Advertisment

ପାଣ୍ଡିଆନଙ୍କୁ ସୌମ୍ୟଙ୍କ ବାଣ; ୫-ଟି ବନାମ ୫-ମ ଲେଖି କଲେ କଟାକ୍ଷ

୫-ଟି ସଚିବ ନୁହଁନ୍ତି ନିଜ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ।

author-image
Tapaswini Nayak
ଅଦ୍ୟତନ ହୋଇଛି
soumyaranjan patnaik

soumyaranjan patnaik

ବିଭିନ୍ନ ପ୍ରସଙ୍ଗ ନେଇ ବିଜେଡିର ବ୍ୟଥା ବଢ଼ାଉଥିବା ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସମ୍ବାଦ ଦୈନିକ ଖବର କାଗଜରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ସିଧା ଟାର୍ଗେଟ କରିଛନ୍ତି ସୌମ୍ୟ। ୫-ଟି ବନାମ ୫-ମ ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି।

Advertisment

ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ଅବତାରଣା କରି ସେ ପାଞ୍ଚ-ମ ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି 'ମ' କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ।

ଏହାସହ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା କରିଛନ୍ତି ସୌମ୍ୟ। ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ ବି ଉଠାଇଛନ୍ତି। ଏହାଛଡ଼ା ମାସ ଶେଷ ବେଳକୁ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତର ଆନୁମାନିକ ଖର୍ଚ୍ଚ ହିସାବ ୩୦୦ କୋଟି ହେବ ବୋଲି ମଧ୍ୟ ଆକଳନ କରିଛନ୍ତି। ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବା ପ୍ରସଙ୍ଗ ଉଠାଇ କଟାକ୍ଷ କରିଛନ୍ତି। ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି।

Advertisment

କେବଳ ୫-ଟି ସଚିବ ନୁହଁନ୍ତି ନିଜ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ସୌମ୍ୟ। ନବୀନ ବିଜେଡିର ସଂପତ୍ତି। ତେବେ ଦଳ କଣ ଏତେ ଦୁର୍ବଳ ହୋଇଗଲା ଯେ ତାର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।

ମଣିପୁର ପ୍ରସଙ୍ଗରେ ବି ଦଳ ନିରବ ରହିବା କଥା ଉଲ୍ଲେଖ କରିଛନ୍ତି ସୌମ୍ୟ। ପାର୍ଟି ଓ ମାଟି ମଧ୍ୟରେ ଦ୍ୱନ୍ଦ୍ୱ ହେଲେ ମାଟି ହିଁ ସବୁ ବେଳେ ଜିତିବ। ଆମ ଉତ୍କଳ ଜନନୀ ଏବେ ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛି। ନିଜ ଜନ୍ମଦିନ ଅବସରରେ ମାଟି ପାଇଁ ତ୍ୟାଗ ପ୍ରସଙ୍ଗ ବି ଉଠାଇ ରାଜନୈତିକ ଚର୍ଚ୍ଚା ଦିଗକୁ ଆହୁରି ସକ୍ରିୟ କରିଛନ୍ତି। ପାର୍ଟି ବଡ଼ ନା ମାଟି ବଡ଼ ଏକ ପ୍ରଶ୍ନ ନୁହେଁ ବରଂ ଆମ ପାଇଁ ପାର୍ଟି ନୁହେଁ ବରଂ ମାଟି ବଡ଼ ଏକ ଆପ୍ତବାକ୍ୟ ହେବା ଉଚିତ ବୋଲି ଲେଖିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ।

BjD Bjd Mla Soumyaranjan Patnaik