Advertisment

ସାଂସଦମାନଙ୍କୁ ଚିଠି ଲେଖିଲେ ବାଚସ୍ପତି, ସୁରକ୍ଷା ତ୍ରୁଟି ଓ ନିଲମ୍ବନ ପ୍ରସଙ୍ଗରେ କହିଲେ ଏମିତି କଥା

ବୁଧବାର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ହୋଇଥିଲା। ଏହା ଉପରେ ସରକାରଙ୍କ ବିବୃତି ଦାବି କରି ଗୁରୁବାର ଲୋକସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ।

Om Birla

Om Birla

Advertisment

ସଂସଦର ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଶନିବାର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି। କିଛି ସାଂସଦ ସଂସଦର ସୁରକ୍ଷା ତ୍ରୁଟି ସହ ସଦସ୍ୟଙ୍କ ନିଲମ୍ବନ ପ୍ରସଙ୍ଗକୁ ଯୋଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ଗୃହର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ସାଂସଦମାନଙ୍କୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି।

Advertisment

ବୁଧବାର ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ହୋଇଥିଲା। ଏହା ଉପରେ ସରକାରଙ୍କ ବିବୃତି ଦାବି କରି ଗୁରୁବାର ଲୋକସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରିଥିଲେ। ଏଥିଯୋଗୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ବିରୋଧୀଙ୍କ ଦାବିକୁ ଗ୍ରହଣ କରିବା ପରିବର୍ତ୍ତେ ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ୧୩ ଜଣ ସଦସ୍ୟଙ୍କୁ ଶୀତ ଅଧିବେଶନରୁ ସଂପୂର୍ଣ୍ଣ ଭାବେ ନିଲମ୍ବନ କରିଥିଲେ। ଏହାକୁ ନେଇ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିବାଦ ବଢ଼ୁଥିବା ବେଳେ ଆଜି ସବୁ ସାଂସଦଙ୍କୁ ବାଚସ୍ପତି ବିର୍ଲା ଚିଠି ଲେଖିଛନ୍ତି।

ସେ କହିଛନ୍ତି, ସଂସଦର ନୂଆ ବିଲଡିଂ ଉଦଘାଟନ ବେଳେ ଆମେ ସମସ୍ତେ ଏକମତ ହୋଇଥିଲେ ଯେ କେହି ବି ଗୃହ ଭିତରକୁ ପ୍ଲାକକାର୍ଡ ଆଣିବା ନାହିଁ। ଆମେ କେହି ବି ଗୃହରେ ହଙ୍ଗାମା କରିବା ନାହିଁ। ଗୃହ କାର୍ଯ୍ୟ ବେଳେ ବିଶୃଙ୍ଖଳା ଆଚରଣକୁ ଦେଶବାସୀ ଗ୍ରହଣ କରୁ ନଥିବା ଆମେ ସମସ୍ତେ ଜାଣିଛେ।

Advertisment

ଏହି କାରଣ ପାଇଁ ଆମେ ସମସ୍ତେ ଏକ ସ୍ୱରରେ ସଂସଦର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାକୁ ରାଜି ହୋଇଥିଲେ। ତଥାପି ଅନେକ ଘଟଣା ଘଟିଛି। ତେଣୁ ବାଧ୍ୟ ହୋଇ ସଦସ୍ୟଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଥିବା ବାଚସ୍ପତି ବିର୍ଲା ଚିଠିରେ କହିଛନ୍ତି।

ଏହାବାଦ ସଂସଦର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିବା ପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ମଧ୍ୟ ବାଚସ୍ପତି ଓମ ବିର୍ଲା ସାଂସଦମାନଙ୍କୁ କହିଛନ୍ତି। ସେ କହିଛନ୍ତି, “ଘଟଣାର ତଦନ୍ତ ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ତା’ର କାମ ଆରମ୍ଭ କରି ସାରିଲାଣି।

ଗୃହରେ କମିଟିର ରିପୋର୍ଟକୁ ଖୁବଶୀଘ୍ର ଉପସ୍ଥାପନ କରାଯିବ। ଅତିରିକ୍ତ ଭାବେ ମୁଁ ମଧ୍ୟ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି କମତଟି ସଂସଦ ଭବନର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବ ଓ ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ, ତା’ର ବ୍ୟବସ୍ଥା କରିବ।”

ବୁଧବାର ଦୁଇ ଜଣ ଯୁବକ ଲୋକସଭା ଭିଜିଟର୍ସ ଗ୍ୟାଲେରୀରୁ ଡିଆଁ ମାରି ଗୃହର ମଧ୍ୟ ଭାଗକୁ ଆସି ଯାଇଥିଲେ। ସେମାନେ ହଳଦିଆ ଧୂଆଁ ମାଡ଼ କରି ଲୋକସଭା ଚ୍ୟାମ୍ବରରେ ବେଶ କିଛି ସମୟ ହଙ୍ଗାମା କରିଥିଲେ।

Parliament Lok Sabha Session Lok Sabha Speaker Om Birla Lok Sabha Parliament Security Breach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe