଏବେ ହଠାତ୍ ତାଙ୍କୁ ପ୍ରଶଂସା କରୁଛନ୍ତି। ସେ ଯାହା ବି ରାଜନୈତିକ ସଫଳତା ପାଇଛନ୍ତି, ବିଜେଡି ଯୋଗୁ ପାଇଛନ୍ତି ବୋଲି ଅନୁଭବ ଲେଖିଛନ୍ତି।

ଜୁନ୍ ୨୫ ତାରିଖରେ ନିଜ ସଂପାଦକୀୟରେ ଆମ ଘରର ହାଲ୍‌ଚାଲ୍‌ ଠିକ୍‌ ଅଛି ତ? ନା ଘର ମୁରବୀ ବିହୀନ ହୋଇଗଲାଣି, ଜନପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କ୍ଷୋଭ ପ୍ରକାଶ କରି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରିଥିଲେ ବିସ୍ଫୋରଣ। ଅପରାଜିତାଙ୍କ ଅଡୁଆ ପ୍ରଶ୍ନ ଶୀର୍ଷକରେ ସିଧା 5T ସଚିବ ଉପଭୋଗ କରୁଥିବା କ୍ଷମତାକୁ ନେଇ ଚାଲିଥିବା ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ଗୋଚରରେ ଚାଲିଛି ନା ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ତା’ସହ ଗତ ଦୁଇ ଦିନ ତଳେ ଏଥର ହେବ ତ ଛାତ୍ର ସଂସଦ ନିର୍ବାଚନ? ନା ପୂର୍ବ ବର୍ଷଗୁଡ଼ିକ ଭଳି ସରକାର ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବେ? ତାକୁ ନେଇ ସୌମ୍ୟରଂଜନ ମାରିଥିଲେ ତେରେଛା ବାଣ। ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨୬ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସୌମ୍ୟ, ସରକାର କାହିଁକି ଛାତ୍ର ସଂସଦ ନିର୍ବାଚନକୁ ଡ଼ରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏହା ନହେଲେ ଆଗାମୀ ଦିନରେ ନେତୃତ୍ୱ ସଂକଟ ଦେଖା ଦେବ ବୋଲି କହିଥିଲେ। ଆଉ ଏବେ ଜନକୀଙ୍କ ଶାସନକୁ ହଠାତ୍ ପ୍ରଶଂସାକୁ କିନ୍ତୁ ପୂରା ଅଲଗା ନଜରରେ ଦେଖୁଛନ୍ତି ରାଜନୀତି ସମୀକ୍ଷକ।

BjD Naveen Patnaik Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe