ସୌମ୍ୟଙ୍କ ଇସ୍ତଫା: ସରକାରୀ ଚାପ ନା ପାରିବାରିକ ଚାପ ?

ରାଜ୍ୟର ସର୍ବାଧିକ ଆଦୃତ ଦୈନିକ ଖବରକାଗଜ ‘ସମ୍ବାଦ’ର ଆସନ୍ତାକାଲି ୪୦ତମ ବାର୍ଷିକ ଉତ୍ସବ ପାଳନ ପୂର୍ବରୁ ସୌମ୍ୟଙ୍କ ଇସ୍ତଫା ସମସ୍ତଙ୍କୁ ଚକିତ କରିଛି । ନିଜ ଝିଅ ତନୟାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ସୌମ୍ୟ ସବୁଦିନ ପାଇଁ ନିଜର ବ୍ୟବସାୟିକ ସଂସ୍ଥାରୁ ଓହରି ଯାଇଛନ୍ତି ।

Soumya Ranjan Patnaik

ସୌମ୍ୟରଞ୍ଜନ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Monday, 02 October 2023
  • Updated: 02 October 2023, 09:52 PM IST

ନିଜେ ଗଢ଼ିଥିବା ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ପଦବୀ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଏଭଳି ଅଚାନକ ଇସ୍ତଫାକୁ ନେଇ ସୋସିଆଲ ମିଡିଆରେ ନାନାଦି ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ପଛରେ କିଧରଣର ଚାପ ସୌମ୍ୟଙ୍କ ଭଳି ମୁଖର ନେତା ତଥା ଆଗଧାଡ଼ିର ବୁଦ୍ଧିଜୀବୀଙ୍କୁ ବ୍ୟାକଫୁଟକୁ ଯିବାକୁ ବାଧ୍ୟ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ଗତ ଅଗଷ୍ଟ ମାସରେ ସମ୍ବାଦରେ ୨ଟି ଆଲେଖ୍ୟ ଲେଖି ସିଧାସଳଖ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବା ପରେ ତାଙ୍କ ବିରୁଦ୍ଧରେ ଏକାଧିକ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ସହ ଜଡ଼ିତ ସଂସ୍ଥା ଓ ବ୍ୟକ୍ତିମାନଙ୍କ ଉପରେ ସରକାରୀ ଚାପ ବୃଦ୍ଧି ପାଇଥିବାରୁ ସେ ନିଜର ବ୍ୟବସାୟିକ ସଂସ୍ଥାରୁ ଓହରି ଯାଇଥିବା ଜଣାପଡ଼ିଛି । ଅର୍ଥନୀତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ପରଠୁ ଅଜ୍ଞାତବାସରେ ରହୁଥିବା ସୌମ୍ୟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ନବୀନ ପଟ୍ଟନାୟକ ସରକାରରେ ବ୍ୟବସ୍ଥାଗତ ତ୍ରୁଟି ବିରୁଦ୍ଧରେ ତାଙ୍କର ଶାଣିତ ସ୍ୱର କ୍ଷୀଣ ହୋଇଯିବାର ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟର ସର୍ବାଧିକ ଆଦୃତ ଦୈନିକ ଖବରକାଗଜ ‘ସମ୍ବାଦ’ର ଆସନ୍ତାକାଲି ୪୦ତମ ବାର୍ଷିକ ଉତ୍ସବ ପାଳନ ପୂର୍ବରୁ ସୌମ୍ୟଙ୍କ ଇସ୍ତଫା ସମସ୍ତଙ୍କୁ ଚକିତ କରିଛି । ନିଜ ଝିଅ ତନୟାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ସୌମ୍ୟ ସବୁଦିନ ପାଇଁ ନିଜର ବ୍ୟବସାୟିକ ସଂସ୍ଥାରୁ ଓହରି ଯାଇଛନ୍ତି । ବିଜେଡି ତାଙ୍କୁ ଦଳର ଉପସଭାପତି ପଦରୁ ବହିଷ୍କାର କରିବା ସହ ସେ ଜିତିଥିବା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କୁ ବାଦ୍ ଦେଇ ସାଂଗଠନିକ କାର୍ଯ୍ୟ ଆଗେଇ ନେଇଛି । ଆଉ ସମ୍ବାଦ ଲୋନ୍ ସ୍କାମ ଆଳରେ ଅର୍ଥନୀତିକ ଅପରାଧ ଶାଖାରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ ଶାସକ ବିଜେଡି ସୌମ୍ୟଙ୍କୁ ଉଭୟ ରାଜନୀତିକ ଓ ବ୍ୟବସାୟିକ କ୍ଷେତ୍ରରେ ନିଷ୍କ୍ରିୟ କରିଦେବାର ଯୋଜନାରେ ସଫଳ ହୋଇଛି ।

Also Read

ତେବେ ସୌମ୍ୟଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସରକାରୀ ଚାପ ଅପେକ୍ଷା ପାରିବାରିକ ଚାପ ଅଧିକ ସୌମ୍ୟଙ୍କୁ ଅଧିକ ବିବ୍ରତ କରିଥିଲା । ବିଶେଷକରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କମ୍ପାନୀରେ ସୌମ୍ୟଙ୍କୁ ମିଶାଇ ମୋଟ ୯ଜଣ ନିର୍ଦ୍ଦେଶକ ଅଛନ୍ତି । ସୌମ୍ୟଙ୍କ ପତ୍ନୀ ସୁଦତ୍ତା, ଦୁଇ ଝିଅ ତଲ୍ଲିନା ଓ ତନୟାଙ୍କ ସମେତ ସାନଜ୍ୱାଇଁ ସତ୍ୟସ୍ମୃତି ମହାନ୍ତି, ପରିବାରର ସଦସ୍ୟ ଦୀପ୍ତିରଞ୍ଜନ ପଟ୍ଟନାୟକ,ମୋନିକ ନାୟାର ପଟ୍ଟନାୟକ ଓ ପାରିବାରିକ ବନ୍ଧୁ ଅଶୋକ କୁମାର ପରିଜା ଅଛନ୍ତି । ସୌମ୍ୟଙ୍କ ଉପରେ ଚାପ ସୃଷ୍ଟି ପାଇଁ ‘ସମ୍ବାଦ’ ଉପରେ ମାତ୍ରାଧିକ ସରକାରୀ କାର୍ଯ୍ୟାନୁଷ୍ଠାନ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ କମ୍ପାନୀର ଅନ୍ୟ ନିର୍ଦ୍ଦେଶକମାନଙ୍କୁ ବିଚଳିତ ଓ ଭୟଭୀତ କରିଦେଇଛି । ସେମାନେ ନିଜର ବ୍ୟବସାୟଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ସୌମ୍ୟଙ୍କୁ ପ୍ରଥମେ ନିରବ ରହିବା ଓ ପରେ ସମ୍ବାଦ ସହ ଆନୁଷ୍ଠାନିକ ସମ୍ପର୍କ ତୁଟାଇବା ନିମନ୍ତେ ବୁଝାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସୌମ୍ୟଙ୍କ ସମୁଦି(ତନୟାଙ୍କ ଶଶୁର) ତପନ ମହାନ୍ତିଙ୍କ ମାଲିକାନାରେ ଥିବା ବିଲଡର ସଂସ୍ଥା ଉପରେ ସରକାରୀ ଡେମୋକ୍ଲିସ୍ ଖଡ଼ଗ୍ ଏବେବି ଝୁଲି ରହିଛି । ପଟ୍ଟନାୟକ ପରିବାରର ମାଲିକାନାରେ ଥିବା ଅନ୍ୟ ବ୍ୟବସାୟଗୁଡ଼ିକ ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ଅଛି । ତେଣୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଜଣେ ନିର୍ଦ୍ଦେଶକଙ୍କ ମାଧ୍ୟମରେ ସରକାରଙ୍କ ସବୁ ସର୍ତ୍ତ ମାନି ବୁଝାମଣା କରିଥିବା ଚର୍ଚ୍ଚା ହେଉଛି । ଖାସ୍ ଏସବୁ କାରଣ ପାଇଁ ଗତ କିଛିଦିନ ଧରି ସୌମ୍ୟଙ୍କ ଖବରକାଗଜ ‘ସମ୍ବାଦ’ରେ ସରକାରଙ୍କୁ ଅଡ଼ୁଆରେ ପକାଇବା ଓ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ସିଧାସଳଖ ସମାଲୋଚନା କରିବା ଭଳି ସଙ୍ଗୀନ ଖବର ପ୍ରକାଶ ପାଉନି । ସେପଟେ ଶାସକ ବିଜେଡି ସମର୍ଥିତ ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ ଓ ଖବରକାଗଜ ମଧ୍ୟ ଆଉ ସୌମ୍ୟଙ୍କ ବିରୁଦ୍ଧରେ କୌଣସି ଖବର ପ୍ରକାଶ କରୁନି । ଏସବୁ ବୁଝାମଣା ସତ୍ତ୍ୱେ ଅର୍ଥନୀତିକ ଅପରାଧ ଶାଖା ତା’ର ତଦନ୍ତ ପ୍ରକ୍ରିୟାକୁ ଜାରି ରଖିଛି । ଆଉ ସାଧାରଣ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସୌମ୍ୟଙ୍କ ଉପରେ ଚାପ ଜାରି ରଖିବା ପାଇଁ ଏହି ତଦନ୍ତ ଜାରି ରହିବ ବୋଲି ଜଣାପଡ଼ିଛି ।

ସୌମ୍ୟରଞ୍ଜନଙ୍କ ଅପ୍ରତ୍ୟାଶିତ ନିରବତାକୁ ନେଇ ଅନେକ ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ବ୍ୟକ୍ତ କରୁଥିଲେ ମଧ୍ୟ ସମ୍ବାଦ ଲୋନ୍ ସ୍କାମ ମାମଲାରେ ସୌମ୍ୟଙ୍କ ଉପରେ ଗିରଫର ଭୟ ଏବେ ରହିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ସୌମ୍ୟ ସମ୍ବାଦ ସହ ସମ୍ପର୍କ ଛିନ୍ନ କରି ଇଷ୍ଟର୍ଣ୍ଣ ମିଡିଆ ଅଧୀନରେ ଥିବା ସମ୍ବାଦ, କନକନ୍ୟୁଜ, ରେଡିଓ ଚକୋଲେଟ୍ ଆଦିରେ କାର୍ଯ୍ୟ କରୁଥିବା ଶହ ଶହ କର୍ମଚାରୀ ଓ ସେମାନଙ୍କ ପରିବାର ପ୍ରତି ଯେଭଳି କୌଣସି ବିପଦ ନଆସିବ ସେଦିଗରେ ମଧ୍ୟ ପଦକ୍ଷେପ ନେଇଛନ୍ତି । ସରକାରୀ ବିଜ୍ଞାପନ ବନ୍ଦ କରି ସମ୍ବାଦକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିବାକୁ ପ୍ରୟାସ ନିଆଯାଇଥିବା ଓ ଘରୋଇ ବିଜ୍ଞାପନକୁ ବନ୍ଦ ପାଇଁ ଚାପ ଥିବାରୁ ସରକାରଙ୍କ ପାଖରେ ମୁଣ୍ଡ ନୁଆଁଇବା ବ୍ୟତୀତ ସୌମ୍ୟଙ୍କ ପାଇଁ  ଅନ୍ୟ ବିକଳ୍ପ କିଛି ନାହିଁ । ଯେଉଁ କାରଣ ପାଇଁ ସେ ନିଜକୁ ଉଭୟ ବ୍ୟବସାୟିକ ଓ ରାଜନୀତିକ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଉଚିତ୍ ମଣିଛନ୍ତି । ଆଉ ପରିବାର ସଦସ୍ୟଙ୍କ ପରାମର୍ଶ ଓ ଚାପ ମଧ୍ୟ ତାଙ୍କୁ ଏଭଳି ନିରବ ରହିବାକୁ ବାଧ୍ୟ କରିଛି ବୋଲି ସାଧାରଣରେ ଚର୍ଚ୍ଚା । ତେବେ ସୌମ୍ୟଙ୍କ ଏହି ପଦକ୍ଷେପ ପରେ ବି ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟାନୁଷ୍ଠାନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ନା ପୂର୍ବବତ୍ ଜାରି ରହିବ ତାହା ସନ୍ଦେହଘେରରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story