Advertisment

ଜୁନ୍ ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ, ବାଚସ୍ପତି ନିର୍ବାଚନ ସହ ସାଂସଦ ନେବେ ଶପଥ

ଜୁନ୍ ୨୪ରୁ ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବଶିବାକୁ ଯାଉଛି।

ଅଦ୍ୟତନ ହୋଇଛି
Parliament

Parliament

Advertisment

ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବସିବାକୁ ଯାଉଛି। ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ  ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ।

Advertisment

ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନ ସାଂସଦମାନେ ଶପଥ ଗ୍ରହଣ କରିବେ ଏବଂ ଜୁନ୍ରେ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ। 

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବା ପରେ ଗତକାଲି ମନ୍ତ୍ରିମଣ୍ଡଳ ଦାୟିତ୍ୱ ବଣ୍ଟନ କରାଯାଇଛି। ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ହୋଇଛନ୍ତି। 

Advertisment

ମୋଦି ୩.୦ ସରକାରରେ ରାଜନାଥ ସିଂହଙ୍କୁ ପୂର୍ବୋପରି ପ୍ରତିରକ୍ଷା ବିଭାଗ ମିଳିଛି। ସେହିପରି ଅମିତ ଶାହ ସ୍ୱରାଷ୍ଟ୍ର, ନୀତୀନ ଗଡ଼କରୀ ସଡ଼କ ଓ ପରିବହନ ଏବଂ ନିର୍ମଳା ସୀତାରମଣଙ୍କ ପାଖରେ ଅର୍ଥ ବିଭାଗ ରହିଛି। କିନ୍ତୁ ପୂର୍ବ କ୍ୟାବିନେଟରେ ମନସୁଖ ମାଣ୍ଡଭିଅ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ଏଥର ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ଦିଆଯାଇଛି।

ସେହିପରି ଏଥର ଏନଡିଏ ମିଳିତ ସରକାର ଗଠନ କରିଥିବାରୁ ସହଯୋଗୀ ଦଳର ସାଂସଦମାନଙ୍କୁ ମଧ୍ୟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବଣ୍ଟନ କରାଯାଇଛି। କେବଳ ବାଚସ୍ପତି ପଦ ଖାଲି ପଡ଼ିଥିବାରୁ ଆସନ୍ତା ୨୪ରୁ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ନିର୍ବାଚନ ଅନୁଷ୍ଠିତ ହେବ। 

Parliament Session Speaker Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe