Advertisment

ଚାଲିପାରୁନି ଗୃହ; ଜୟ ନାରାୟଣ କହିଲେ, ବାଚସ୍ପତି ଶାସକ ଦଳର କଣ୍ଢେଇ

ଆଜି ଗୃହ ଆରମ୍ଭରୁ ବିରୋଧୀଦଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ଶାସକ ଦଳ ଉପରକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ଗୃହକୁ ବନ୍ଦ କରି ଦିଆଯାଉଛି।। ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାଁନ୍ତି। କୌଣସି ସମାଧାର ସୂତ୍ର ବାହାର କରୁ ନାହାନ୍ତି। ଗୃହ କିପରି ଚାଲିବ ତାର ବ୍ୟବସ୍ଥା କରୁନାହାନ୍ତି ବିଧାନସଭା ଆରମ୍ଭରୁ ଗୃହ ମୁଲତବି ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

Advertisment

ସେ ଆହୁରି କହିଛନ୍ତି, ତିନି ଦିନ ତଳେ ବିଧାନସଭା ଚାଲିବା ନେଇ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକିଥିଲେ। ବିଧାନସଭା ଚାଲିବା ପାଇଁ ବିଜେପି, କଂଗ୍ରେସ ଓ ବିଜେଡି ପକ୍ଷରୁ ସହମତି ମିଳିଥିଲା। ବୈଠକ ହେବାର ପରଦିନ ବିଧାନସଭା ଚାଲିବାରୁ ଶାସକ ଦଳ ପକ୍ଷରୁ ଗୃହରେ ହଟ୍ଟଗୋଳ କରାଯାଇଥିଲା। ବିଧାନସଭା ଚାଲିପାରି ନଥିଲା। ଏଇଥିରୁ ଜଣାପଡ଼ୁଛି ବିଧାନସଭା କିପରି ନ ଚାଲିବ ଶାସକ ଦଳ ଚକ୍ରାନ୍ତ କରୁଛି।

ବିରୋଧୀ ଦଳ ନେତା କହିଛନ୍ତି, ଆମେ କୌଣସି ବିଷୟରେ ଗୃହରେ ଉପସ୍ଥାପିତ କଲେ, ତାକୁ ବିଧାନସଭା ବିବରଣୀରୁ ବାଦ ଦିଆଯାଉଛି। ହେଲେ ଶାସକ ଦଳ ବ୍ୟକ୍ତି ଗତ ଆରୋପ ଲଗାଇଲେ ମଧ୍ୟ ତାକୁ ବିବରଣୀରୁ ବାଦ ଦିଆଯାଉ ନାହିଁ। ତେଣୁ ବାଚସ୍ପତି ଶାସକ ଦଳର ବୁକୁଚା ବୁହା ଭଳିଆ କାର୍ଯ୍ୟ କରୁଛନ୍ତି। ବାଚସ୍ପତି ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହିବା କଥା। ସମସ୍ତଙ୍କୁ ସାଙ୍ଗରେ ନେଇ ବିଧାନସଭାକୁ ସୁରୁଖୁରୁରେ ଚଳାଇବା କଥା। ହେଲେ ତାହା ହୋଇପାରୁ ନାହିଁ। ବିଧାନସଭାର ବାଚସ୍ପତି ଶାସକ ଦଳର କଣ୍ଢେଇ ଭାବେ ବ୍ୟବହାର କରୁଛନ୍ତି।

Advertisment

ସେହିପରି ନିଜକୁ ଅସୁରକ୍ଷିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି,  ମୁଁ ଗୃହରେ ଓ ଗୃହ ବାହାରେ ସଂପୂର୍ଣ୍ଣ ଅସୁରକ୍ଷିତ। ଏଥିପାଇଁ ସରକାରଙ୍କ ସାହଯ୍ୟ ଲୋଡୁ ନାହିଁ। ଯଦି ମୋର ଓ ପରିବାର ଲୋକଙ୍କର କିଛି କ୍ଷତି ହୁଏ ତାହାହେଲେ ନବୀନ ବାବୁ ଦାୟୀ ହେବେ।

ଅନ୍ୟପକ୍ଷରେ ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ବିରୋଧୀ ଗୃହରେ ବିରୋଧ କରିବେ। ସରକାର ଗୃହ ଚଳାଇବା କଥା। ଗୃହ ବନ୍ଦ ହେବାରୁ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି। ସରକାର ଭୟଭୀତ, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବା କଥା।

ଆଜି ଗୃହ ଆରମ୍ଭରୁ ବିରୋଧୀଦଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି।

BjD State Bjp Jayanarayan Mishra