Advertisment

କାହିଁକି ଛାଡ଼ିଲେ ସଂପାଦକ ପଦ? ମୁହଁ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ମୋର ଦଳ ନାହିଁ କି ଖବରକାଗଜ ନାହିଁ। ମୋର କିଛି ନାହିଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

author-image
Jitendra Garnayak
ଅଦ୍ୟତନ ହୋଇଛି
Soumya Ranjan Patnaik

Soumya Ranjan Patnaik

‘ଯେଉଁ ସାମ୍ବାଦିକମାନଙ୍କୁ ମୁଁ ତିଆରି କରିଥିଲି, ସେହି ସାମ୍ବାଦିକମାନଙ୍କ ଗୁଣ ଦେଖିକି ମୁଁ ସଂପାଦକ ପଦ ଛାଡ଼ି ଦେଲି। ମିଛ କଥାକୁ ନେଇ ଏଫଆଇଆର ଦେବେ। ତାକୁ କିଏ ବରଦାସ୍ତ କରିବ।’ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଉତ୍ତର ଦେଇଥିଲେ। ସେ କାହିଁକି ସମ୍ବାଦର ସଂପାଦକ ପଦ ଛାଡ଼ିଦେଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ।

Advertisment
  • ମୋର କିଛି ନାହିଁ

୨୦୨୪ରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି। ମୋଟ ଉପରେ ମୁଁ ପ୍ରାୟ ଲଢ଼ିବି ନାହିଁ। ମୋର ଦଳ ନାହିଁ କି ଖବରକାଗଜ ନାହିଁ। ମୋର କିଛି ନାହିଁ। ମୋର ଓଡ଼ିଶାକୁ ଭଲ ପାଇବାର ସାହାସଟି ଅଛି। ତାକୁ ନେଇ ମୁଁ ଆଗେଇବି।

Advertisment

  • ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଠିକ୍‌ରେ ହୋଇନାହିଁ ବୋଲି ଭକ୍ତ ଅଭିଯୋଗ କରୁଥିବା ବେଳେ ସେ କ’ଣ କହିବାକୁ ଚାହୁଁଛନ୍ତି ବୋଲି ସୌମ୍ୟଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାର ଜବାବରେ ସୌମ୍ୟରଞ୍ଜନ କହିଥିଲେ, ମୁଁ ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନି। ୨୦୧୫ରେ ବ୍ରହ୍ମବିଭ୍ରାଟ ହେଲା। ତେଣୁ ଜଗନ୍ନାଥ ଅସଲି କି ନକଲି ବୋଲି ମୋ ମନରେ ସନ୍ଦେହ ସୃଷ୍ଟି କରିଦେଲେ ସାମ୍ବାଦିକମାନେ। ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ; ତେଣୁ ଯେଉଁଠୁ ଡାକିଲେ ବି ସେ ଶୁଣିବେ। ଆମେ ଭକ୍ତ ସାଲବେଗ ଓ ଆମେ ଦାସିଆବାଉରୀ।

  • ଅଯୋଧ୍ୟା ରାମମନ୍ଦିରରେ ଜଗନ୍ନାଥ ପୂଜା ପାଇବେ କି?

ସୌମ୍ୟ କହିଥିଲେ, ଆମର ଜଣେ ସାମ୍ବାଦିକ ବନ୍ଧୁ ଅଯୋଧ୍ୟା ଯାଇଥିଲେ। ସେ କହିଲେ ଯେ ଅଯୋଧ୍ୟାରେ ଯେଉଁ ପୁରୁଣା ମନ୍ଦିର ଥିଲା ସେଥିରେ ରାମ ଲଲାଙ୍କ ସହିତ ଜଗନ୍ନାଥ ମଧ୍ୟ ପୂଜା ପାଉଥିଲେ। ଯଦି ଜଗନ୍ନାଥଙ୍କ ପ୍ରତି ଏତେ ଭକ୍ତି ଓ ପ୍ରେମ ଅଛି, ତା’ହେଲେ ରାମ ମନ୍ଦିରରେ ଜଗନ୍ନାଥଙ୍କର ଆଉ ଗୋଟିଏ ମୂର୍ତ୍ତି ବସାଇବାକୁ ଓଡ଼ିଶା ତରଫରୁ ଦାବି କରାଯାଉ। ଐତିହାସିକ ଦୃଷ୍ଟିରୁ ଯଦି ତାହା ରାମଙ୍କ ଜନ୍ମସ୍ଥାନ ଥିଲା ଓ ସେଥିପାଇଁ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା କରି ଆମ ବିଜେପି ଭାଇମାନେ ଗର୍ବ ଅନୁଭବ କରୁଛନ୍ତି, ତା’ହେଲେ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। କିନ୍ତୁ ଯଦି ପୁରୁଣା ମନ୍ଦିରରେ ଜଗନ୍ନାଥ ପୂଜା ପାଉଥିଲେ, ତା’ହେଲେ ଏବେ ନୂଆ ମନ୍ଦିରରେ ଜଗନ୍ନାଥ ପୂଜା ପାଇବେ ନା ନାହିଁ? ଯଦି ପ୍ରକୃତରେ ଜଗନ୍ନାଥ ପୂଜା ପାଉଥିଲେ, ତା’ହେଲେ ନୂଆ ମନ୍ଦିରରେ ମଧ୍ୟ ଜଗନ୍ନାଥ ପାଇବା ଉଚିତ୍। ସେହି ସାମ୍ବାଦିକଙ୍କ କଥାରୁ ଏ ପ୍ରଶ୍ନ ମୋ ମନକୁ ଆସିଛି। ଆଗରୁ ମୁଁ ଜାଣି ନଥିଲି।

  • ଓଡ଼ିଆ ଅସ୍ମିତାର ପ୍ରମାଣ ଓଡ଼ିଆ ଯୁବକଙ୍କ ପାଖରେ ମୁଁ ଦେଖୁନି

ଶ୍ରୀ ପଟ୍ଟନାୟକ କହିଥିଲେ, ରାସ୍ତାଘାଟ ବା କୋଠାବାଡ଼ି କରି ଦେଲେ ବିକାଶ ହୁଏ ନାହିଁ। ବିକାଶରେ ବ୍ୟକ୍ତିତ୍ୱର ବିକାଶ ମଧ୍ୟ ଦରକାର। ବ୍ୟକ୍ତିଟିଏ ଯଦି ଏକ ବିକଶିତ ବ୍ୟକ୍ତିତ୍ୱରେ ପରିଣତ ନହେବ, ଭାଷାଟିକୁ ଯଦି ନିର୍ଭୁଲ ନ କହିବ, କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଓ ଇଂରାଜୀରେ ଯଦି ଦକ୍ଷତା ନରହିବ ଓ ନିଜ ବିଷୟରେ ସଚେତନ ହୋଇ ଜଗନ୍ନାଥଙ୍କ ଭକ୍ତ ଭାବରେ ସେ ଯଦି ଧର୍ମନିରପେକ୍ଷତା କଥା ନଜାଣିବ, ତା’ହେଲେ ମୁଁ ଭାବୁଛି, ତା’ର ବ୍ୟକ୍ତିତ୍ୱର ବିକାଶ ହେବ ନାହିଁ। ମୋତେ ଲାଗୁଛି ରାଜ୍ୟରେ ବାହ୍ୟ ବିକାଶ ଯେତିକି ହୋଇଛି ତା’ ତୁଳନାରେ ଓଡ଼ିଆଙ୍କ ଅସ୍ମିତାର ଯେତିକି ବିକାଶ ହେବା କଥା, ସେଥିରେ ଟିକେ ଅଭାବ ରହିଯାଇଛି। ଓଡ଼ିଆ ଅସ୍ମିତାର ପ୍ରମାଣ ଓଡ଼ିଆ ଯୁବକଙ୍କ ପାଖରେ ମୁଁ ଦେଖୁନି। ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଙ୍କୋଚନ କରୁ ନାହାନ୍ତି, ସେମାନଙ୍କୁ ମୁଁ ଓଡ଼ିଆ ଅସ୍ମିତାର ଅଧିକାରୀ ବୋଲି ଭାବୁ ନାହିଁ।

Soumya Ranjan Patnaik