Advertisment

ଡାନିଶ ଅଲୀ-ରମେଶ ବିଧୁରୀଙ୍କ ମାମଲା ସ୍ୱାଧିକାର କମିଟି ପାଖକୁ ଗଲା

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ନିଜେ ଅଲୀ ଓ ଡିଏମକେର କାନିମୋଝି ପ୍ରମୁଖ ସାଂସଦ ରମେଶ ବିଧୁରୀଙ୍କ ଅଭଦ୍ର ଟିପ୍ପଣୀ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

BJP

BJP

Advertisment

ସଂସଦ ଭିତରେ ବିଏସ୍‌ପି ସାଂସଦ ଡାନିଶ ଅଲୀଙ୍କ ପ୍ରତି ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଂସଦ ଅଲୀଙ୍କ ସମେତ ଏକାଧିକ ବିରୋଧୀ ଦାବି କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ପାଖକୁ ଚିଠି ଲେଖିଥିଲେ। ଆଜି ବାଚସ୍ପତି ବିର୍ଲା ପୂରା ପ୍ରସଙ୍ଗର ବିଚାର ପାଇଁ ସ୍ୱାଧିକାର କମିଟି ପାଖକୁ ପଠାଇ ଦେଇଛନ୍ତି

Advertisment

କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ନିଜେ ଅଲୀ ଓ ଡିଏମକେର କାନିମୋଝି ପ୍ରମୁଖ ସାଂସଦ ରମେଶ ବିଧୁରୀଙ୍କ ଅଭଦ୍ର ଟିପ୍ପଣୀ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ତେବେ ଏହାକୁ ଏକାଧିକ ବିଜେପି ସାଂସଦ କାଉଣ୍ଟର କରିବାରେ ଲାଗିଛନ୍ତି। ବିଜେପି ନେତା ନିଶିକାନ୍ତ ଦୁବେ କହିଛନ୍ତି ଯେ ବିଏସ୍‌ପି ସାଂସଦ ଡାନିଶ ଅଲୀ ପ୍ରଥମେ ଦକ୍ଷିଣ ଦିଲ୍ଲୀର ସାଂସଦ ରମେଶ ବିଧୁରୀଙ୍କୁ ଉସକାଇ ଥିଲେ। ତେଣୁ ବାଚସ୍ପତି ଏପ୍ରସଙ୍ଗକୁ ମଧ୍ୟ ଦେଖିବା ଦରକାର।

Advertisment

ଦୁଇ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ କରିଥିବାରୁ ବାଚସ୍ପତି ଓମ ବିର୍ଲା ବିଜେପି ସାଂସଦ ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଗଠିତ ସ୍ୱାଧିକାର କମିଟି ପାଖକୁ ସମସ୍ତ ଚିଠି ପଠାଇ ଦେଇଛନ୍ତି।

ଦୁଇ ପକ୍ଷର ସମସ୍ତ ଅଭିଯୋଗକୁ ବାଚସ୍ପତି ସ୍ୱାଧିକାର କମିଟି ନିକଟକୁ ବିଚାର ପାଇଁ ପଠାଇ ଦେଇଥିବାରୁ ବିଜେପି ସାଂସଦ ଦୁବେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସଂସଦର ସ୍ୱତନ୍ତ୍ର ଅଧିବେଶନ ବେଳେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ରମେଶ ସିଧାସଳଖ ଡାନିଶ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ।

ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଦେଇଥିବା ବୟାନକୁ ସଂସଦର ରେକର୍ଡରୁ ମଧ୍ୟ ହଟାଇ ଦିଆଯାଇଥିଲା।

ବିବଦା ବଢ଼ୁଥିବାରୁ ବିଜେପି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଦଳ ପ୍ରଶ୍ନ କରିଥିଲା।

Bjp New Parliament Building BSP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe