Advertisment

ବିଜେଡିକୁ ଦୋହଲାଇ ଦେଲା ସୌମ୍ୟଙ୍କ ଲେଖା, କଡ଼ା କାଉଣ୍ଟର କଲେ ଅନୁଭବ

ସୌମ୍ୟ ମାଟି କଥା କହିବା ସୈତାନର ବେଦ ପାଠ ବୋଲି କହି ତାଙ୍କୁ କାଉଣ୍ଟର କରିଛନ୍ତି ଅନୁଭବ।

author-image
Tapaswini Nayak
ଅଦ୍ୟତନ ହୋଇଛି
ANUBHAV and soumyaranjan

ANUBHAV and soumyaranjan

ବିଜେଡିକୁ ହଲାଇ ଦେଇଛି ଦଳୀୟ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ‘ଆମ ଘରର ହାଲଚାଲ’ ଲେଖା।  ସୌମ୍ୟଙ୍କ ଲେଖା ପ୍ରକାଶିତ ହେବା ପରେ ବିଜେଡିର ହାଲତ ଖରାପ ହୋଇଯାଇଥିବା ଜଣାପଡ଼ୁଛି।  ବିଜେଡି ନେତା ତଥା ଖଣ୍ଡପଡ଼ା ଟିକେଟ ଆଶାୟୀ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ଲେଖାକୁ କଡ଼ା ସମାଲୋଚନା କରିଛନ୍ତି।ସୌମ୍ୟଙ୍କ ନାଁ ନନେଇ ଅନୁଭବ ଟ୍ୱିଟ୍‌ କରି ତାଙ୍କୁ ଟାର୍ଗେଟ କରିଛନ୍ତି। ଏହାସହ ସୌମ୍ୟଙ୍କ ଆଲେଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।

Advertisment

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ନିଜ ଜନ୍ମ ଦିନରେ ସୌମ୍ୟ ସତ କୁହନ୍ତୁ। ୨୦୧୯ରେ ବିଧାୟକ ଟିକଟ ପାଇଁ ସୌମ୍ୟ ନବୀନ ନିବାସରେ କିଭଳି ଅନୁରୋଧ କରିଥିଲେ, ତାହା ମୁଁ ଦେଖିଛି। ତେବେ ବିଧାୟକ ହେବା ପରେ ତାଙ୍କର ଇଚ୍ଛା ସେ ମନ୍ତ୍ରୀ ହେବେ।

ସୌମ୍ୟ ମାଟି କଥା କହିବା ସୈତାନର ବେଦ ପାଠ ବୋଲି କହି ତାଙ୍କୁ କାଉଣ୍ଟର କରିଛନ୍ତି ଅନୁଭବ। ଏମିତି କି ଚାଲୁଣି କହୁଛି ଛୁଞ୍ଚିକୁ ବୋଲି ମଧ୍ୟ ସେ ଲେଖିଛନ୍ତି। ଦଳ ବଦଳରେ ରେକର୍ଡ କରିଥିବା ଲୋକ ଏବେ ମାଟି କଥା କହୁଛନ୍ତି। ଇତିହାସ ଦୋମୁହାଁ, କ୍ଷମତାଲୋଭୀଙ୍କ ନାଁ ଖୋଜିଲେ, ୟାଙ୍କ ନାଁ ପ୍ରଥମେ ଆସିବ। ତେବେ ଅନୁଭବଙ୍କ ସମାଲୋଚନା ନେଇ ସୌମ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଆଜି ଦୈନିକ ଖବର କାଗଜ ସମ୍ବାଦରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକ ଲେଖାରେ ସିଧା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ। ୫-ଟି ବନାମ ୫-ମ ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି।  

ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ଅବତାରଣା କରି ସେ ପାଞ୍ଚ-ମ ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି 'ମ' କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ।

ଏହାସହ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା କରିଛନ୍ତି ସୌମ୍ୟ। ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହାଛଡ଼ା ମାସ ଶେଷ ବେଳକୁ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତର ଆନୁମାନିକ ଖର୍ଚ୍ଚ ହିସାବ ୩୦୦ କୋଟି ହେବ ବୋଲି ମଧ୍ୟ ଆକଳନ କରିଛନ୍ତି। ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବା ପ୍ରସଙ୍ଗ ଉଠାଇ କଟାକ୍ଷ କରିଛନ୍ତି। ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କ’ଣ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି। 

ଏହି ଲେଖାରେ ସେ ବିଜେଡିକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାଙ୍କ ସମ୍ମାନ କଥା କହୁଥିବା ବେଳେ ମଣିପୁର ପ୍ରସଙ୍ଗରେ ପଦୁଟିଏ ନ କହିବା ସଂପର୍କରେ ସୌମ୍ୟ ଏହି ଲେଖାରେ ଉଲ୍ଲେଖ କରିଛନ୍ତି। 

BjD Bjp Soumyaranjan Patnaik ANUBHAV_PATNAIK_