Advertisment

ବିଜେଡି ହାରିଛି, କିନ୍ତୁ ବିଜେପି ୧୦୦% ଜିତିନାହିଁ: ସୌମ୍ୟ

ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ବିଜେଡି କାହିଁକି ହାରିଛି ସେ ସମ୍ପର୍କରେ କେହି ଆଲୋଚନା କରିବା ପାଇଁ ପ୍ରସ୍ତୁତି ନୁହଁନ୍ତି। ବିଜେପି ଭାବୁଛି, ସେମାନେ ଲୋକପ୍ରିୟ ସରକାର ଗଢ଼ିଛନ୍ତି ଓ ଜିତିଛନ୍ତି। ମୁଁ ଏବେବି କହୁଛି, ବିଜେଡି ବାଲା କାହିଁକି ହାରିଲେ, ସେମାନେ ଜାଣନ୍ତି ନାହିଁ।

BJD

BJD

Advertisment

ସାଧାରଣ ନିର୍ବାଚନରେ ବିଜେଡି ହାରିଛି ସତ। କିନ୍ତୁ ବିଜେପି ୧୦୦% ଜିତିନାହିଁ। ବାଙ୍ଗୀ ମହୋତ୍ସବରେ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଉ ଅତି ସରଳ ଭାଷାରେ ବୁଝାଇଦେଛନ୍ତି ଗଣତନ୍ତ୍ରରେ ସାଧାରଣ ଜନତା କେତେ ଶକ୍ତିଶାଳୀ।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ବିଜେଡି କାହିଁକି ହାରିଛି ସେ ସମ୍ପର୍କରେ କେହି ଆଲୋଚନା କରିବା ପାଇଁ ପ୍ରସ୍ତୁତି ନୁହଁନ୍ତି। ବିଜେପି ଭାବୁଛି, ସେମାନେ ଲୋକପ୍ରିୟ ସରକାର ଗଢ଼ିଛନ୍ତି ଓ ଜିତିଛନ୍ତି। ମୁଁ ଏବେବି କହୁଛି, ବିଜେଡି ବାଲା କାହିଁକି ହାରିଲେ, ସେମାନେ ଜାଣନ୍ତି ନାହିଁ। ସେମାନେ ଜାଣିଥିଲେ ଆହୁରି ଅନେକ କଥା କରିବା ପାଇଁ ଆରମ୍ଭ କରନ୍ତେଣି। କିନ୍ତୁ ବିଜେପି କାହିଁକି ଜିତିଲା ସେ ସମ୍ପର୍କରେ ସେମାନେ ମଧ୍ୟ ଜାଣନ୍ତି ନାହିଁ। ସେମାନେ ଭାବୁଛନ୍ତି, ସେମାନେ ଅତ୍ୟଧିକ ଲୋକପ୍ରିୟ ବୋଲି ଜିତିଲେ। ମୋ’ ବିଚାରରେ ବିଜେଡି ହାରିଛି ସତ, କିନ୍ତୁ ବିଜେପି ଏ ପର୍ଯ୍ୟନ୍ତ ଜିତି ନାହିଁ। ଲୋକମାନଙ୍କ ଭିତରେ ବିଜେଡିକୁ ବୁଦ୍ଧି ଶିଖାଇବା ପାଇଁ ଓ ଅହଙ୍କର ଭାଙ୍ଗିବାକୁ ଏତେ ପରିମାଣର ଉତ୍ସାହ ଥିଲା ଯେ, ଆଉ ଯିଏ ଆସୁନା କାହିଁକି ପରିବର୍ତ୍ତନ ହେଉ। ଆଉ ଭୋଟ୍‌ ଦେଇ ଅହଙ୍କାର ଭାଙ୍ଗି ପ୍ରମାଣ କରିଦେଲେ ଗଣତନ୍ତ୍ରରେ ସାଧରଣ ଜନତରଙ୍କ ମତ ହିଁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ଅସ୍ମିତ ବିଷୟରେ ସଚେତନ ହୋଇ ଆଗକୁ ଯିବା ପାଇଁ ଚାହୁଁଛନ୍ତି, ସେମାନେ ଅସ୍ମିତା ସମ୍ପର୍କରେ ଅଧିକା ଆଲୋଚନା କରନ୍ତୁ। ପାର୍ଟିକୁ ତଳେ ରଖନ୍ତୁ, ମାଟିକୁ ଉପରେ ରଖନ୍ତୁ। ସମସ୍ତେ ମାଟି ମନସ୍କ ହୁଅନ୍ତୁ ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ମୁଁ ଗୋଟିଏ ପ୍ରଶ୍ନ ପଚାରିଥିଲି ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’। ଏ ପ୍ରଶ୍ନଟି ଏତେ କଠିନ ଥିଲା ଯେ ଆମର ବୁଦ୍ଧିମାନ ବ୍ୟକ୍ତିମାନେ ଉତ୍ତର ଦେବା ପାଇଁ ଡରିଲେ? ଆଉ ଗୋଟିଏ ପ୍ରଶ୍ନ ପଚାରିଥିଲି, ‘ମାଟି ବଡ଼ ନା ପାର୍ଟି ବଡ଼’। ତାହା ଉପରେ କେହି ଆଲୋଚନା କରୁନାହାନ୍ତି। ଏହି ପ୍ରଶ୍ନର ଉତ୍ତରରେ ଅଧିକାଂଶ ରାଜନୈତିକ ଦଳ କହିବେ, ଆମ ପାର୍ଟି ବଞ୍ଚିଲେ ସିନା ମୁଁ ବଞ୍ଚିବି। ପାର୍ଟି ଥିଲେ ସିନା ମୋତେ ଟିକଟ ମିଳିବ। ପାର୍ଟିଥିଲେ ସିନା ମୋତେ ଟଙ୍କା ମିଳିବ। ପାଟି ଥିଲେ ସିନା ଚିହ୍ନ ମିଳିବ। ମୁଁ କ’ଣ ଏକା ରହିପାରିବି? ମୋ ବିଚାରରେ ଆଜି ଆମେ ସମସ୍ତେ ପାର୍ଟିକୁ ମୁଣ୍ଡାଇଛୁ। ପାର୍ଟି ସବୁଠାରୁ ବଡ଼। ପାର୍ଟି ଯଦି ଉଦ୍ଧାର ହେଲା, ତାହାହେଲେ ମୋ ଜୀବନ ସଫଳ ହୋଇଯିବ। କିନ୍ତୁ ମାଟି କୁଆଡେ ଯିବ ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

Advertisment

ସେପଟେ ବାଙ୍କୀ ମହୋତ୍ସବ ସଭାପତି ବିଧାୟକ ଦେବୀ ରଂଜନ ତ୍ରିପାଠୀ ବାଙ୍କୀର ବରପୁତ୍ରମାନଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ରଥ, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା କବି ଅମୂଲ୍ୟବାଳା ପଟ୍ଟନାୟକଙ୍କ ରଚିତ ପୁସ୍ତକ ଉନ୍ମୋଚନ କରାଯାଇଥିଲା।

BjD Bjp Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe