Advertisment

ଭର୍ତ୍ତୃହରି କିମ୍ବା ପୁରନ୍ଦେଶ୍ୱରୀ ହୋଇ ପାରନ୍ତି ଲୋକସଭା ବାଚସ୍ପତି

ବିଜେପିର ସହଯୋଗୀ ଟିଡିପି ବାଚସ୍ପତି ପଦ ଉପରେ ଆଖି ପକାଇଛି। ହେଲେ ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପଦ ଛାଡ଼ିବା ମୁଡରେ ନାହିଁ। ଏସବୁ ଭିତରେ ବିଜେପି ୨୬ ତାରିଖରେ ହିଁ ବାଚସ୍ପତି ପ୍ରାର୍ଥୀ କିଏ ହେବେ, ସେକଥା ଘୋଷଣା କରିବ।

Odisha

Odisha

Advertisment

ଲୋକସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଜୁନ ୨୪ରେ ସଂସଦର ଅଧିବେଶ ଆରମ୍ଭ ହେଉଥିବା ବେଳେ ୨୬ରେ ବାଚସ୍ପତି ନିର୍ବାଚନ ହେବ।

Advertisment

ବିଜେପିର ସହଯୋଗୀ ଟିଡିପି ବାଚସ୍ପତି ପଦ ଉପରେ ଆଖି ପକାଇଛି। ହେଲେ ବିଜେପି ଏହି ଗୁରୁତ୍ୱପୂର୍ଣ୍ଣ ପଦ ଛାଡ଼ିବା ମୁଡରେ ନାହିଁ। ଏସବୁ ଭିତରେ ବିଜେପି ୨୬ ତାରିଖରେ ହିଁ ବାଚସ୍ପତି ପ୍ରାର୍ଥୀ କିଏ ହେବେ, ସେକଥା ଘୋଷଣା କରିବ।

କିନ୍ତୁ ସୂତ୍ର ଅନୁସାରେ, ବାଚସ୍ପତି ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶାର କଟକରୁ ଜିତିଥିବା ଭର୍ତ୍ତୃହରି ମହାତବ ଓ ଆନ୍ଧ୍ରର ରାଜାମୁନ୍ଦ୍ରୀ ଆସନରୁ ଜିତିଥିବା ଡି ପୁରନ୍ଦେଶ୍ୱରୀ। ଏହି ଦୁଇ ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ଧନ୍ୟବାଦ ସ୍ୱରୂପ ଗୋଟିଏ ରାଜ୍ୟରୁ ଜଣଙ୍କୁ ବାଚସ୍ପତି କରି ଲୋକଙ୍କୁ କୃତଜ୍ଞତା ଜଣାଇବ ବୋଲି କୁହାଯାଉଛି।

Advertisment

ଏହାବାଦ ଟିଡିପି ବାଚସ୍ପତି ପଦ ପାଇଁ ଦାବି କରୁଥିବାରୁ ସେହି ଆନ୍ଧ୍ରରୁ ପୁରନ୍ଦେଶ୍ୱରୀଙ୍କୁ ବିଜେପି ଲୋକସଭା ଅଧ୍ୟକ୍ଷ କରିବାର ସମ୍ଭାବନା ଯଥେଷ୍ଟ ରହିଛି। ଏପରି ସ୍ଥିତିରେ ଟିଡିପି ମଧ୍ୟ ପୁରନ୍ଦେଶ୍ୱରୀଙ୍କୁ ବିରୋଧ କରିପାରିବ ନାହିଁ।

ଭର୍ତ୍ତୃହରି ୨୦୨୪ ନିର୍ବାଚନର ଠିକ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ତାଙ୍କୁ ଦଳ ଟିକେଟ ଦେଇଥିଲା ଓ ସେ କଟକରୁ ବିଜୟୀ ହୋଇଛନ୍ତି। ଲୋକସଭାରେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି। ପୁରନ୍ଦେଶ୍ୱରୀ ହେଉଛନ୍ତି ଆନ୍ଧ୍ର ବିଜେପି ମୁଖ୍ୟ।

ଏହି ଦୁଇ ରାଜ୍ୟରେ ବିଜେପି ଦମଦାର ପ୍ରଦର୍ଶନ କରିଛି। ଦଳ ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି।

ସୂତ୍ର ଅନୁସାରେ, ଆସନ୍ତା ୨୬ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ବାଚସ୍ପତିଙ୍କ ନାଁ ଉପସ୍ଥାପନ କରିବେ। ଏହି ସଂକଳ୍ପ ଗୃହୀତ ହେବା ପରେ ସେ ନିଜର ମନ୍ତ୍ରିପରିଷଦକୁ ଗୃହରେ ପରିଚୟ କରାଇବେ।

ନିୟମ ଅନୁସାରେ, ବାଚସ୍ପତି ଭୋଟ ମାଧ୍ୟମରେ ନିର୍ବାଚିତ ହେବ। କିନ୍ତୁ ଦେଶରେ କେବେ ବି ଏପରି ସ୍ଥିତି ସୃଷ୍ଟି ହୋଇନାହିଁ। ଯଦି ବିରୋଧୀମାନେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତା’ହେଲେ ଭୋଟିଂ ହେବ।

ଏଥର ବିରୋଧୀ ମେଣ୍ଟ ସରକାରଙ୍କ ଠାରୁ ଉପ ବାଚସ୍ପତି ପଦ ମାଗୁଛନ୍ତି। ଯଦି ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିବେ ନାହିଁ, ତା’ହେଲେ ବିରୋଧୀ ପ୍ରାର୍ଥୀ ଦେବେ। ପାରମ୍ପରିକ ଭାବେ ଉପ ବାଚସ୍ପତି ପଦ ବିରୋଧୀଙ୍କ ପାଖରେ ରହିଥାଏ।

ଅନ୍ୟପକ୍ଷରେ ସ୍ଥାୟୀ ବାଚସ୍ପତି ନିଯୁକ୍ତ ହେବା ଯାଏ କଂଗ୍ରେସର କେ ସୁରେଶ ଏହି ପଦରେ ରହିବେ। ଜୁନ ୨୪ରୁ ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନର ଅଧ୍ୟତା ସୁରେଶ କରିବେ।

ସେ ସମସ୍ତ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥ ପାଠ ମଧ୍ୟ କରିବେ। ୬୮ ବର୍ଷୀୟ ସୁରେଶ କେରଳ ମାଭେଲିକାରା ଆସନରୁ ଜିତିଛନ୍ତି। ସେ ସର୍ବାଧିକ ଥର ଏଠାରୁ ଜିତିଥିବାରୁ ବରିଷ୍ଠତା ଭିତ୍ତିରେ ସେ ପ୍ରୋଟେମ ସ୍ପିକର ହେବାକୁ ଯାଉଛନ୍ତି।

Bjp Bhartuhari Mahtab Lok Sabha Speaker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe