Advertisment

ମୁହଁ ଖୋଲିଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ନିଜର ସଂପାଦକୀୟ ଓ ଭାଷଣରେ ବିଜେଡି ସରକାର ଓ ଭି.କେ ପାଣ୍ଡିଆନଙ୍କୁ ବାରମ୍ବାର ନିଶାନା କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ସେପ୍ଟେମ୍ବର ୨୧ ତାରିଖରେ ଦଳରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ।

Soumya

Soumya

Advertisment

ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚୁପ୍ ରହିବା ପରେ ପୁଣି ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥର ଉଠାଇଛନ୍ତି ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗରେ।

Advertisment

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବରେ ଗତ ୨ ତାରିଖ ଦିନ ରାଜ୍ୟ ସରକାରଙ୍କୁ ନିଶାନା କରି ସୌମ୍ୟ କହିଥିଲେ, ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି। ସତ କଥାଟି ହେଲା, ଯୁବକମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆଯାଉନି। ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ। ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ସେ କଟାକ୍ଷ କରି କହିଥିଲେ।

ସେ କହିଥିଲେ ଯେ ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କର ଆଶା ଅଛି। ତା’ସହିତ ସୌମ୍ୟ କହିଥିଲେ ଯେ ଖାଲି ଜିନ୍ସ ପ୍ୟାଣ୍ଟ ଓ ଧଳା ଶାର୍ଟ ପିନ୍ଧିଦେଲେ କେହି ନେତା ହୋଇ ଯିବେନି। ଏଥିପାଇଁ ଲୋକଙ୍କ ସହ ମିଶିବାକୁ ପଡ଼ିବ। ସେମାନଙ୍କ ସମସ୍ୟା ଜାଣିବାକୁ ପଡ଼ିବ। ଖାଲି ପ୍ୟାଡ୍‌ରେ ପଦବୀ ଛାପିଦେଲେ କେହି ନେତା ହୋଇଯାଏ ନାହିଁ।

Advertisment

ସୌମ୍ୟଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ନିଜର ସଂପାଦକୀୟ ଓ ଭାଷଣରେ ବିଜେଡି ସରକାର ଓ ଭି.କେ ପାଣ୍ଡିଆନଙ୍କୁ ବାରମ୍ବାର ନିଶାନା କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଗତ ସେପ୍ଟେମ୍ବର ୨୧ ତାରିଖରେ ଦଳରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ।

ବିଜେଡି ପକ୍ଷରୁ ସେତେବେଳେ ପ୍ରେସ୍ ରିଲିଜ୍ ଜାରି କରି କୁହାଯାଇଥିଲା ଯେ ‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ଲୋନ୍‌ ସ୍କାମ୍‌ ନେଇ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି। ଅନେକ ପୂର୍ବତନ କର୍ମଚାରୀ ଏନେଇ ଅଭିଯୋଗ କରିଛନ୍ତି। ୩ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଯାଇଛି। ଜାଲ୍‌ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍‌ ଫ୍ରଡ୍‌ ବୋଲି ପ୍ରେସ ରିଲିଜରେ ଉଲ୍ଲେଖ କରାଯାଇଥିଲା। ଏହାର କିଛି ଦିନ ପରେ ନିଜେ ଗଢ଼ିଥିବା ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ପଦବୀ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ।

Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe