Advertisment

ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଝଟକା; ହଟିଲା Y କାଟାଗୋରି ସୁରକ୍ଷା

ପୂର୍ବତନ ବିଧାୟକ ଆଜମ ଖାନଙ୍କ Y କାଟାଗୋରି ସୁରକ୍ଷା ହଟାଇଦେଲେ ଉତ୍ତରପ୍ରଦେଶ ସରକାର। ଏଥିସହ ଆଜମ ଖାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ଫେରାଇ ନିଆଯାଇଛି।

Azam Khan

Azam Khan

Advertisment

ପୂର୍ବତନ ବିଧାୟକ ଆଜମ ଖାନଙ୍କ Y କାଟାଗୋରି ସୁରକ୍ଷା ହଟାଇଦେଲେ ଉତ୍ତରପ୍ରଦେଶ ସରକାର। ଏଥିସହ ଆଜମ ଖାନଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କୁ ପୁଲିସ୍‌ ମୁଖ୍ୟାଳୟକୁ ଫେରାଇ ନିଆଯାଇଛି।

Advertisment

ରାମପୁରର ହିଂସା ତଥା ଘୃଣା ଭାବନାକୁ ଉସୁକାଇବା ପରି ଭାଷଣ ଦେବା ଅଭିଯୋଗରେ ଉତ୍ତରପ୍ରଦେଶର ଏକ କୋର୍ଟ ୨୦୧୯ ମସିହାରେ ଆଜମ ଖାନଙ୍କୁ ଦୋଷୀ ବୋଲି ରାୟ ଦେଇଥିଲେ।

Y କାଟାରୋଗୀ ସୁରକ୍ଷାରେ ଭିଭିଆଇଙ୍କ ସୁରକ୍ଷା ନିମନ୍ତେ ସମୁଦାୟ ୧୧ ସୁରକ୍ଷା କର୍ମୀ ନିୟୋଜିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ କମାଣ୍ଡର ଓ ୨ ଜଣ ପିଏସ୍‌ଓ ଥାଆନ୍ତି। ମାତ୍ର ଉତ୍ତରପ୍ରଦେଶର ପୁଲିସ୍‌ ସୁରକ୍ଷା ବିଭାଗ ତରଫରୁ ଜାରି ଚିଠିରେ ଆଜମ ଖାନଙ୍କ ପାଇଁ ନିୟୋଜିତ ଏହି ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଥିବା ଜଣାଯାଇଛି।

Advertisment

୨୦୧୯ ମସିହା ଲୋକସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏକ ନିର୍ବାଚନୀ ସଭାରେ ହିଂସାକୁ ଉସୁକାଇବା ପରି ଭାଷଣ ଦେଉଥିବା ଅଭିଯୋଗ ହୋଇଥିଲା। ଆଜମ ଖାନ ନିଜ ଭାଷଣରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ, ରାମପୁରର ତତ୍‌କାଳୀନ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଉତ୍ତରପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଆଜମ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର କାରାଦଣ୍ଡ ଶୁଣାଇଥିଲେ। ଏହାପରେ ଆଜମ ଖାନ ନିଜ ବିଧାୟକ ପଦ ହରାଇଥିଲେ।

ଏହାକୁ ଚ୍ୟାଲେଞ୍ଜ କରି ଆମଜ ଖାନ ଉପର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଏହାର ରାୟ ସଂରକ୍ଷିତ ଅଛି। ଆସନ୍ତାକାଲି ଏହା ପ୍ରକାଶିତ ହେବ ବୋଲି ଜଣାଯାଇଛି।

ଆଜମ ଖାନ ୨୦୨୦ ମସିହାରୁ ପାର୍ଟି ରାଜନୀତିରୁ ଦୂରେଇ ଅଛନ୍ତି। ଏକ ମିଥ୍ୟା ଜନ୍ମ ପ୍ରମାଣପତ୍ର ଦେବା ମାମଲାରେ ଆଜମ ଖାନଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅ ବି ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହାପରେ ପୁଣି ଥରେ ହିଂସା ଭାବନା ଉସୁକାଇବା ମାମଲାରେ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଇତି ମଧ୍ୟରେ ତାଙ୍କ ହାତରୁ ବିଧାୟକ ପଦବୀ ଖସି ଯାଇଥିଲା। ହେଲେ ଏବେ ଜେଲ୍‌ରୁ ବାହାରି ସାରିଥିବା ଆଜମ ଖାନ ୨୦୨୪ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ଆଲୋଚନା କରିଥିବା ଜଣାଯାଇଛି। ଏଥିସହ ଦଳୀୟ କାର୍ଯ୍ୟକ୍ରମରେ ବି ତାଙ୍କୁ ଦେଖିବାକୁ ମିଳୁଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe